ପ୍ରସନ୍ନଙ୍କ ଘରେ ବିଜେଡି ନେତାଙ୍କ ବୈଠକ: ବିଜେଡିରେ ବଡ଼ ହଲଚଲ

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକକୁ ନେଇ ରାଜନୀତି ଜୋର୍‌ ଧରିଛି। ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ବୈଠକରେ ସାମିଲ ଥିଲେ। ତେବେ ବରିଷ୍ଠ ନେତାମାନଙ୍କ ଏହି ମେଳିକୁ ନେଇ ବିଜେଡି ଭିତରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭୂପିନ୍ଦର ସିଂହ କହିଛନ୍ତି, ପ୍ରସନ୍ନ ଆଚାର୍ଯ୍ୟଙ୍କ ଦେହ ଖରାପ ଥିବା ଖବର ପାଇଥିଲେ। ପ୍ରସନ୍ନଙ୍କ ନିର୍ବାଚନମଣ୍ଡଳୀରୁ ମଧ୍ୟ ସେହି ଖବର ଆସିଥିଲା। ତେଣୁ ଏକ ସୌଜନ୍ୟମୂଳକ ସାକ୍ଷାତ ଲାଗି ଚାଲି ଆସିଥିଲେ। ଏହା କିଛି ରୁଦ୍ଧଦ୍ୱାର ବୈଠକ ନୁହେଁ। ଯେତେବେଳେ ଯେଉଁଠାରେ ବସିଲେ ବି ସଙ୍ଗଠନ ସମ୍ପର୍କରେ ହିଁ ଆଲୋଚନା କରିବେ। ଏହାଛଡ଼ା କିଛି ଅନ୍ୟ କାମ ସେମାନଙ୍କର କ’ଣ ରହିଛି। ନିଜ ଅନୁଷ୍ଠାନକୁ ମଜଭୁତ କରିବା ଏବଂ କେଉଁଠି ତ୍ରୁଟି ସବୁ ରହିଯାଇଛି ତାକୁ ସୁଧାରି ଆଗକୁ ବଢ଼ିବା ଲାଗି ଏକାଠି ହେଉଛନ୍ତି। ହେଲେ ଆଜିର ବୈଠକ କେବଳ ସୌଜନ୍ୟମୂଳକ ଥିଲା, ଏଥିରେ ଆଉ କିଛି ନ ଥିଲା। ଏବେ ଧୈର୍ଯ୍ୟ ରଖିବାର ଆବଶ୍ୟକତା ଅଛି। ବରିଷ୍ଠମାନେ ଚିନ୍ତା କରୁଛୁ କନିଷ୍ଠମାନଙ୍କ ମଧ୍ୟରେ ଏକ ଭଲ ଟିମ୍‌ ତିଆରି ହେଉ ବୋଲି ଭୂପିନ୍ଦର କହିଛନ୍ତି।
ହେଲେ ଏହି ବୈଠକ ନେଇ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ମଧ୍ୟ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ପାଖରେ ରଖିବା,  ନବୀନ ନିବାସରେ ରହି ପାଣ୍ଡିଆନ୍‌ ସବୁ କଥା କରାଇବା ବିଷୟକୁ ବିରୋଧକରି ଏହି ବୈଠକ ବସିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଏହି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିବା ବିଷୟ ମଧ୍ୟ ଶୁଣିବାକୁ ମିଳିଛି। ଯଦିଓ ପ୍ରସନ୍ନଙ୍କ ଅସୁସ୍ଥତା ଖବର ପାଇ ଏହି ସମସ୍ତ ନେତା ତାଙ୍କ ଘରକୁ ଆସିଥିବା କଥା କହିଛନ୍ତି, ଅନ୍ୟପଟେ ରାଜନୀତି ଉପରେ ଏବଂ ସଙ୍ଗଠନ ମଜଭୁତ ବିଷୟରେ ଆଲୋଚନା ବିଷୟକୁ ମଧ୍ୟ ଅସ୍ବୀକାର କରିନାହାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri