Posted inଫୁରସତ

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା । ପରିବାରର ନିରନ୍ତର ସହଯୋଗ କ୍ରମେ ଏମାନେ ପୂର୍ବ ଲଦାଖରେ ଭାରତ-ଚାଇନା ସୀମାରେ ସବୁଠାରୁ ଆଗରେ ଅଛନ୍ତି ବୋଲି କୁହାଯାଏ । ୧୯୬୨ ମସିହାରେ ସିନୋ-ଇଣ୍ଡିଆ ଯୁଦ୍ଧ ପରେ ୧୯୬୩ରେ ଉଦାଖ ସ୍କାଉଟ୍ସ ଗଠନ ହେବା ପରଠାରୁ ଅନେକ ପରିବାର ଦେଶକୁ ସୁରକ୍ଷା ଦେବାକୁ ସେମାନଙ୍କ ୱାର୍ଡ ପଠାଉଛନ୍ତି । ଏମିତି ଏକ ପରିବାର ହେଉଛନ୍ତି ଡୋରଜୋଇ ପରିବାର । ଏମାନଙ୍କର ଦୁଇ ପୁଅ ଏବେ ସୀମାରେ ସୁରକ୍ଷା ଦେଉଛନ୍ତି । ପରିବାର ସଦସ୍ୟ କିଛିଦିନ ହେବ ସେମାନଙ୍କ ସହ କଥା ହୋଇ ନ ଥିବା ପ୍ରକାଶ କରିଛନ୍ତି । ହେଲେ ସେମାନେ କହିଛନ୍ତି । ଆମେ ଭୟଭିତ ନୁହେଁ ଏବଂ ଯେ କୌଣସି ଘଟଣାର ସାମ୍ନା କରିବାକୁ ପ୍ର୍ରସ୍ତୁତ ଅଛୁ । ଉକ୍ତ ଦୁଇ ଭାଇଙ୍କ ପିତା କୁହନ୍ତି ଲଦାଖ ସ୍କାଉଟ୍ସରେ ଆମର ଦୁଇ ପୁଅ ରହିଛନ୍ତି । ଆଜିକାଲି ଆମେ ତାଙ୍କ ସହ ସମ୍ପର୍କରେ ନାହୁଁ । ହେଲେ ମାତାପିତା ଭାବେ ଆମେ ଆଦୌ ଭୟ କରୁନାହିଁ । ଯଦି ଆମେ ଡରି ଯାଇଥାଆନ୍ତୁ ତେବେ ଆମେ ସେମାନଙ୍କୁ ସେନାକୁ ପଠାଇ ନ ଥାଆନ୍ତୁ । ସେମାନଙ୍କ ପିତା ଟି ଡରଜୋଇ କହିଛନ୍ତି ଯଦି ଆମେ ମୃତ୍ୟୁକୁ ଡରିଯିବା ତେବେ ଦେଶକୁ ସୁରକ୍ଷା ଦେବା କିପରି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଲଦାଖବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ । ହେଲେ ଉତ୍ତେଜନା ସମୟରେ କେବେ ନିରାଶ ହୋଇ ନାହୁଁ । ଟି ଡରଜୋଇ କୁହନ୍ତି ଏବେ ଆମେ ଆମର ତୃତୀୟ ପୁତ୍ରକୁ ସେନାରେ ଭର୍ତ୍ତି କରିବାକୁ ଚାହୁଁଛୁ । ଆଉ ସେଥିପାଇଁ ସେ ବେଶ୍ ଗର୍ବିତ ବୋଲି କହିଛନ୍ତି । ମୁଣ୍ଡ ଉଚ୍ଚ କରି ଚାଲୁଛନ୍ତି । ସବୁଠାରୁ ବଡ ଗର୍ବର କଥା ହେଉଛି ମୋ ପିଲାମାନେ ଚାଇନା ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି । ପିତା ଲଦାଖ ସ୍କାଉଟ୍ସରେ ଥିବା ପିଲାମାନଙ୍କର ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । କେବଳ ଟି ଡରଜୋଇ କାହିଁକି ଆହୁରି ମଧ୍ୟ କେତେକ ପରିବାର ସେମାନଙ୍କ ପୁଅ, ଭାଇଙ୍କ୍‌ୁ ଦେଶ ସେବା କରିବାକୁ ପଠାଇ ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି । ଲଦାଖର ପ୍ରାୟ ସମସ୍ତ ପରିବାର ସେମାନଙ୍କ ପୁତ୍ରକୁ ସେନାରେ ଭର୍ତ୍ତି କରି ଖୁସି ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଲଦାଖ ସ୍କାଉଟ୍ସ ହେଉଛି ଭାରତୀୟ ସେନାର ସର୍ବ କନିଷ୍ଠ ପଦାତିକ ରେଜିମେଣ୍ଟ । ୧୯୯୯ରେ ଏହାର ନିଜସ୍ୱ କେନ୍ଦ୍ର ଓ ବାଟାଲିୟନ ସହ ଏକ ରେଜିମେଣ୍ଟର ମାନ୍ୟତା ଦିଆଯାଇଥିଲା । ୧ ଜୁନ୍ ୧୯୬୩ରେ ଜମ୍ମୁ-କଶ୍ମୀର ମିଲିସିଆର ସପ୍ତମ ଏବଂ ୧୪ତମ ବାଟାଲିୟନକୁ ଏକାଠି କରି ଲଦାଖ ସ୍କାଉଟ୍ସ ଗଠନ କରାଯାଇଥିଲା । ୧୯୭୧ରେ ଇଣ୍ଡୋ-ପାକ ଯୁଦ୍ଧ ସମୟରେ ଲଦାଖ ସ୍କାଉଟ୍ସ ଉତ୍ତର ସେକ୍ୱଟରରେ ଏକ ଚମତ୍କାର ଆକ୍ରମଣ କରିଥିଲା ଏବଂ ସେମାନଙ୍କ ଉତ୍କୃଷ୍ଟ ପଦର୍ଶନ ପାଇଁ ଯୁଦ୍ଧ ସମ୍ମାନ ‘ତୁର୍ତ୍ତୁକ’ ପାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri