Posted inଖେଳ

କିଟ୍‌ର ପ୍ରଜ୍ଞା ପ୍ରଶାନ୍ତି, ବିକ୍ରାନ୍ତଙ୍କ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୬ଷ୍ଠ ଦିବସରେ କିଟ୍‌ ୟୁନିଭର୍ସିଟିର ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଆଥଲେଟିକ୍ସ ଇଭେଣ୍ଟରେ ଦୁଇଟି ମିଟ୍‌ ରେକର୍ଡ କରିଛି। ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ମିଟର ହର୍ଡଲ୍ସ (୧୩.୬୩ ସେକେଣ୍ଡ)ରେ ଏବଂ ବିକ୍ରାନ୍ତ ମଲିକ ପୁରୁଷ ଜାଭେଲିନ୍‌ ଥ୍ରୋ (୮୦,୦୦ ମିଟର)ରେ ମିଟ୍‌ ରେକର୍ଡ କରିଛନ୍ତି। ସୁସ୍ମିତା ଟିଗା ମହିଳା ୩,୦୦୦ ମିଟର ଷ୍ଟିପଲଚେଜ୍‌ (୧୦:୪୨.୪୩ ସେକେଣ୍ଡ) ଓ ଅଜୟ କୁମାର ପୁରୁଷ ହାମର ଥ୍ରୋ (୫୮.୨୭ ମିଟର)ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ପୁରୁଷ ୫୫କେଜି ଭାରୋତ୍ତୋଳନରେ କୁଭେଶ୍ୱର ମଲିକ ମୋଟ ୨୧୨ କେଜି ଓଜନ (୯୬ ସ୍ନାଚ୍‌ ଓ ୧୧୬କେଜି କ୍ଲିନ ଆଣ୍ଡ୍‌ ଜର୍କ) ଏକ ରୌପ୍ୟ ପଦକ ଲାଭ କରିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଅନୁଷ୍ଠିତ ପୁରୁଷ ଟେବୁଲ ଟେନିସ ବ୍ରୋଞ୍ଜ ପଦକ ମ୍ୟାଚରେ କିଟ୍‌ ୧:୨ ଗେମ୍ସରେ ଗୁଜରାଟ ୟୁନିଭର୍ସିଟିଠାରୁ ହାରିଯାଇଛି।
ସମ୍ବଲପୁର ୟୁନିଭର୍ସିଟିକୁ ୨ ପଦକ
ସମ୍ବଲପୁର ୟୁନିଭର୍ସିଟି ଦୁଇ ପଦକ ସହ ଏହାର ଖାତା ଖୋଲିଛି। ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ମନୀଷା ମେରେଲ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ସ୍ବାଧୀନ କୁମାର ମାଝି ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ଏକ ରୌପ୍ୟ ଜିତିଛନ୍ତି। ସମ୍ବଲପୁର ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ପୂର୍ବାଞ୍ଚଳ ୟୁନିଭର୍ସିଟିକୁ ଭେଟିବ। ଖେଲୋ ୟୁନିଭର୍ସିଟି ଗେମ୍ସର ତୃତୀୟ ସଂସ୍କରଣରେ ଭାଗ ନେବା ଲାଗି ଓଡ଼ିଶାର ୩ ୟୁନିଭର୍ସିଟି ଯଥା କିଟ୍‌, ଉତ୍କଳ ଓ ସମ୍ବଲପୁର ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ସୁଦ୍ଧା ସେମାନେ ମୋଟ ୧୭ ପଦକ ( ୮ ସ୍ବର୍ଣ୍ଣ, ୮ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri