ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ, ତାଙ୍କର ସୌନ୍ଦର୍ଯ୍ୟ ଓ ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭାଇରାଲ୍ ଭିଡିଓରେ ଗିରିଜା ନିଜ ଜୀବନର କିଛି ଅନୁଭୂତି ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ତାଙ୍କର ଫିଜିକ୍ସ ଶିକ୍ଷକ ‘waves’ ଶବ୍ଦକୁ ଭୁଲ ଉଚ୍ଚାରଣ କରି ‘babes’ କହୁଥିବାର ଏକ ମଜାଦାର ଘଟଣା ସାମିଲ ଅଛି। ଏହି କ୍ଲିପ୍ ଯୋଗୁଁ ଇଣ୍ଟରନେଟରେ ଉପଭୋକ୍ତାମାନେ ପଚାରିବା ଆରମ୍ଭ କରି ଦେଇଛନ୍ତି, “ଏହି ନୀଳ ଶାଢ଼ୀରେ ଥିବା ମହିଳା ଜଣକ କିଏ?”

କିଏ ଏହି ଗିରିଜା ଓକ୍?

ଗିରିଜା ଓକ୍ ଜଣେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ। ସେ ଡିସେମ୍ବର ୨୭, ୧୯୮୭ରେ ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ବରିଷ୍ଠ ମରାଠୀ ଅଭିନେତା ଗିରୀଶ ଓକ୍‌ଙ୍କ ଝିଅ। ସେ ମୁମ୍ବାଇର ଠାକୁର କଲେଜ୍ ଅଫ୍ ସାଇନ୍ସ ଆଣ୍ଡ କମର୍ସରୁ ବାୟୋଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି।

ମରାଠୀ ସିନେମା ବ୍ୟତୀତ ସେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ଯେପରିକି ‘ତାରେ ଜମିନ୍ ପର୍’, ‘ଶୋର୍ ଇନ୍ ଦ ସିଟି’, ଏବଂ ଶାହରୁଖ ଖାନ୍‌ଙ୍କ ‘ଜୱାନ୍’ ରେ ଅଭିନୟ କରିଛନ୍ତି। ସେ OTT ପ୍ରୋଜେକ୍ଟ ‘ଇନ୍ସପେକ୍ଟର ଜେନ୍ଦେ’ରେ ମନୋଜ ବାଜପେୟୀଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଛନ୍ତି।

 

View this post on Instagram

 

A post shared by The Lallantop (@thelallantop)

ଇଣ୍ଟରନେଟରୁ ଏପରି ପ୍ରଶଂସା ମିଳିବା ପରେ ଗିରିଜା ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଯେ ରବିବାର ଠାରୁ ତାଙ୍କ ଫୋନ୍ ଲଗାତାର ବାଜୁଛି। ତେବେ, ସେ ସଚେତନ ଅଛନ୍ତି ଯେ ଏହା କେବଳ ଏକ ଟ୍ରେଣ୍ଡ। ସେ କହିଛନ୍ତି, “ମୁଁ ଯେଉଁ କାମ କରେ, ସେଥିରେ ଏପରି ରହିବ। ଯଦି ଲୋକମାନେ ବର୍ତ୍ତମାନ ମୋ କାମକୁ ଆବିଷ୍କାର କରୁଛନ୍ତି, ତେବେ ଏଥିରେ ମୁଁ ଖୁସି।” ”ସେ ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି ଏବେ ଏହି ଆଟେନ୍ସନ୍ କୁ ଦେଖି ମଜା ନେଉଛି।”


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଭିଏତନାମ ଯୁଦ୍ଧ କଥା ମନେପକାଇ ଆମେରିକାକୁ ଘେରିଲା ଇରାନ, କହିଲା ‘ବିଜୟର ମିଥ୍ୟା ଦାବି କରିବା ବନ୍ଦ କର…’

ତେହରାନ୍‌,୨୧।୩: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ମନ୍ତବ୍ୟ…

ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍‌ଏସ୍‌ ଟ୍ରିପୋଲି

ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri