ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ, ତାଙ୍କର ସୌନ୍ଦର୍ଯ୍ୟ ଓ ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭାଇରାଲ୍ ଭିଡିଓରେ ଗିରିଜା ନିଜ ଜୀବନର କିଛି ଅନୁଭୂତି ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ତାଙ୍କର ଫିଜିକ୍ସ ଶିକ୍ଷକ ‘waves’ ଶବ୍ଦକୁ ଭୁଲ ଉଚ୍ଚାରଣ କରି ‘babes’ କହୁଥିବାର ଏକ ମଜାଦାର ଘଟଣା ସାମିଲ ଅଛି। ଏହି କ୍ଲିପ୍ ଯୋଗୁଁ ଇଣ୍ଟରନେଟରେ ଉପଭୋକ୍ତାମାନେ ପଚାରିବା ଆରମ୍ଭ କରି ଦେଇଛନ୍ତି, “ଏହି ନୀଳ ଶାଢ଼ୀରେ ଥିବା ମହିଳା ଜଣକ କିଏ?”

କିଏ ଏହି ଗିରିଜା ଓକ୍?

ଗିରିଜା ଓକ୍ ଜଣେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ। ସେ ଡିସେମ୍ବର ୨୭, ୧୯୮୭ରେ ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ବରିଷ୍ଠ ମରାଠୀ ଅଭିନେତା ଗିରୀଶ ଓକ୍‌ଙ୍କ ଝିଅ। ସେ ମୁମ୍ବାଇର ଠାକୁର କଲେଜ୍ ଅଫ୍ ସାଇନ୍ସ ଆଣ୍ଡ କମର୍ସରୁ ବାୟୋଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି।

ମରାଠୀ ସିନେମା ବ୍ୟତୀତ ସେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ଯେପରିକି ‘ତାରେ ଜମିନ୍ ପର୍’, ‘ଶୋର୍ ଇନ୍ ଦ ସିଟି’, ଏବଂ ଶାହରୁଖ ଖାନ୍‌ଙ୍କ ‘ଜୱାନ୍’ ରେ ଅଭିନୟ କରିଛନ୍ତି। ସେ OTT ପ୍ରୋଜେକ୍ଟ ‘ଇନ୍ସପେକ୍ଟର ଜେନ୍ଦେ’ରେ ମନୋଜ ବାଜପେୟୀଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଛନ୍ତି।

 

View this post on Instagram

 

A post shared by The Lallantop (@thelallantop)

ଇଣ୍ଟରନେଟରୁ ଏପରି ପ୍ରଶଂସା ମିଳିବା ପରେ ଗିରିଜା ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଯେ ରବିବାର ଠାରୁ ତାଙ୍କ ଫୋନ୍ ଲଗାତାର ବାଜୁଛି। ତେବେ, ସେ ସଚେତନ ଅଛନ୍ତି ଯେ ଏହା କେବଳ ଏକ ଟ୍ରେଣ୍ଡ। ସେ କହିଛନ୍ତି, “ମୁଁ ଯେଉଁ କାମ କରେ, ସେଥିରେ ଏପରି ରହିବ। ଯଦି ଲୋକମାନେ ବର୍ତ୍ତମାନ ମୋ କାମକୁ ଆବିଷ୍କାର କରୁଛନ୍ତି, ତେବେ ଏଥିରେ ମୁଁ ଖୁସି।” ”ସେ ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି ଏବେ ଏହି ଆଟେନ୍ସନ୍ କୁ ଦେଖି ମଜା ନେଉଛି।”


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri