୯୦ ବର୍ଷୀୟା ବୃଦ୍ଧା ନେଲେ ବିଶ୍ୱର ପ୍ରଥମ ଫାଇଜର ଟିକା

ଲଣ୍ଡନ,୮।୧୨- ଜଣେ ୯୦ ବର୍ଷୀୟା ବୃଦ୍ଧା ମାର୍ଗେରେଟ କିନାନ ମଙ୍ଗଳବାର ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର କୋଭିଡ୍‌-୧୯ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ୯୧ ବର୍ଷରେ ପାଦ ଦେବାକୁ ଯାଉଥିବା କିନାନଙ୍କୁ କଭେଣ୍ଟ୍ରିର ଲୋକାଲ ମେଡିକାଲରେ ଟିକା ଦିଆଯାଇଛି। ଫାଇଜର ଓ ବାଇଓଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ଜନ ସାଧାରଣଙ୍କ ଉପରେ ବ୍ୟବହାର କରିବାରେ ବ୍ରିଟେନ ପ୍ରଥମ ପଶ୍ଚିମ ଦେଶ। ଫଟୋଗ୍ରାଫର ଓ ଟିଭି କ୍ରିଉ ମେମ୍ବରଙ୍କ ସାମ୍ନାରେ କିନାନଙ୍କୁ ଟିକା ଦିଆଯାଇଥିଲା।

ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର ଟିକା ନେଉଥିବାରୁ ମୁଁ ଗର୍ବିତ। ମୋ ଜନ୍ମଦିନ ପୂର୍ବରୁ ଏହାଠାରୁ ଭଲ ଉପହାର ମୋ ପାଇଁ ଆଉ କ’ଣ ହୋଇଥାନ୍ତା। ମୁଁ ଏବେ ପରିବାର ବର୍ଗ ଓ ବନ୍ଧୁମାନଙ୍କ ସହ ସମୟ ବିତାଇ ପାରିବି ବୋଲି କିନାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ କୋଭିଡ୍‌-୧୯ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ। ଏପର୍ଯ୍ୟନ୍ତ ବ୍ରିଟେନରେ କରୋନା କାରଣରୁ ୬୧ ହଜାର ମୃତ୍ୟୁ ହୋଇଛି। କିନ୍ତୁ ଫାଇଜର ଟିକା ଦେଶର କୋଭିଡ୍‌ ପରିସ୍ଥିତିରେ ସୁଧାର ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପ ନେବ ୭୫ ଭାରତୀୟ ଗ୍ରାମ

ଜେରୁଜେଲମ୍‌,୧୨।୫: ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ୭୫ଭାରତୀୟ ଗ୍ରାମକୁ ଇସ୍ରାଏଲ୍‌ ସହଯୋଗରେ ନୂଆ ରୂପ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ପୁଣି ଫେରିଲା ଲକ୍‌ଡାଉନ୍‌, ଓମିକ୍ରନ୍‌କୁ ନେଇ ଲୋକେ ଆତଙ୍କିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍‌...

ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ

ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ...

ପୌଡେଲ ହେବେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୨୬।୨(ପି.ଟି.): ନେପାଳୀ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ୍‌ ନେପାଳର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ସିପିଏନ୍‌-ମାଓଇଷ୍ଟ ସେଣ୍ଟର...

ଚାଇନାର ବିସ୍ତାରବାଦୀ ନୀତି: ଏଲଏସିରେ ନୂଆ ରେଳଲାଇନ ନିର୍ମାଣ ଜାରି…

ବେଜିଂ,୧୮।୨ : ଚାଇନା ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ବର୍ତ୍ତମାନ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଏକ ନୂତନ ରେଳ ଲାଇନ...

କରୋନା ମୁକାବିଲା ପାଇଁ ଡବ୍ଲୁଏଚ୍‌ଓକୁ ୨୦ ନିୟୁତ ଡଲାର ସହାୟତା ଦେବ ଚାଇନା

ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)କୁ ୨୦ ନିୟୁତ ଡଲାର...

‘ରୁଷିଆର ଏବେ କେବଳ ୪ ବନ୍ଧୁ ଅଛନ୍ତି’

କ୍ୱିଭ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆ ଦିନକୁ ଦିନ ଆକ୍ରୋଶମୂଳକ ହୋଇପଡ଼ିଛି। ଏସବୁ...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ପ୍ରଦର୍ଶନକାରୀ ବିରୋଧକୁ ଆହୁରି କଡ଼ା କରି...

Advertisement
Archives

Model This Week