ବିଶାଖାପାଟଣାରେ ମେଡିକୋଭର ବିଶ୍ୱସ୍ତରୀୟ କର୍କଟ ପ୍ରତିଷ୍ଠାନ : ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର

ଭୁବନେଶ୍ୱର,୯।୯: (ଅଭୟ ଦାଶ):  ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍‌ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍‌ଥ ସିଟିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏହି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ପ୍ରତିଷ୍ଠାନକୁ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଉଦ୍‌ଘାଟନ କରିଥିଲାବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଓ୍ବାଇ. ସତ୍ୟ କୁମାର ଯାଦବଙ୍କ ସମେତ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଏ ସାରଥ ରେଡ୍ଡୀ ଏବଂ ପି. ହରକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।


ଏ ସମ୍ପର୍କରେ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା କହିଥିଲେ, ଆମେ ଆମର ନୂତନ ସେଣ୍ଟରର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଲକ୍ଷ ଲକ୍ଷ ଲୋକଙ୍କୁ ଠିକ୍‌ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ଏହି ପ୍ରତିବଦ୍ଧତାକୁ ଏହା ପ୍ରତିପାଦିତ କରୁଛି। ବିଶେଷକରି ୪୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆମେ ସମ୍ପୃକ୍ତ ଅଞ୍ଚଳରେ କର୍କଟ ଚିକିତ୍ସାର ମାନ ବୃଦ୍ଧି କରୁଛୁ।


ସେହିଭଳି ଏଠାରେ ଅସ୍ଥି ମଜ୍ଜା ପ୍ରତିରୋପଣ, ୪ଡି ପିଇଟି ସିଟି (PET-CT) ସ୍କାନ୍‌, ଏଲେଟା ଭର୍ସା ରେଡିଏଶନ୍‌ ଥେରାପି, ଇମେଜ୍‌-ଗାଇଡ୍‌ ବ୍ରାଚିଥେରାପି ଏବଂ ରୋବୋଟିକ୍‌ ସର୍ଜରି ଭଳି ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉଥିବାବେଳେ ଏକାଧିକ ଆଇସିୟୁ ଶଯ୍ୟା ଏବଂ ଉନ୍ନତ ଅପରେଟିଂ ପ୍ରେକ୍ଷାଳୟ ସହିତ ସଜ୍ଜିତ ଏହି ସେଣ୍ଟର ବିଶ୍ୱସ୍ତରୀୟ ଓ ସୁଲଭ କର୍କଟ ଚିକିତ୍ସା ଯୋଗାଇବାକୁ ଲକ୍ଷ୍ୟ ରଖିଛି।
ଉଲ୍ଲେଖଯୋଗ୍ୟ, ୧୨ଟି ଦେଶରେ କାର୍ଯ୍ୟ କରୁଥିବା ମେଡିକୋଭର କ୍ୟାନସର ଇନଷ୍ଟିଚ୍ୟୁଟ (ମେଡିକୋଭର ହସ୍ପିଟାଲ)ର ଏହା ଭାରତର ୨୪ ତମ ସେଣ୍ଟର ହୋଇଥିଲାବେଳେ ମେଡିକୋଭର ଏହା ବିସ୍ତାରିତ ନେଟୱର୍କର ଏକ ଅଂଶ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଆମର ଲକ୍ଷ୍ୟ ହେଉଛି, ଅସ୍ଥି ମଜ୍ଜା ପ୍ରତିରୋପଣ, ଏଲେଟା ଭର୍ସା ବିକିରଣ ଚିକିତ୍ସା ଏବଂ ରୋବୋଟିକ୍‌ ସର୍ଜରି ଭଳି ବିଶ୍ୱସ୍ତରୀୟ ସୁବିଧା ସହିତ ଉନ୍ନତ ଚିକିତ୍ସା ପ୍ରଦାନ କରିବା। ଏପରିକି ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାବାସୀଙ୍କ ସେବା କରିବା ବ୍ୟତୀତ ମେଡିକୋଭର ମହାରାଷ୍ଟ୍ର ଏବଂ କର୍ନାଟକରେ ମଧ୍ୟ କାର୍ଯ୍ୟ କରୁଛି ଏବଂ ଖୁବଶୀଘ୍ର ଦେଶର ଅନ୍ୟ ପ୍ରମୁଖ ରାଜ୍ୟକୁ ବିସ୍ତାର କରିବାକୁ ମେଡିକୋଭର ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri