ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଔଷଧ କାମ ଦେଲାନି

ଯାଜପୁର ଅଫିସ,୩ା୯: ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ଜଣେ ଜ୍ୟୋତିଷ ଦେଇଥିବା ଔଷଧ କାମ ଦେଲାନାହଁି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଉକ୍ତ ଜ୍ୟୋତିଷଙ୍କୁ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗଁାରେ। ନିହତ ଜ୍ୟୋତିଷ ଜଣକ ହେଲେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ମାନିଆ ବାବର(୪୮)। ସେ ଡୁବୁରି ଅଞ୍ଚଳରେ ଏକ ଭଡ଼ା ଘରେ ରହି ଆଖପାଖ ଗ୍ରାମକୁ ଯାଇ ହାତ ଏବଂ ଜାତକ ଦେଖିବା କାର୍ଯ୍ୟ କରି ଆସୁଥିଲେ। ଅଭିଯୁକ୍ତ ଯୁବକ ହେଲେ ବନ୍ଧଗଁାର ଶାନ୍ତନୁ ବେହେରା(୪୨)। ମାନିଆଙ୍କୁ ହତ୍ୟା କରିବା ପରେ ଶାନ୍ତନୁ ମାରଣାସ୍ତ୍ର ସହ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛନ୍ତି।
ଶାନ୍ତନୁ ପ୍ରାୟ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇ ପୁତ୍ର ସନ୍ତାନ ରହିଛନ୍ତି। ପାରିବାରିକ ବିବାଦରୁ ତାଙ୍କ ସ୍ତ୍ରୀ ମଝିରେ ମଝିରେ ବାପଘରକୁ ଚାଲିଯାଆନ୍ତି। ପରେ ଶାନ୍ତନ୍ତୁ ବୁଝାଶୁଝା କରି ଘରକୁ ଆଣନ୍ତି। ହେଲେ ପୁଣି କଳହ ହେବା ଯୋଗୁ ଗତ ୮ ମାସ ହେଲା ସ୍ତ୍ରୀ ବାପଘରକୁ ଆଉ ଫେରି ନ ଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ଶାନ୍ତନୁ ଚେଷ୍ଟା କରି ବିଫଳ ହୋଇଥିଲେ। ଫଳରେ ସେ ଗଁାକୁ ଆସିଥିବା ଜ୍ୟୋତିଷ ମାନିଆ ବାବରଙ୍କ ସହାୟତା ନେଇଥିଲେ। ପୂଜାପାଠ ଏବଂ ବିଭିନ୍ନ ଔଷଧ ବାବଦକୁ ଶାନ୍ତନୁ ୫ ହଜାର ଟଙ୍କା ଜ୍ୟୋତିଷଙ୍କୁ ଦେଇଥିଲେ। ତେବେ ତାହା କାମ ନ ଦେବାରୁ ଶାନ୍ତନୁ କ୍ରୋଧାନ୍ବିତ ଥିଲେ। ଶୁକ୍ରବାର ଜ୍ୟୋତିଷ ମାନିଆ ବନ୍ଧଗଁା ଆସିଥିବାବେଳେ ଔଷଧର ବିଫଳତାକୁ ନେଇ ତାଙ୍କ ସହିତ ଶାନ୍ତନୁଙ୍କର ବଚସା ହୋଇଥିଲା। ଶେଷରେ ଶାନ୍ତନୁ ଏକ ଫାଉଡାରେ ଜ୍ୟୋତିଷଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜ୍ୟୋତିଷ ମାନିଆଙ୍କ ମୃତ୍ୟୁ ଘଟିଥିଲା। ସୁକିନ୍ଦା ଥାନା ପୋଲିସ ୧୭୦/୨୨ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶାନ୍ତନୁଙ୍କ ମୁଣ୍ଡ ଦୋଷ ରହିଛି, ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ବାରମ୍ବାର ମାନସିକ ଅତ୍ୟାଚାର ପାଇ ବାପଘରକୁ ପଳାଇ ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri