ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଔଷଧ କାମ ଦେଲାନି

ଯାଜପୁର ଅଫିସ,୩ା୯: ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ଜଣେ ଜ୍ୟୋତିଷ ଦେଇଥିବା ଔଷଧ କାମ ଦେଲାନାହଁି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଉକ୍ତ ଜ୍ୟୋତିଷଙ୍କୁ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗଁାରେ। ନିହତ ଜ୍ୟୋତିଷ ଜଣକ ହେଲେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ମାନିଆ ବାବର(୪୮)। ସେ ଡୁବୁରି ଅଞ୍ଚଳରେ ଏକ ଭଡ଼ା ଘରେ ରହି ଆଖପାଖ ଗ୍ରାମକୁ ଯାଇ ହାତ ଏବଂ ଜାତକ ଦେଖିବା କାର୍ଯ୍ୟ କରି ଆସୁଥିଲେ। ଅଭିଯୁକ୍ତ ଯୁବକ ହେଲେ ବନ୍ଧଗଁାର ଶାନ୍ତନୁ ବେହେରା(୪୨)। ମାନିଆଙ୍କୁ ହତ୍ୟା କରିବା ପରେ ଶାନ୍ତନୁ ମାରଣାସ୍ତ୍ର ସହ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛନ୍ତି।
ଶାନ୍ତନୁ ପ୍ରାୟ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇ ପୁତ୍ର ସନ୍ତାନ ରହିଛନ୍ତି। ପାରିବାରିକ ବିବାଦରୁ ତାଙ୍କ ସ୍ତ୍ରୀ ମଝିରେ ମଝିରେ ବାପଘରକୁ ଚାଲିଯାଆନ୍ତି। ପରେ ଶାନ୍ତନ୍ତୁ ବୁଝାଶୁଝା କରି ଘରକୁ ଆଣନ୍ତି। ହେଲେ ପୁଣି କଳହ ହେବା ଯୋଗୁ ଗତ ୮ ମାସ ହେଲା ସ୍ତ୍ରୀ ବାପଘରକୁ ଆଉ ଫେରି ନ ଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ଶାନ୍ତନୁ ଚେଷ୍ଟା କରି ବିଫଳ ହୋଇଥିଲେ। ଫଳରେ ସେ ଗଁାକୁ ଆସିଥିବା ଜ୍ୟୋତିଷ ମାନିଆ ବାବରଙ୍କ ସହାୟତା ନେଇଥିଲେ। ପୂଜାପାଠ ଏବଂ ବିଭିନ୍ନ ଔଷଧ ବାବଦକୁ ଶାନ୍ତନୁ ୫ ହଜାର ଟଙ୍କା ଜ୍ୟୋତିଷଙ୍କୁ ଦେଇଥିଲେ। ତେବେ ତାହା କାମ ନ ଦେବାରୁ ଶାନ୍ତନୁ କ୍ରୋଧାନ୍ବିତ ଥିଲେ। ଶୁକ୍ରବାର ଜ୍ୟୋତିଷ ମାନିଆ ବନ୍ଧଗଁା ଆସିଥିବାବେଳେ ଔଷଧର ବିଫଳତାକୁ ନେଇ ତାଙ୍କ ସହିତ ଶାନ୍ତନୁଙ୍କର ବଚସା ହୋଇଥିଲା। ଶେଷରେ ଶାନ୍ତନୁ ଏକ ଫାଉଡାରେ ଜ୍ୟୋତିଷଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜ୍ୟୋତିଷ ମାନିଆଙ୍କ ମୃତ୍ୟୁ ଘଟିଥିଲା। ସୁକିନ୍ଦା ଥାନା ପୋଲିସ ୧୭୦/୨୨ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶାନ୍ତନୁଙ୍କ ମୁଣ୍ଡ ଦୋଷ ରହିଛି, ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ବାରମ୍ବାର ମାନସିକ ଅତ୍ୟାଚାର ପାଇ ବାପଘରକୁ ପଳାଇ ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?