Posted inଗଜପତି

ନିରାମୟ ଯୋଜନାରେ ରୋଗୀଙ୍କୁ ମିଳୁନି ଔଷଧ

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.):  ପାରଳାଖେମୁଣ୍ଡିଠାରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନାମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଇବା ପାଇଁ ଥିବାବେଳେ ଏହି କେନ୍ଦ୍ରରୁ ଠିକ୍‌ ରୂପେ ଔଷଧ ମିଳୁନଥିବା ଅଭିଯୋଗ ହେଉଛି। ରୋଗୀଙ୍କୁ ବାହାରୁ ଅଧିକ ଅର୍ଥ ଖର୍ଚ୍ଚ କରି ଔଷଧ କିଣିବାକୁ ପଡୁଛି। ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ନେବାକୁ ନିରାମୟ ବିତରଣ କେନ୍ଦ୍ରକୁ ଗଲେ ଗୋଟିଏ ଦୁଇଟା ଔଷଧ ଦେଇ ଅନ୍ୟ ଔଷଧ ବାହାରୁ କିଣନ୍ତୁ କହି ଫେରାଇ ଦେଉଛନ୍ତି। ରୋଗୀଙ୍କୁ ବାଧ୍ୟ ହୋଇ ରୋଗ ନିରାକରଣ ପାଇଁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଛି । ଯଦି ସେହି ଔଷଧ ଆସିଲା କି ବୋଲି ପଚାରିଲେ ଔଷଧ ଆସିନାହିଁ କହି ବାରମ୍ବାର ଫେରାଉଛନ୍ତି । ଏପଟେ ରାଜ୍ୟ ସରକାର ନିରାମୟ ଯୋଜନାରେ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେଉଥିବା କହୁଥିବା ବେଳେ ରୋଗୀଙ୍କୁ ଔଷଧ ମିଳି ପାରୁନାହିଁ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲାରେ ସ୍ବାସ୍ଥ୍ୟସେବାରେ ରୋଗୀ ଉପଶମ ହୋଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ଦୁର୍ଗମ ଲବାରସିଂରୁ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ-ଏଫ୍: ଗଜପତିର ଗୌରବ ଡ଼ଃ ସତ୍ୟବାନ ବିଶୋୟୀରତ୍ନ

ମୋହନା,୩ା୯( ମନ୍ମଥ ମିଶ୍ର ): ଗଜପତି ପାଇଁ ଗୌରବ ଆଣିଲେ ଡ଼ଃ. ସତ୍ୟବାନ ବିଶୋୟୀରତ୍ନ । ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri