Posted inରାଜ୍ୟ

ଶ୍ୱାସନଳୀରେ ଅଟକି ଗଲା ବଟିକା, ଆଉ ତା ପରେ…

କେନ୍ଦୁଝର, ୧୦।୩ (ଡି.ଏନ.ଏ.)- ଫାଇଲେରିଆ ବଟିକା ଖାଇ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମାଲଦା ଗାଁ ଅନ୍ଧାରିଖମନ ସାହିର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତା ବାଳିକା ହେଲେ ଭୁବନ ମହନ୍ତଙ୍କ ଝିଅ ବବିତା। ପରିବାର ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତିରେ ବବିତା ଫାଇଲେରିଆ ବଟିକା ଖାଇ ଶୋଇବାକୁ ଯାଇଥିଲେ। ମାତ୍ର ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଫୁଲଝର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାଶଙ୍କୁ ପଚାରିବାରୁ ଫାଇଲେରିଆ ବଟିକା ବବିତାଙ୍କ ଶ୍ୱାସନଳୀରେ ଅଟକିଯିବାରୁ ମୃତ୍ୟୁ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ୪ନଂ. ମାର୍କେଟ୍‌ ସିଲ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ଭୁବନେଶ୍ୱରର ୪ନଂ. ମାର୍କେଟ୍‌ ସିଲ୍‌। ଗୁରୁବାର ଉକ୍ତ ଅଞ୍ଚଳରୁ କ୍ରମାଗତ ଭାବେ ୭ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ...

୨୯ରେ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ଭିତରେ ଅର୍ଥାତ୍‌ ଆସନ୍ତା ୨୯...

ସହାୟତା ରାଶି ରିଲିଫ୍‌, ପୁନରୁଦ୍ଧାର କାର୍ଯ୍ୟରେ ସହାୟକ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ର ପରବର୍ତ୍ତି ସ୍ଥିତି ଏବଂ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଆକାଶମାର୍ଗରୁ...

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୪।୭: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା। ଦାରୁବ୍ରହ୍ମଙ୍କ ଏହି ଅପୂର୍ବ ଲୀଳା ଦେଖିବା ଲାଗି ବଡ଼ଦାଣ୍ଡ ହୋଇଛି ଭକ୍ତମୟ। ଏହାସହ ପାଗ ଅନୁକୂଳ...

୧୪ କି.ମି. ଖଟିଆରେ ବୁହାହେଲେ ଛାତ୍ରୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ...

ଫୋକସ୍‌ରେ ସମ୍ବେଦନଶୀଳ ବୁଥ୍‌

ଢେଙ୍କାନାଳ ଅଫିସ୍‌/ଭୁବନ, ୨୨।୨(ଡି.ଏନ.ଏ) ଢେଙ୍କାନାଳ ଜିଲାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। କଙ୍କଡ଼ାହାଡ଼ ଏବଂ ଭୁବନ...

ଛେଳି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ: ୧ ଲକ୍ଷ ଟଙ୍କା ଲୁଟିନେଲେ ରାଜପଥ ଲୁଟେରା

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ନିକଟରେ ଗୁରୁବାର ସକାଳେ ଜଣେ ଛେଳି ବ୍ୟବସାୟୀ ଲୁଟର ଶିକାର...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

Advertisement
Archives

Model This Week