ଔଷଧ ନା ନିଶା

ଡା. ସମ୍ରାଟ କର

 

ଦୁଇବର୍ଷ ତଳେ ଜାତିସଂଘର ୬୩ତମ ଅନ୍ତର୍ଜାତୀୟ ନାର୍କୋଟିକ୍‌ ଡ୍ରଗ୍ସ କମିସନର ବୈଠକରେ ଗଞ୍ଜେଇ ଓ ଚରସକୁ ଜାତିସଂଘର ସବୁଠାରୁ ବିପଦପୂର୍ଣ୍ଣ ଡ୍ରଗ୍ସ ତାଲିକାରୁ ହଟାଇବା ପାଇଁ ୫୩ଟି ସଦସ୍ୟ ଦେଶଠାରୁ ଭୋଟ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ଭାରତ, ଆମେରିକା ଓ ଅଧିକାଂଶ ୟୁରୋପୀୟ ଦେଶ ସମେତ ୨୭ଟି ଦେଶ ଏହାକୁ ସମର୍ଥନ କରିଥିବାବେଳେ ଚାଇନା, ପାକିସ୍ତାନ ଓ ରୁଷିଆ ସମେତ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ। କହିବା ବାହୁଲ୍ୟ ଏହା ସହିତ ଗଞ୍ଜେଇକୁ ଏକ ଔଷଧୀୟ ସାମଗ୍ରୀ ରୂପେ ବ୍ୟବହାର କରିବା ପାଇଁ ଦ୍ୱାର ଖୋଲିଯାଇଛି। ଗଲା ୫୯ ବର୍ଷ ଧରି ଗଞ୍ଜେଇ ସିଏନ୍‌ଡିର ସିଡ୍ୟୁଲ-୪ ଅନ୍ତର୍ଗତ ସର୍ବାଧିକ ମାରାତ୍ମକ ତଥା ଅତ୍ୟନ୍ତ ନିଶାଯୁକ୍ତ ଦ୍ରବ୍ୟ ତାଲିକାରେ ରହି ଆସିଥିଲା; ଯେଉଁ କାରଣରୁ ଏହାର ବିକ୍ରି ଓ ସେବନ ଉପରେ କଡ଼ା କଟକଣା ରହିଆସିଛି। ହଜାର ହଜାର ବର୍ଷ ହେଲା ସେହିପରି ଅନ୍ୟଏକ ମାଦକ ଦ୍ରବ୍ୟ ଭାଙ୍ଗର ବ୍ୟବହାର ହେଉଛି। ଏହାକୁ ଧାର୍ମିକ କର୍ମକାଣ୍ଡରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଭାଙ୍ଗ ଓ ଗଞ୍ଜେଇକୁ ମାନ୍ୟତା ପରେ ଏହି ଔଷଧର ଚାହିଦା ବଢ଼ୁଥିବା ରାଷ୍ଟ୍ରଗୁଡ଼ିକ ଅଧିକ ଉପକୃତ ହେବେ, ଏହା ସହିତ ଭାଙ୍ଗକୁ ଔଷଧ ଭାବେ ବ୍ୟବହାର କରିବାକୁ ଗବେଷଣା ମଧ୍ୟ ବୃଦ୍ଧି ପାଇବ। ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀରେ ଚାଇନା ଓ ଇଜିପ୍ଟରେ ତଥା ପ୍ରାଚୀନ ୟୁନାନ୍‌ରେ ଭାଙ୍ଗକୁ ଔଷଧ ଭାବେ ଗ୍ରହଣ କରାଯାଉଥିଲା। ଜାନୁୟାରୀରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସିଏନ୍‌ଡିର ସିଡ୍ୟୁଲ-୪କୁ ଗଞ୍ଜେଇକୁ ବାଦ ଦେବା ନିମନ୍ତେ ଜାତିସଂଘକୁ ଛଅଟି ପ୍ରସ୍ତାବ ଦେଇଥିଲା। ତେବେ ଗଞ୍ଜେଇ ଜାତିସଂଘର ସିଡ୍ୟୁଲ-୪ ତାଲିକାରୁ ବାହାରି ଅପେକ୍ଷାକୃତ କମ୍‌ ମାରାତ୍ମକ ତଥା ଔଷଧୀୟ ଗୁଣସମ୍ପନ୍ନ ଦ୍ରବ୍ୟ ତାଲିକାରେ ସ୍ଥାନ ପାଇଛି। ଜାତିସଂଘର ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ତତ୍‌କ୍ଷଣାତ୍‌ ଏହାର କୌଣସି ପ୍ରଭାବ ପଡ଼ି ନ ପାରେ। ତେବେ ଗଞ୍ଜେଇ ନେଇ ରହିଥିବା ଆଇନ ସଂଶୋଧନ ବା ପ୍ରଣୟନ ବେଳେ ଜାତିସଂଘର ଏହି ନିଷ୍ପତ୍ତି ପ୍ରଭାବ ପକାଇବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ବିଶ୍ୱରେ ସର୍ବାଧିକ ଚାଷ, ଚାଲାଣ ଓ ବେଆଇନ ବ୍ୟବହାର ହେଉଛି ଗଞ୍ଜେଇ। ଭାରତରେ ଏହା ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ ୧୯୮୫ ଅନୁଯାୟୀ ବେଆଇନ ଦ୍ରବ୍ୟ ଅନ୍ତର୍ଭୁକ୍ତ ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଚାରି ହଜାର ବର୍ଷ ପୂର୍ବରୁ ଭାରତରେ ଗଞ୍ଜେଇକୁ ବ୍ୟବହାର କରାଯାଇ ଆସୁଥିଲା। ୧୯୬୧ରେ ଆମେରିକା ଚାପରେ ଆସି ଭାରତରେ ଏହାକୁ ବେଆଇନ କରିଦିଆଗଲା। ୧୯୮୫ରେ ଏନ୍‌ଡିପିଏସ୍‌ ଆକ୍ଟ ବଳରେ ଏହାକୁ କଡ଼ାକଡ଼ି କରାଯାଇଥିଲା। କାନାଡ଼ା ଓ ଆମେରିକାର ୧୫ଟି ରାଜ୍ୟ ସମେତ ୫୦ରୁ ଅଧିକ ଦେଶରେ ଗଞ୍ଜେଇର ଔଷଧୀୟ ବ୍ୟବହାର ପାଇଁ ମଞ୍ଜୁରୀ ମିଳିସାରିଛି। ଭାରତ ଏହି କାରବାରରେ ଖୁବ୍‌ ପଛରେ ପଡ଼ିଛି। ଆଶା, ଏବେ ଗଞ୍ଜେଇ ଔଷଧୀୟ ବ୍ୟବହାର ଲାଗି ଅନୁମତି ପାଇଁ ଦେଶ ଲାଗି ବୈଦେଶିକ ମୁଦ୍ରା ଅର୍ଜନରେ ସହାୟକ ହୋଇପାରେ।
କେବଳ ଓଡ଼ିଆ ଆଧ୍ୟାତ୍ମିକ ଭାବନା ନୁହେଁ ସର୍ବଭାରତୀୟ ସ୍ତରରେ ଶୈବପୀଠରେ ଗଞ୍ଜେଇର ବ୍ୟବହାର ରହିଛି। ଆଖଣ୍ଡଳମଣିଙ୍କ ପୀଠ ହେଉ ବା କପିଳାସ ଶିବଲିଙ୍ଗରେ ଗଞ୍ଜେଇ ଘର୍ଷଣ ହୋଇଥାଏ। ବିଶ୍ୱବ୍ୟାପୀ ଗଞ୍ଜେଇର ସକାରାତ୍ମକ ଦିଗକୁ ବୈଜ୍ଞାନିକମାନେ ଗବେଷଣା କରି ଏହାକୁ ଏକ ପ୍ରକାର ଚିକିତ୍ସା ନିଦାନ ବ୍ୟବସ୍ଥା ଭିତରେ ଅନ୍ତର୍ଭୁକ୍ତ କଲେଣି। ଡ୍ରଗ୍ସ, ପାଉଡର, ନିଶା ଇଞ୍ଜେକ୍ସସନ, ନିଶା ବଟିକା ଓ ମଦଠାରୁ ଗଞ୍ଜେଇ ବା ଭାଙ୍ଗ ଏକ ପ୍ରକାର ସୁରକ୍ଷିତ। ପ୍ରକୃତି ପ୍ରଦତ୍ତ ଗଞ୍ଜେଇ ହିମାଳୟର ବିଭିନ୍ନ ଚେରମୂଳି ଭିତରୁ ଆୟୁର୍ବେଦ ଶାସ୍ତ୍ରକୁ ପ୍ରବେଶ ହୋଇଥିଲା। ଗଞ୍ଜେଇ ଉପରେ ରୋକ ଲଗାଇବା ପୂର୍ବରୁ ସରକାରୀ ବ୍ୟବସ୍ଥାରେ ଉପରୋକ୍ତ ଭୟାନକ ନିଶା ଉପରେ ସରକାର ପ୍ରଥମେ କଟକଣା ଜାରି କରନ୍ତୁ। ଅନ୍ୟ ନିଶାଦ୍ରବ୍ୟ ପରି ଗଞ୍ଜେଇ ବା ଭାଙ୍ଗର ପାର୍ଶ୍ୱପ୍ରତିକ୍ରିୟା ବହୁତ କମ୍‌। ଗଞ୍ଜେଇ ବା ଭାଙ୍ଗ ଏକ ଯୌନ ଉଦ୍ଦୀପକ ଆୟୁର୍ବେଦୀୟ ଔଷଧ ଭାବରେ କେହି କେହି ବ୍ୟବହାର କରନ୍ତି। ଆମେ ଏହି ଲେଖା ମାଧ୍ୟମରେ ଭାଙ୍ଗ ବା ଗଞ୍ଜେଇର ପ୍ରଚାର କରୁନାହୁଁ। କିନ୍ତୁ ଏହି ଭାବପ୍ରବଣତା ନିଷ୍ପତ୍ତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକମାନଙ୍କୁ ସ୍ବାସ୍ଥ୍ୟଭିିତ୍ତିକ ସବୁ ପ୍ରକାର ସାମର୍ଥ୍ୟ ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ। ଭାଙ୍ଗ ଓ ଗଞ୍ଜେଇ ଏକ ପ୍ରାଚୀନତମ ନିଶା ସାମଗ୍ରୀ। ଏଲୋପାଥିକ କୁହନ୍ତୁ ବା ଆୟୁର୍ବେଦିକ ସବୁ ମହଲରେ ଏହା ଏକ ନିଶା ସାମଗ୍ରୀ ଭାବେ ଜଣା।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ, ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri