ଥାନା ଆଗରେ ଧାରଣା ଦେଲେ ଗଣମାଧ୍ୟମ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ଜିଲା ଜଟଣୀ ସହରରେ ରବିବାର ସନ୍ଧ୍ୟାରେ ‘ଧରିତ୍ରୀ’ ଖବରଦାତା ରବୀନ୍ଦ୍ର ନାଥ ମହାକୁଡ଼ଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରାଯିବା ଘଟଣାକୁ ନେଇ ବିଭିନ୍ନ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଏକାଧିକ ଗଣମାଧ୍ୟମ ପ୍ରତିନିଧି ଜଟଣୀ ଥାନା ଆଗରେ ଧାରଣା ଦେବା ସହ ସମ୍ମନ୍ବିତ କର୍ମଜୀବୀ ସାମ୍ବାଦିକ ସଂଘ(ଓୟୁଡବ୍ଲ୍ୟୁଜେ) ଖୋର୍ଦ୍ଧା ଜିଲା ଶାଖା ପକ୍ଷରୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ନେଇ ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ମୋର ସୁପରମାର୍କେଟ (ଶପିଂ ମଲ୍‌) ସିଲ୍‌ କରିବା ପାଇଁ ଦାବି ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ସିସିଟିଭି ଯାଞ୍ଚ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ରାଜ୍ୟରେ କରୋନାର ତୃତୀୟ ଲହର ଜାରି ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡି କରାଯାଇଛି। ମାସ୍କ ପରିଧାନ ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ, ଶପିଂ ମଲରେ କୋଭିଡ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରବିବାର ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ନୂତନ ମୋର ସୁପରମାର୍କେଟ (ଶପିଂ ମଲ୍‌) ଉଦ୍‌ଘାଟନ ବେଳେ ଶତାଧିକ ଲୋକ ଜମା ହେବା ସହ କୋଭିଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଏହି ସମୟରେ ଖବରଦାତା ମହାକୁଡ଼ ସେଠାରେ ପହଞ୍ଚି ଫଟୋ ଉଠାଉଥିଲେ। ଏହା ଦେଖି ଶୋ’ରୁମ୍‌ ମ୍ୟାନେଜର ଉତ୍‌କ୍ଷିପ୍ତ ହୋଇ ମହାକୁଡଙ୍କୁ ଗାଳିଗୁଲଜ କରିଥିଲେ। ସଙ୍ଗେ ସଙ୍ଗେ ଉକ୍ତ ମଲ୍‌ର କେତେଜଣ ବାଉନ୍ସର ପହଞ୍ଚି ମହାକୁଡ଼ଙ୍କ କ୍ୟାମେରା ଛଡ଼ାଇନେବା ସହ ଧକ୍କା ମାରିଥିଲେ। ସେଠାରେ ଉପସ୍ଥିତ କେତେଜଣ ଗ୍ରାହକ ଏହାର ବିରୋଧ କରିଥିଲେ ମଧ୍ୟ ବାଉନ୍ସରମାନେ ଶୁଣି ନ ଥିଲେ। କାର୍ଯ୍ୟରତ ଖବରଦାତାଙ୍କ ପ୍ରତି ଏଭଳି ବ୍ୟବହାର ଗ୍ରହଣୀୟ ନୁହଁ। ତୁରନ୍ତ ସମ୍ପୃକ୍ତ ଶପିଂ ମଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ର କହିଛନ୍ତି, ଘଟଣାର ତଦନ୍ତ କରାଯିବ ସହ କୋଭିଡ୍‌ ନିୟମ ଉଲ୍ଲଘଂନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri