ଢିଙ୍କିଆ ଗାଁ ମୁଣ୍ଡରୁ ଫେରିଲେ ମେଧା ପାଟେକର

କୁଜଙ୍ଗ,୭ା୬ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଢିଙ୍କିଆ ଗ୍ରାମକୁ ସୋମବାର ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଆସିଥିଲେ। ଏହି ସମୟରେ ପ୍ରକଳ୍ପ ସପକ୍ଷବାଦୀଙ୍କ ବିରୋଧ ଯୋଗୁ ସେ ଗଁା ମୁଣ୍ଡରୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏହି ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ଭିତ୍ତିକରି ମେଧାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଆସିଥିଲେ। ଏଥିରେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଚାଷୀ ନେତା ଲିଙ୍ଗରାଜ ଓ ପ୍ରଫେସର ମନୋରଞ୍ଜନ ମହାନ୍ତି ସାମିଲ ହୋଇଥିଲେ। ସେମାନେ ପ୍ରଥମେ ସ୍ଥାନୀୟ ସବ୍‌ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଥିଲେ। ଏହାପରେ ସେମାନେ ଢିଙ୍କିଆ ଗ୍ରାମ ଅଭିମୁଖେ ଯାଇଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ପ୍ରକଳ୍ପ ସପକ୍ଷବାଦୀମାନେ ଢିଙ୍କିଆର ପାଟଣାପଟ ଗଁା ମୁଣ୍ଡରେ ସେମାନଙ୍କୁ ଅଟକାଇଥିଲେ।
ଗ୍ରାମବାସୀଙ୍କ ପକ୍ଷରୁ ଢିଙ୍କିଆ ଗ୍ରାମ୍ୟ କମିଟି ସଭାପତି ନୃସିଂହ ରାଉତ, ଉପଦେଷ୍ଟା ନିର୍ଭୟ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ଅକ୍ଷୟ ବେହେରା, ଅକ୍ଷୟ ଦାସ, ସଂଗ୍ରାମ ସ୍ବାଇଁ, ଦେବଦତ୍ତ ସ୍ବାଇଁ ପ୍ରମୁଖ ଏହି ବିରୋଧର ନେତୃତ୍ୱ ନେଇଥିଲେ। କମିଟି ଉପଦେଷ୍ଟା ସାମନ୍ତରାୟ କହିଥିଲେ, ଆମେ ମେଧାଙ୍କୁ ବିରୋଧ କରୁନାହୁଁ। ମାତ୍ର ସମାଜବାଦୀ ପାର୍ଟିର ନେତା ପ୍ରଧାନ ଅତୀତରେ ଏହି ଗ୍ରାମକୁ ଆସି କେତେଜଣ ଲୋକଙ୍କୁ ମତାଇ ଠେଙ୍ଗା ରାଲି ବାହାର କରିଥିଲେ। ଏନେଇ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏବେ ଆମ ଭିତରେ ଭାଇଚାରା ଫେରିଆସିଛି। ଆମେ ଆଉ ବାହାର ଲୋକଙ୍କୁ ଗାଁରେ ପୂରାଇ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁନାହୁଁ। ତେଣୁ ଆପଣମାନେ ଫେରିଯାଆନ୍ତୁ। ମେଧା କହିଥିଲେ, ମୁଁ ଏଠାକୁ ଜେଲ୍‌ରେ ଥିବା ସ୍ବାଇଁଙ୍କ ପରିବାରକୁ ଭେଟିବାକୁ ଆସିଛି। ମାତ୍ର ଗ୍ରାମବାସୀ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର କହିଥିଲେ, ଆମ ଜୀବନ ଜୀବିକାର ମୂଳ ଉତ୍ସ ପାନ ବରଜ କାରଖାନା ଉଦ୍ଦେଶ୍ୟରେ ଭାଙ୍ଗି ସାରିଛୁ। ସେଥିପାଇଁ କ୍ଷତିପୂରଣ ପାଇସାରିଛୁ। ଅନ୍ୟପକ୍ଷରେ ପାନ ବରଜରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କର ଦଶ ବର୍ଷର ଭତ୍ତା ପାଇସାରିଛନ୍ତି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ପାଇ ଏଠାକାର ଚାଷଜମିକୁ ଲବଣାକ୍ତ କରିଦେଇଛି। ଫଳରେ ଚାଷ ସମ୍ଭବ ନୁହେଁ, ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ଜୀବିକା ନିମନ୍ତେ କାରଖାନା ହେଲେ ଆମେ ନିଯୁକ୍ତି ପାଇବୁ ବୋଲି ଯୁକ୍ତିରେ ସେ ଦର୍ଶାଇଥିଲେ। ଏ ପ୍ରସଙ୍ଗରେ ମେଧା କହିଥିଲେ, ଆପଣମାନଙ୍କୁ ଯଦି ସବୁ ଠିକ୍‌ଠାକ୍‌ ଲାଗୁଛି, ତାହା ହେଲେ ମୁଁ ଏଥିସହ ଏକମତ। ହେଲେ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେଲେ କିଛି କରାଯାଇପାରିବ ନାହିଁ। ଅତୀତରେ ଏଭଳି ବହୁ ଘଟଣା ନଜିର ରହିଛି। କିଛି କମ୍ପାନୀ ନିଯୁକ୍ତି ପ୍ରତିଶ୍ରୁତି ଦେଇ ପରେ ଓହରି ଯାଇଛନ୍ତି। ଫଳରେ ସେଠାରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇ ଫେରିଯାଇଥିଲେ।
ଅପରପକ୍ଷେ ମେଧାଙ୍କ ଆସିବା ଖବରପାଇ କେତେଜଣ ଲୋକ ଢିଙ୍କିଆର ତ୍ରିଲୋଚନପୁର ପଟ ଗଁା ମୁଣ୍ଡରେ ଜଗିଥିଲେ। ସେଠାରେ ଢିଙ୍କିଆର ଗୀତାଞ୍ଜଳି ଦାସ ପହଞ୍ଚତ୍ ରୁଣ୍ଡ ହୋଇଥିବା ଲୋକଙ୍କୁ ବିରୋଧ କରିବା ସହ ମାହାଳର ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭୟଚାନ୍ଦପୁର ଥାନାରେ ଖବର ଦିଆଯାଇଥିବା ପରେ ପୋଲିସ ପହଞ୍ଚତ୍ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri