Posted inଖେଳ

‘ପଦକ ଦେଶବାସୀଙ୍କର, ଅସମ୍ମାନ କରନି’

କୋଲକାତା ସ୍ପୋଟର୍‌ସ ଜର୍ନାଲିଷ୍ଟ କ୍ଲବ (ସିଏସ୍‌ଜେସି)ର ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ ନିକଟରେ ମନ୍ଦରମାନିସ୍ଥିତ ବାନ୍ୟନ ଟ୍ରି ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଲିମ୍ପିଆନ ଆଥଲେଟ୍‌ ପଦ୍ମଶ୍ରୀ ଦୀପା ମଲିକ ଓ ପୂର୍ବତନ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନ ମନୋଜ କୋଠାରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଧରିତ୍ରୀର କ୍ରୀଡ଼ା ପ୍ରତିନିଧି ତପନ କୁମାର ସ୍ବାଇଁ। ଏହି ଅବସରରେ ଦୀପାଙ୍କ ସହ ବାର୍ତ୍ତାଳାପ …

”ଅନ୍ତର୍ଜାତୀୟ ସ୍ତରରେ କୌଣସି ଟୁର୍ନାମେଣ୍ଟରେ ଆମ ଆଥଲେଟ୍‌ ଯେତେବେଳେ ପଦକ ଜିତନ୍ତି ସେତେବେଳେ ସେ ପଦକ କେବଳ ତାଙ୍କର ହୋଇ ନ ଥାଏ, ତାହା ଦେଶବାସୀଙ୍କର ହୋଇଯାଇଥାଏ। କାରଣ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ସେ ଉକ୍ତ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରିଥାନ୍ତି। ପଦକ ତାଲିକାରେ ଦୀପା କିମ୍ବା ଅନ୍ୟ କାହାର ନାମ ଉଲ୍ଲେଖ ନ ଥାଏ। ସ୍ପଷ୍ଟଭାବେ ଦେଶ (ଭାରତ) କେତେ ପଦକ ପାଇଲା ତାହା ପରିଦୃଷ୍ଟ ହୋଇଥାଏ। ଯେତେବେଳେ କେହି ସ୍ବର୍ଣ୍ଣ ପଦକ ଜିତିଥାଏ ଦେଶର ପତାକା ଉପରକୁ ଉଠିଥାଏ ଏବଂ ଜାତୀୟ ସଙ୍ଗୀତ ବାଜିଥାଏ। ତେଣୁ ପଦକକୁ ନେଇ କେହି ଆମ ଦେଶର ଲୋକଙ୍କ ଭାବାବେଗ ସହିତ ଖେଳିବା ଉଚିତ ନୁହେଁ“ ବୋଲି ଦୀପା ପ୍ରକାଶ କରିଛନ୍ତି। ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ)ରେ ଦେଖାଦେଇଥିବା ବିବାଦ ପରିପ୍ରେକ୍ଷୀରେ ପଦକ ଫେରାଇଥିବା ଜାତୀୟ ରେସଲରଙ୍କୁ ଭର୍ତ୍ସନା କରିଛନ୍ତି ଦୀପା। ସବୁ କଥାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ କରାଯିବା ଉଚିତ। ଏଥିପାଇଁ ନୀତି ନିୟମ ଅଛି, କମିଟି ଓ କାଉନ୍‌ସିଲ ଗଠନ କରାଯାଇଛି। ତେଣୁ ରେସଲରମାନେ ପଦକକୁ ଅସମ୍ମାନ କରିବା ପରିବର୍ତ୍ତେ ଅପେକ୍ଷା କରିବାର ଥିଲା। ନିଷ୍ଠାର ସହ ଅନେକ କଠିନ ପରିଶ୍ରମ ପରେ ପଦକ ହାସଲ ହୋଇଥାଏ ବୋଲି ଏହି ଅର୍ଜୁନ ପୁରସ୍କାରପ୍ରାପ୍ତ ପାରାଲିମ୍ପିଆନ ପ୍ରକାଶ କରିଛନ୍ତି।

ଆଥଲେଟ୍‌ଙ୍କ ସାଧନାକୁ ସ୍ବୀକୃତି

୨୦୧୯ରେ ଖେଳରନତ୍ ପୁରସ୍କାରରେ ସମ୍ମାନିତ ହୋଇଥିବା ଦୀପା ପ୍ରଥମ ଭାରତୀୟ ଭାବେ ପାରାଲିମ୍ପିକ୍ସରେ ପଦକ (୨୦୧୬ ଶଟ୍‌ପୁଟ୍‌ରେ ରୌପ୍ୟ) ହାସଲ କରିବାର ରେକର୍ଡ ବହନ କରୁଛନ୍ତି। ଜଣେ ପାରା ଆଥଲେଟ୍‌ଭାବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରିଥିଲେ ଦୀପା। ”ପାରା ସ୍ପୋଟର୍‌ସ ପାଇଁ ଏହା ଜରୁରୀ ଥିଲା। ବେଙ୍ଗଲ ପାରାଲିମ୍ପିକ୍‌ କମିଟି ସଭାପତିଙ୍କୁ ଏଥିପାଇଁ ମୁଁ ନିଶ୍ଚିତ ଧନ୍ୟବାଦ ଦେବାକୁ ଚାହିଁବି। ଏହା ବ୍ୟତୀତ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରୁଥିବାରୁ ସିଏସ୍‌ଜେସିକୁ ମଧ୍ୟ ଅଶେଷ ଧନ୍ୟବାଦ। ଆଥଲେଟ୍‌ଙ୍କ ସାଧନାକୁ ଏହା ଏକ ସ୍ବୀକୃତି ସଦୃଶ। କେନ୍ଦ୍ର ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଦ୍ୱାରା ଭାରତର ଅନେକ ଆଥଲେଟ ନିଜ ପ୍ରଦର୍ଶନକୁ ଶାଣିତ କରିବାରେ ସକ୍ଷମ ହୋଇପାରୁଛନ୍ତି“ ବୋଲି ଦୀପା ପ୍ରକାଶ କରିଛନ୍ତି।

ଯନ୍ତ୍ରଣା ସତ୍ତ୍ୱେ ହାର ମାନିନି

କାର୍ଯ୍ୟକ୍ରମ ଅବସରରେ ନିଜ ସଂଘର୍ଷ, ସାଧନା ଓ ସିଦ୍ଧିର କାହାଣୀ ବର୍ଣ୍ଣନା କରିଥିଲେ ଦୀପା। ସେ କହିଥିଲେ ଯେ, ମୁଁ ଯେତେବେଳେ ୫ ବର୍ଷର ହୋଇଥିଲି ମେରୁଦଣ୍ଡରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ଏଥିପାଇଁ ୩ ବର୍ଷ ଚିକିତ୍ସିତ ହୋଇଥିଲି। ସମ୍ପୂର୍ଣ୍ଣ ସୁସ୍ଥ ପାଇଁ ମୋତେ ଅତ୍ୟଧିକ ଫିଜିଓଥେରାପିର ଆବଶ୍ୟକ ପଡ଼ିଥିଲା। ୨୯ ବର୍ଷର ହୋଇଥିବାବେଳେ ୧୯୯୯ରେ ପୁଣି ସ୍ପାଇନାଲ ଟ୍ୟୁମର ପାଇଁ ଚିକିତ୍ସା କରାଗଲା। ୩ ଥର ଅସ୍ତ୍ରୋପଚାର ପରେ ଟ୍ୟୁମରକୁ ବାହାର କରାଗଲା। ମାତ୍ର ଏହି ଅସ୍ତ୍ରୋପଚାର ଦ୍ୱାରା ମୋତେ ପାରାଲିସିସ୍‌ ହୋଇଯାଇଥିଲା। ମାତ୍ର ଏଥିରେ ମୁଁ ହାର୍‌ ନ ମାନି ଫିଟ୍‌ ରହିବାପାଇଁ କ୍ରୀଡ଼ାକୁ ଆପଣେଇଲି। ସୁଇମିଂ, ବାଇକ୍‌ ରାଇଡିଂ ଏବଂ ଆଥ୍‌ଲେଟିକ୍ସରେ ସଫଳ ହୋଇଥିଲି। ଯନ୍ତ୍ରଣା ସତ୍ତ୍ୱେ ମୁଁ କେବେ ହାର୍‌ ମାନି ନ ଥିଲି। ଦୃଢ଼ ମନୋବଳ ପାଇଁ ଶେଷରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ପାରିଥିଲି।

ଭାରତର ପଦକ ସଂଖ୍ୟା ବଢ଼ିବ

ଆଗାମୀ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ମାନେ ଚମକ ସୃଷ୍ଟି କରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ”ଆପଣ ବର୍ଷ ପରେ ବର୍ଷର ପ୍ରଦର୍ଶନକୁ ଦେଖିଲେ ଜାଣିପାରିବେ ଯେ ଭାରତର ପୋଜିଶନ ଧୀରେ ଧୀରେ ଉପରକୁ ଉଠିବାରେ ଲାଗିଛି। ଆମ ଆଥଲେଟ୍‌ମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ଅଧିକ ଆତ୍ମବିଶ୍ୱାସରେ ରହୁଛନ୍ତି। ଫଳରେ ଅନ୍ତର୍ଜାତୀୟ ସର୍କିଟରେ ସେମାନେ ଉତ୍ତମ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରୁଛନ୍ତି। କୌଣସି ଗୋଟିଏ କିମ୍ବା ୨ଟି ଇଭେଣ୍ଟରେ ନୁହେଁ ବିଭିନ୍ନ କ୍ରୀଡ଼ାରେ ଭାରତୀୟ ଆଥଲେଟ୍‌ ଓ ପାରା ଆଥଲେଟ୍‌ମାନେ ପାରଦର୍ଶିତା ଲାଭ କରିବାରେ ଲାଗିଛନ୍ତି। ଏବେ ଆମ ନିକଟରେ ଅତ୍ୟାଧୁନିକ ସରଞ୍ଜାମ ଉପଲବ୍ଧ। ଆମେ ଅଭ୍ୟାସରେ କ୍ରୀଡ଼ା ବିଜ୍ଞାନକୁ ମଧ୍ୟ ସାମିଲ କରିଛୁ। ଆମର ଇକୋ ସିଷ୍ଟମ ଦିନକୁ ଦିନ ଉପରକୁ ଯାଉଛି। ତେଣୁ ଅଧିକରୁ ଅଧିକ ପିଲା ଏବେ କ୍ରୀଡ଼ାକୁ ଆସିବା ଉଚିତ ଏବଂ ଆମେ ସେମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ବିଭିନ୍ନ କ୍ରୀଡ଼ାରେ ଲଗାଇବା ଆବଶ୍ୟକ। ଏବେ ମଧ୍ୟ ଏପରି କେତେକ ଇଭେଣ୍ଟ ଅଛି, ଯେଉଁଥିରେ ଭାରତ ପ୍ରତିନିଧିତ୍ୱ କରିପାରୁନାହିଁ। ପୂର୍ବ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ନୀରଜ ଚୋପ୍ରା ଓ ପାରାଲିମ୍ପିକ୍ସରେ ସୁମିତ ଆଣ୍ଟିଲଙ୍କ ପରି ଆଥଲେଟ୍‌ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ଆଗାମୀ ଅଲିମ୍ପିକ୍ସରେ ଏହି ସଂଖ୍ୟା ବଢ଼ିବ ବୋଲି ମୋର ଆଶା ଅଛି। ଶୁଟିଂ ହେଉ ପାଓ୍ବାରଲିଫ୍‌ଟିଂ କିମ୍ବା ଆଥଲେଟିକ୍ସ ଯୁବ ପ୍ରତିଭାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଚାଇନାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଆମେ ଅନେକ ନୂଆ ପ୍ରତିଭା ପାଇଛୁ। ତେଣୁ ଆଗାମୀ ଦିନରେ ଆମେ ପାରାଲିମ୍ପିକ୍ସରୁ ଅଧିକ ଖୁସି ଖବର ଶୁଣିବା ଅପେକ୍ଷାରେ ରହିଛୁ ବୋଲି ଦୀପା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri