୫୦ ହଜାର ଦିଅ, ଗୁଣ୍ଠେ ଜମି ନିଅ

କଳିଙ୍ଗନଗର,୨୯।୧: ଯାଜପୁର ଜିଲାର ଦାନଗଦି ତହସିଲ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜନସଂଖ୍ୟା ବଢିବା ସାଙ୍ଗକୁ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି। ସରକାରୀ ଜମି ଓ ଜଳାଶୟଗୁଡିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରିଗଲେଣି। ଏହିକ୍ରମରେ ଦାନଗଦି ତହସିିଲ ଅଞ୍ଚଳରେ ସରକାରୀ ଜମି ମଧ୍ୟ ବିକ୍ରୀ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ୫୦ହଜାର ଟଙ୍କା ଦେଲେ ଗୁଣ୍ଠେ ଜଙ୍ଗଲ କିସମ ଜମି ମିଳି ଯାଉଛି ବୋଲି ଆଲୋଚନା ହେଉଛି।
ଅନାବାଦୀ, ଗୋଚର କିମ୍ବା ସର୍ବସାଧାରଣ ରାସ୍ତା ଜମି ଜବରଦଖଲକାରୀମାନେ ଯିଏ ଯେଉଁଠି ପାରିଲା ମାଡିବସି କୋଠାବାଡ଼ି ନିର୍ମାଣ କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଜମି ବିକ୍ରୀ କରୁଥିବା ଦଲାଲମାନେ ଜମିର ସୁରକ୍ଷା ବାବଦରେ ମଧ୍ୟ ଦାୟୀ ରହୁଥିବାରୁ ଏହି ଜମି ହତେଇବା ପାଇଁ ପ୍ରତିଯୋଗିତା ଚାଲିଛି। ଦାନଗଦି ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଓ ଅନ୍ୟଜଣେ କର୍ମଚାରୀ ଏହି ବେଆଇନ କାରବାରର ସୁରକ୍ଷା ଦେଉଥିବା କୁହାଯାଉଛି। ଦଲାଲମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଠିକାଦାରୀ କରୁଥିବା ଜିଲା ତଥା ଜିଲା ବାହାରର ଲୋକମାନଙ୍କୁ ଏହି ଜମି ସବୁ ବିକ୍ରୀ କରୁଛନ୍ତି। ଫଳସ୍ବରୂପ ଦାନଗଦି ତହସିଲର ତ୍ରିଜଙ୍ଗା ମୈାଜା ଓ ଧୂଳିଗଡ଼ ମୌଜାରେ ଥିବା ସରକାରୀ ଜମି ଦଖଲ କରି ଶତାଧିକ କୋଠାବାଡ଼ି ନିର୍ମାଣ ଚାଲିଛି। ତହସିଲ କାର୍ଯ୍ୟାଳୟକୁ ଲାଗି ଏହି ଅଞ୍ଚଳରେ ପ୍ରାୟ ଶହେ ଏକର ଜଙ୍ଗଲ, ଅନାବାଦି, ଗୋଚର ଏବଂ ସର୍ବସାଧାରଣ ରାସ୍ତା ଥିବା ଜମିକୁ ଦଲାଲମାନେ ନିଜ ନିଜର କବ୍‌ଜାରେ ରଖି ନିଜ ସମ୍ପତ୍ତି ପରି ବିକ୍ରୀ କରୁଥିବା ଦେଖିବାକୁ ମିଳିଛି। ଦାନଗଦି ଆର୍‌ଆଇ ଓ ତହସିଲ କାର୍ଯ୍ୟାଳୟ ତ୍ରିଜଙ୍ଗା ମୌଜାରେ ରହିଛି। କିନ୍ତୁ ଏହି ମୌଜାରେ ହିଁ ସବୁଠାରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହେଉଛି। ତହସିଲ କାର୍ଯ୍ୟାଳୟର ପଛ ପାର୍ଶ୍ୱରେ ଥିବା ତ୍ରିଜଙ୍ଗା ମୌଜାର ଖାତା ନମ୍ବର-୫୦୧, ପ୍ଲଟ ନମ୍ବର-୨୪୦ ଜମିର କିସମ ରକ୍ଷିତ ଜଙ୍ଗଲ । ଏହି ଜମିରୁ ପ୍ରାୟ ୮୦ ଡିସିମିଲ ଜମିକୁ ବେଆଇନ ଭାବରେ ମାଡିବସି ଭୁବନ ଅଞ୍ଚଳର ଜଣେ ବ୍ୟକ୍ତି ଏକ ବିଶାଳ କୋଠା ଘର ନିର୍ମାଣ ଚଳାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଖୋଦ ତହସିଲଦାର ସଂପୃକ୍ତ ବ୍ୟକ୍ତିଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଇ ଫର୍ମ (ଖ)ରେ ଗୋଟିଏ ନୋଟିସ ଧରାଇ ଦେଇ ନିଜ କର୍ତ୍ତବ୍ୟ ଶେଷ କରିଛନ୍ତି । ମାତ୍ର ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପାଇଁ କାଳେ ଅଢେଇ ଲକ୍ଷ ଟଙ୍କା କାରବାର ହୋଇଥିବା ଚର୍ଚ୍ଚା ହେଉଛି।
ତଥ୍ୟ ମୁତାବକ ଗତ ୨୦୧୮ରେ କେବଳ ତ୍ରିଜଙ୍ଗା ମୌଜାରେ ମୋଟ ୫୦୭ ଏକର ସରକାରୀ ଜମିରେ ବେଆଇନ କୋଠାବାଡି ନିର୍ମାଣ ହୋଇସାରିଥିଲା। ବର୍ତ୍ତମାନ ଏହା ପ୍ରାୟ ୭୦୦ ଏକର ପାର ହୋଇ ସାରିଥିବା ବେଳେ ଦାନଗଦି ଆରଆଇ ସର୍କଲ ଧୂଳିଗଡ଼ ମୌଜାରେ ୫୦୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଦଲାଲମାନେ ବିକ୍ରୀ କରି ସାରିଲେଣି ବୋଲି ଅଭିଯୋଗ ହେଉଛି। ସିଙ୍ଗାଡିଆ ବଜାର ପଛପାର୍ଶ୍ୱରେ ଥିବା ଧୂଳିିଗଡ଼ ମୌଜାରେ ଥିବା ବହୁ ପୁରାତନ ଝାଟି ଜଙ୍ଗଲକୁ ସଫାକରି ସେଠାରେ ବଡ଼ ବଡ଼ କୋଠାଘର ନିର୍ମାଣ ଚାଲିଛି। ତହସିଲ ପ୍ରଶାସନ କେବଳ ନୀରବଦ୍ରଷ୍ଟାର ଭୂମିକା ତୁଲାଉଛନ୍ତିି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲଦାର ସ୍ମୃତିରେଖା ଦାସଙ୍କ ମତାମତ ନେବାକୁ ଗୁରୁବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?