ସଂରକ୍ଷିତ ପଦ ଅସଂରକ୍ଷିତ ହେବନି, ୟୁଜିସି ଗାଇଡ୍‌ଲାଇନ ଉପରେ ଶିକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ଭୁବନେଶ୍ୱର,୨୯।୧: ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ଥିବା ପଦବୀ ନିମନ୍ତେ ଯଦି ସେହି ବର୍ଗରୁ ପ୍ରାର୍ଥୀ ଉପଲବ୍ଧ ନ ହେଲେ ସେଗୁଡ଼ିକୁ ଅସଂରକ୍ଷିତ ଘୋଷଣା କରାଯିବ ବୋଲି ୟୁଜିସିର ଚିଠା ଗାଇଡ୍‌ଲାଇନରେ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି କାର୍ଯ୍ୟକାରିତା ଗାଇଡ୍‌ଲାଇନ ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଥିଲା। ତେବେ ବିଭିନ୍ନ ମହଲରୁ ଉକ୍ତ ଚିଠା ଗାଇଡ୍‌ଲାଇନ୍‌କୁ ବିରୋଧ କରାଯାଇଛି।

ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗଙ୍କୁ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ପଦବୀରେ ଦିଆଯାଉଥିବା ସଂରକ୍ଷଣକୁ ଉଚ୍ଛେଦ କରିବା ଲାଗି ଷଡ଼ଯନ୍ତ୍ର ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି। ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାର କେବଳ ପ୍ରତୀକାତ୍ମକ ରାଜନୀତି କରୁଥିବା ବିରୋଧୀ ଦଳ କହିଛି। ଏହି ପ୍ରସଙ୍ଗରେ ୟୁଜିସି ଅଧ୍ୟକ୍ଷ ଏମ୍‌. ଜଗଦେଶ କୁମାରଙ୍କ ବିରୋଧରେ ସୋମବାର ବିକ୍ଷୋଭ ପାଇଁ ଜେଏନ୍‌ୟୁ ଛାତ୍ର ସଂସଦ ଘୋଷଣା କରିଥିଲା। ଏହା ପରେ କୁମାର ମଧ୍ୟ ସ୍ପଷ୍ଟୀକରଣ ଦେଇ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂର୍ବରୁ ଥିବା ସଂରକ୍ଷିତ ପଦବୀଗୁଡ଼ିକୁ ଅସଂରକ୍ଷିତ କରାଯିବ ନାହିଁ ବୋଲି କହିଛନ୍ତି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ(ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ କାର୍ଯ୍ୟକାରୀ ହେବା ପରେ କୌଣସି ସଂରକ୍ଷିତ ପଦବୀ ଅସଂରକ୍ଷିତ ହେବାର ନାହିଁ। ଉକ୍ତ ପଦବୀଗୁଡ଼ିକୁ ପୂରଣ କରିବାରେ ଉକ୍ତ ଆଇନକୁ
କଡ଼ାକଡ଼ି ପାଳନ କରିବା ନିମନ୍ତେ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଥିବା ଏକ୍ସ’ରେ ଲେଖିଛି।

ୟୁଜିସିର ଚିଠା ଗାଇଡ୍‌ଲାଇନ ଅନୁଯାୟୀ ଏସ୍‌ସି, ଏସ୍‌ଟି କିମ୍ବା ଓବିସି ପାଇଁ ସଂରକ୍ଷିତ ପଦବୀ ଖାଲି ଥିଲେ, ସେଠାରେ ଅନ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ତେବେ ଅସଂରକ୍ଷଣ ପ୍ରକ୍ରିୟା ଶେଷ ହେବା ପରେ ଏକ ସଂରକ୍ଷିତ ଖାଲିସ୍ତାନକୁ ଅସଂରକ୍ଷିତ ଘୋଷଣା କରାଯାଇପାରିବ ଏବଂ ଏହାକୁ ଅସଂରକ୍ଷିତ ଖାଲି ପଦବୀ ଭାବେ ପୂରଣ କରାଯାଇପାରିବ। ଅର୍ଥାତ୍‌ ସିଧାସଳଖ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷିତ ପଦବୀକୁ ଅସଂରକ୍ଷିତ କରିବା ବେଆଇନ। ତେବେ ବିରଳ ଏବଂ ଅସାଧାରଣ କ୍ଷେତ୍ରରେ ଜନସ୍ବାର୍ଥ ଦୃଷ୍ଟିରୁ ଗ୍ରୁପ୍‌ ଏ ସେବାର ଏକ ପଦବୀକୁ ଖାଲି ରଖିବାକୁ ଅନୁମତି ମିଳି ନ ପାରିଲେ, ଏହା ଅସଂରକ୍ଷିତ କରିବା ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରିପାରନ୍ତି।

ପଦବୀ ପୂରଣ ପାଇଁ କ’ଣ ସବୁ ଉଦ୍ୟମ ହୋଇଛି, କାହିଁକି ସମ୍ପୃକ୍ତ ପଦବୀକୁ ଖାଲି ରଖାଯାଇପାରିବ ନାହିଁ ଏବଂ ଅଣସଂରକ୍ଷିତ କରିବାର ଯଥାର୍ଥତା ସମ୍ପର୍କରେ ପ୍ରସ୍ତାବରେ ଉଲ୍ଲେଖ କରିବାକୁ ହେବ। ଖାଲି ସ୍ଥାନ ଗ୍ରୁପ୍‌ ସି କିମ୍ବା ଡି ପାଇଁ ଥିଲେ ଉକ୍ତ ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦକୁ ପଠାଯିବ। ଯଦି ପଦବୀ ଗ୍ରୁପ୍‌ ଏ କିମ୍ବା ବି ବର୍ଗର ହୋଇଥିବ, ତେବେ ପ୍ରସ୍ତାବ ଶିକ୍ଷା ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯିବ। ତାହା ଅନୁମୋଦନ ହେଲେ ସଂରକ୍ଷିତ ସ୍ଥାନକୁ ପୂରଣ କରାଯାଇ ପାରିବ ବୋଲି ଚିଠା ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?