ବିବାହର ୩୩ ବର୍ଷ ପରେ ମକ୍କା ଯାଇ ଧର୍ମ ବଦଳାଇଲେ ଗୌରୀ ଖାନ୍‌? ଫଟୋ ଭାଇରାଲ ପରେ…

ମୁମ୍ବାଇ: ବି-ଟାଉନ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ ଅନ୍ୟତମ। ଆଜି ବି ଅନେକଙ୍କ ପାଇଁ ତାଙ୍କ ପ୍ରେମ ଉଦାହରଣ ପାଲଟିଛି। କାରଣ ଭିନ୍ନ ଧର୍ମର ହୋଇଥିଲେ ହେଁ ଦୁହେଁ ପରସ୍ପରକୁ ଜୀବନସାଥୀ ରୂପେ ବାଛିଥିଲେ। ୧୯୯୧ ଅକ୍ଟୋବର ୨୧ରେ ତାଙ୍କର ବିବାହ ହୋଇଥିଲା। ଏବେ ଏହି ସମ୍ପର୍କକୁ ୩୩ ବର୍ଷ ବିତି ସାରିଛି। ଗୌରୀଙ୍କ ପରିବାର ଶାହାରୁଖଙ୍କ ଧର୍ମକୁ ନେଇ ବିବାହ ଲାଗି ଅରାଜି ଥିଲେ। ହେଲେ ଦୁହେଁ ସମସ୍ତଙ୍କୁ ରାଜି କରାଇଥିଲେ। ବିବାହ ପରେ ଗୌରୀ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ୍‌ ଧର୍ମ ଗ୍ରହଣ କରିନେବେ ବୋଲି କୁହାଯାଉଥିଲା। ହେଲେ ସେଭଳି ହୋଇ ନ ଥିଲା। ଶାହାରୁଖ ମଧ୍ୟ ତାଙ୍କ ଉପରେ କୌଣସି ଚାପ ପକାଇ ନ ଥିଲେ। ଏମିତିରେ ଏବେ ଚର୍ଚ୍ଚା ହେଉଛି ଯେ ଗୌରୀ ୩୩ ବର୍ଷ ପରେ ମକ୍କା ଯାଇ ନିଜର ଧର୍ମ ବଦଳାଇଛନ୍ତି। ତାଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି। ଆସନ୍ତୁ ଜାଣିବା ସେହି ଫଟୋ ପଛର ସତ।

 

View this post on Instagram

 

A post shared by Abdul Wajeed (@wtv_news_media)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଶାହାରୁଖ, ଗୌରୀଙ୍କ ସହ ପୁଅ ଆର୍ୟନ ନଜର ଆସୁଛନ୍ତି। ଏମିତିରେ ଗୌରୀଙ୍କ ଉମରାହ୍‌ ଲୁକ୍‌କୁ ବେଶ ପସନ୍ଦ କରାଯାଉଛି। ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଗୌରୀଙ୍କ ଧର୍ମକୁ ନେଇ ଆଲୋଚନା ବଢ଼ିଛି। ହେଲେ କହି ରଖୁଛୁ ଯେ ଏହି ଫଟୋଗୁଡ଼ିକ AI ଦ୍ୱାରା ଏଡିଟ୍‌ କରାଯାଇଛି। ଏଭଳି କରି କଳାକାରଙ୍କ ବିରୋଧରେ ଗୁଜବ ସୃଷ୍ଟି କରାଯାଉଛି।

 

View this post on Instagram

 

A post shared by Abdul Wajeed (@wtv_news_media)

କହିରଖୁଛୁ, ଶାହାରୁଖ-ଗୌରୀଙ୍କ ପୂର୍ବରୁ ଅନେକ ସେଲିବ୍ରିଟି AIର ଶିକାର ହୋଇଛନ୍ତି। ଆଲିଆ ଭଟ୍ଟ, କଟ୍ରିନା କୈଫଙ୍କ ଭଳି ଷ୍ଟାର୍‌ଙ୍କ ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

ବଡ଼ପୁଅ ଇବ୍ରାହିମ୍‌ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା...

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ICUକୁ ଗଲେ ସୈଫ ଅଲ୍ଲୀ ଖାନ୍‌, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ…

ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri