ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ ଜଣେ ଓ ମାଂସ କିଣି ତରକାରୀ ରାନ୍ଧି ଖାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ କୋମନା ବନାଞ୍ଚଳ ଅନ୍ତର୍ଗତ ବୋଡ଼େନ ବ୍ଲକ ଅଧୀନ ନାଗପଡ଼ା ପଞ୍ଚାୟତ ସିର୍ଲି ଗ୍ରାମର ଖଲିଆ ମୁଣ୍ଡା ନୂଆପଡାର ଅନ୍ତରାମ ମାଝୀ (୪୦) ବିସ୍ଫୋରକ ପଦାର୍ଥରେ ବୋମା ଭିଡି ଗ୍ରାମ ନିକଟ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଖଞ୍ଜି ଥିଲେ। ଉକ୍ତ ବିସ୍ଫୋରକ ସଂସ୍ପର୍ଶରେ ଆସି ବାରହା ମରିଯିବା ପରେ ତାକୁ କାଟି ମାଂସ ବିକ୍ରି କରିଥିଲେ। ଉକ୍ତ ମାଂସ କିଣି ରାନ୍ଧି ଖାଉଥିବା ଖବର ପାଇ କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ସଦଳବଳେ ଚଢ଼ଉ କରିଥିଲେ। ତେଜରାଜ ମାଝୀ (୩୨), ଇନ୍ଦ୍ରମଣି ମାଝୀ (୨୬), କୋଦୋ ମାଝୀ, ଦଶରଥ ମାଝୀ, ଯୁଜେଷ୍ଟି ମାଝୀଙ୍କ ଠାରୁ ପ୍ରାୟ ଅଧ କିଲୋ ରନ୍ଧା ମାଂସ ସହ କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଅଟକ ରଖ ପଚରାଉଚରା କରିଥିଲେ । ପରେ ବନାଞ୍ଚଳ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ବାରହା ଶିକାର କରିଥିବା ମୁଖ୍ୟ ଅଭିଯୁକ୍ତ ଅନ୍ତରାମ ମାଝୀଙ୍କୁ
ତା’ଙ୍କ ଘରୁ କାବୁ କରିବା ସହ ୬ଟି ଜୀବନ୍ତ ବୋମା, କିଛି ବାରହା ଫାସ ଓ ୫୫ଟି ଝିଙ୍କ କଣ୍ଟା, ଗୋଟିଏ ରକ୍ତ ଭିଜା ଟାଙ୍ଗିଆ ଜବତ କରି ଥିବା ଜଣାପଡ଼ିଛି । ମାଂସ କିଣି ରାନ୍ଧି ଖାଇବା ଅଭିଯୋଗରେରେ ତେଜରାଜ ଓ ଇନ୍ଦ୍ରମଣି ତଥା ବୋମା ଭିଡି ବାରହା ଶିକାର କରି ମାଂସ ବିକ୍ରି ଅଭିଯୋଗରେ ଅନ୍ତରାମଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରି ୩ ଜଣଙ୍କୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ସୁତାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପରୀକ୍ଷଣ ପାଇଁ ରନ୍ଧା ମାଂସର ନମୂନା ଓୟୁଏଟିକୁ ପଠାଯାଇଛି । ବିଶେଷଜ୍ଞଙ୍କ ଦ୍ବାରା ଜବତ ବୋମା ନିଷ୍କ୍ରିୟ କରାଯିବାକୁ ପଦକ୍ଷେପ ନିଆଯାଇଛି। ବେଆଇନ କାର୍ଯ୍ୟରେ ବ୍ୟବହୃତ ବିସ୍ଫୋରକ କେଉଁଠାରୁ ଆସୁଛି ଓ ବୋମା ଭିଡ଼ିବା ଚେର କେତେ ଦୂର ଲମ୍ବିଛି ତାହାର ଏକ ତଦନ୍ତ କରାଯିବା ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ପ୍ରେମୀ ମତ ରଖୁଛନ୍ତି। ଦିନକୁ ଦିନ ଜନ୍ତୁ ଶିକାର ବୃଦ୍ଧି ପାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri