ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ ଜଣେ ଓ ମାଂସ କିଣି ତରକାରୀ ରାନ୍ଧି ଖାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ କୋମନା ବନାଞ୍ଚଳ ଅନ୍ତର୍ଗତ ବୋଡ଼େନ ବ୍ଲକ ଅଧୀନ ନାଗପଡ଼ା ପଞ୍ଚାୟତ ସିର୍ଲି ଗ୍ରାମର ଖଲିଆ ମୁଣ୍ଡା ନୂଆପଡାର ଅନ୍ତରାମ ମାଝୀ (୪୦) ବିସ୍ଫୋରକ ପଦାର୍ଥରେ ବୋମା ଭିଡି ଗ୍ରାମ ନିକଟ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଖଞ୍ଜି ଥିଲେ। ଉକ୍ତ ବିସ୍ଫୋରକ ସଂସ୍ପର୍ଶରେ ଆସି ବାରହା ମରିଯିବା ପରେ ତାକୁ କାଟି ମାଂସ ବିକ୍ରି କରିଥିଲେ। ଉକ୍ତ ମାଂସ କିଣି ରାନ୍ଧି ଖାଉଥିବା ଖବର ପାଇ କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ସଦଳବଳେ ଚଢ଼ଉ କରିଥିଲେ। ତେଜରାଜ ମାଝୀ (୩୨), ଇନ୍ଦ୍ରମଣି ମାଝୀ (୨୬), କୋଦୋ ମାଝୀ, ଦଶରଥ ମାଝୀ, ଯୁଜେଷ୍ଟି ମାଝୀଙ୍କ ଠାରୁ ପ୍ରାୟ ଅଧ କିଲୋ ରନ୍ଧା ମାଂସ ସହ କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଅଟକ ରଖ ପଚରାଉଚରା କରିଥିଲେ । ପରେ ବନାଞ୍ଚଳ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ବାରହା ଶିକାର କରିଥିବା ମୁଖ୍ୟ ଅଭିଯୁକ୍ତ ଅନ୍ତରାମ ମାଝୀଙ୍କୁ
ତା’ଙ୍କ ଘରୁ କାବୁ କରିବା ସହ ୬ଟି ଜୀବନ୍ତ ବୋମା, କିଛି ବାରହା ଫାସ ଓ ୫୫ଟି ଝିଙ୍କ କଣ୍ଟା, ଗୋଟିଏ ରକ୍ତ ଭିଜା ଟାଙ୍ଗିଆ ଜବତ କରି ଥିବା ଜଣାପଡ଼ିଛି । ମାଂସ କିଣି ରାନ୍ଧି ଖାଇବା ଅଭିଯୋଗରେରେ ତେଜରାଜ ଓ ଇନ୍ଦ୍ରମଣି ତଥା ବୋମା ଭିଡି ବାରହା ଶିକାର କରି ମାଂସ ବିକ୍ରି ଅଭିଯୋଗରେ ଅନ୍ତରାମଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରି ୩ ଜଣଙ୍କୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ସୁତାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପରୀକ୍ଷଣ ପାଇଁ ରନ୍ଧା ମାଂସର ନମୂନା ଓୟୁଏଟିକୁ ପଠାଯାଇଛି । ବିଶେଷଜ୍ଞଙ୍କ ଦ୍ବାରା ଜବତ ବୋମା ନିଷ୍କ୍ରିୟ କରାଯିବାକୁ ପଦକ୍ଷେପ ନିଆଯାଇଛି। ବେଆଇନ କାର୍ଯ୍ୟରେ ବ୍ୟବହୃତ ବିସ୍ଫୋରକ କେଉଁଠାରୁ ଆସୁଛି ଓ ବୋମା ଭିଡ଼ିବା ଚେର କେତେ ଦୂର ଲମ୍ବିଛି ତାହାର ଏକ ତଦନ୍ତ କରାଯିବା ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ପ୍ରେମୀ ମତ ରଖୁଛନ୍ତି। ଦିନକୁ ଦିନ ଜନ୍ତୁ ଶିକାର ବୃଦ୍ଧି ପାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri