Posted inଖେଳ

ସନ୍ତରଣରେ ମ୍ୟାକେନଙ୍କୁ ୭ ପଦକ

ଟୋକିଓ,୧ା୮(ଏପି):ଟୋକିଓ ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଏମା ମ୍ୟାକେନ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ୭ଟି ପଦକ ଜିତିବା ସହ ସୋଭିଏଟ୍‌ ଜିମ୍ନାଷ୍ଟ ମାରିଆଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ମ୍ୟାକେନ ୧୦୦ମିଟର ଜିତିସାରିବା ପରେ ୨୩.୮୧ ସେକେଣ୍ଡ ଟାଇମିଂରେ ୫୦ ମିଟର ଫ୍ରିଷ୍ଟାଇଲ ଜିତି ଏକ ଅଲିମ୍ପିକ ରେକର୍ଡ ପ୍ରତିଷ୍ଠା କରିଥିଲେ। ଫଳରେ ସେ ଡବଲ ସ୍ପ୍ରିଣ୍ଟ ସଫଳତା ହାସଲ କରିଥିଲେ। ଏହାର ୩୦ ମିନିଟ ପରେ ମ୍ୟାକେନ ସୁଇମିଂ ପୁଲ୍‌କୁ ଓହ୍ଲାଇଥିଲେ। ସେ ପୁଣି ବିଜୟ ଲାଭ କରିଥିଲେ। ଏଥର ସେ ଅଷ୍ଟ୍ରେଲିଆ ୪x୧୦୦ ମିଡ୍‌ଲେ ରିଲେ ଦଳର ସଦସ୍ୟ ଥିଲେ। ତାଙ୍କ ଟିମ୍‌ ଅଲିମ୍ପିକ ରେକର୍ଡ ସମୟରେ ରେସ୍‌ ଜିତିଥିଲା। ମ୍ୟାକେନ ଟୋକିଓରୁ ୪ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ସହ ସ୍ବଦେଶ ଫେରିବେ। ଏହାଦ୍ୱାରା ସେ ୧୯୫୨ରେ ହେଲସେଙ୍କିରେ ସୋଭିଏଟ୍‌ ଜିମ୍ନାଷ୍ଟ ମାରିଆ ଗୋରୋଖୋଭସ୍କାୟାଙ୍କ ଦ୍ୱାରା ପ୍ରତିଷ୍ଠା ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ବ୍ରିସ୍‌ବେନ ବାସିନ୍ଦା ୨୭ ବର୍ଷୀୟା ମାକେନ ଏକ ସନ୍ତରଣ ପରିବାରରୁ ଆସିଛନ୍ତି। ସେ ଓ ତାଙ୍କ ଭାଇ ଡେଭିଡ୍‌ ୧୯୬୦ ପରେ ପ୍ରଥମ ଭାଇ-ଭଉଣୀ ଭାବେ ୫ବର୍ଷ ପୂର୍ବେ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସେଠାରେ ମ୍ୟାକେନ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ। ତାଙ୍କ ପିତା ରୋନ୍‌ ହେଉଛନ୍ତି ଜଣେ ସନ୍ତରଣକାରୀ, ଯିଏକି ସିଡ୍‌ନୀଠାରେ ଏକ ରନ୍‌-ଟୁ-ସୁଇମ୍‌ ସେଣ୍ଟର ପରିଚାଳନା କରୁଛନ୍ତି। ମ୍ୟାକନ କହିଛନ୍ତି, ତାଙ୍କର ପଦକ ସଂଖ୍ୟା ପ୍ରତି ଧ୍ୟାନ ନ ଥିଲା। ତାଙ୍କ କଠିନ ପରିଶ୍ରମ ଫଳ ଯୋଗୁ ସେ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ମ୍ୟାକନ କହିଛନ୍ତି ତାଙ୍କର ପିଲାଦିନରୁ ଅଲିମ୍ପିକ୍ସ ଉପରେ ନଜର ରହିଥିଲା। ମ୍ୟାକନଙ୍କର ଜଣେ ଟିମ୍‌ମେଟ୍‌ କାଇଲ ଚାଲମର୍ସ କହିଛନ୍ତି ଅଲିମ୍ପିକ୍ସରେ ଗୋଟିଏ ସ୍ବର୍ଣ୍ଣ ଜିତିବା କେତେ କଷ୍ଟରକର ବ୍ୟାପାର ମ୍ରାକନ ଏତେ ପଦକ କିପରି ଜିତିପାରୁଛନ୍ତି ସେ ଭାବି ପାରୁ ନାହାନ୍ତି। ତାଙ୍କୁ ଟିମ୍‌ରେ ପାଇ ଆମେ ଭାଗ୍ୟବାନ ମନେ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri