Posted inଖେଳ

ସନ୍ତରଣରେ ମ୍ୟାକେନଙ୍କୁ ୭ ପଦକ

ଟୋକିଓ,୧ା୮(ଏପି):ଟୋକିଓ ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଏମା ମ୍ୟାକେନ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ୭ଟି ପଦକ ଜିତିବା ସହ ସୋଭିଏଟ୍‌ ଜିମ୍ନାଷ୍ଟ ମାରିଆଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ମ୍ୟାକେନ ୧୦୦ମିଟର ଜିତିସାରିବା ପରେ ୨୩.୮୧ ସେକେଣ୍ଡ ଟାଇମିଂରେ ୫୦ ମିଟର ଫ୍ରିଷ୍ଟାଇଲ ଜିତି ଏକ ଅଲିମ୍ପିକ ରେକର୍ଡ ପ୍ରତିଷ୍ଠା କରିଥିଲେ। ଫଳରେ ସେ ଡବଲ ସ୍ପ୍ରିଣ୍ଟ ସଫଳତା ହାସଲ କରିଥିଲେ। ଏହାର ୩୦ ମିନିଟ ପରେ ମ୍ୟାକେନ ସୁଇମିଂ ପୁଲ୍‌କୁ ଓହ୍ଲାଇଥିଲେ। ସେ ପୁଣି ବିଜୟ ଲାଭ କରିଥିଲେ। ଏଥର ସେ ଅଷ୍ଟ୍ରେଲିଆ ୪x୧୦୦ ମିଡ୍‌ଲେ ରିଲେ ଦଳର ସଦସ୍ୟ ଥିଲେ। ତାଙ୍କ ଟିମ୍‌ ଅଲିମ୍ପିକ ରେକର୍ଡ ସମୟରେ ରେସ୍‌ ଜିତିଥିଲା। ମ୍ୟାକେନ ଟୋକିଓରୁ ୪ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ସହ ସ୍ବଦେଶ ଫେରିବେ। ଏହାଦ୍ୱାରା ସେ ୧୯୫୨ରେ ହେଲସେଙ୍କିରେ ସୋଭିଏଟ୍‌ ଜିମ୍ନାଷ୍ଟ ମାରିଆ ଗୋରୋଖୋଭସ୍କାୟାଙ୍କ ଦ୍ୱାରା ପ୍ରତିଷ୍ଠା ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ବ୍ରିସ୍‌ବେନ ବାସିନ୍ଦା ୨୭ ବର୍ଷୀୟା ମାକେନ ଏକ ସନ୍ତରଣ ପରିବାରରୁ ଆସିଛନ୍ତି। ସେ ଓ ତାଙ୍କ ଭାଇ ଡେଭିଡ୍‌ ୧୯୬୦ ପରେ ପ୍ରଥମ ଭାଇ-ଭଉଣୀ ଭାବେ ୫ବର୍ଷ ପୂର୍ବେ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସେଠାରେ ମ୍ୟାକେନ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ। ତାଙ୍କ ପିତା ରୋନ୍‌ ହେଉଛନ୍ତି ଜଣେ ସନ୍ତରଣକାରୀ, ଯିଏକି ସିଡ୍‌ନୀଠାରେ ଏକ ରନ୍‌-ଟୁ-ସୁଇମ୍‌ ସେଣ୍ଟର ପରିଚାଳନା କରୁଛନ୍ତି। ମ୍ୟାକନ କହିଛନ୍ତି, ତାଙ୍କର ପଦକ ସଂଖ୍ୟା ପ୍ରତି ଧ୍ୟାନ ନ ଥିଲା। ତାଙ୍କ କଠିନ ପରିଶ୍ରମ ଫଳ ଯୋଗୁ ସେ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ମ୍ୟାକନ କହିଛନ୍ତି ତାଙ୍କର ପିଲାଦିନରୁ ଅଲିମ୍ପିକ୍ସ ଉପରେ ନଜର ରହିଥିଲା। ମ୍ୟାକନଙ୍କର ଜଣେ ଟିମ୍‌ମେଟ୍‌ କାଇଲ ଚାଲମର୍ସ କହିଛନ୍ତି ଅଲିମ୍ପିକ୍ସରେ ଗୋଟିଏ ସ୍ବର୍ଣ୍ଣ ଜିତିବା କେତେ କଷ୍ଟରକର ବ୍ୟାପାର ମ୍ରାକନ ଏତେ ପଦକ କିପରି ଜିତିପାରୁଛନ୍ତି ସେ ଭାବି ପାରୁ ନାହାନ୍ତି। ତାଙ୍କୁ ଟିମ୍‌ରେ ପାଇ ଆମେ ଭାଗ୍ୟବାନ ମନେ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri