ଏମସି ଷ୍ଟାନ ‘ବିଗ ବସ ୧୬’ର ବିଜେତା

୪ ମାସ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗ୍‌ବସ୍‌ ସିଜନ୍‌-୧୬ର ବିଜେତା ହୋଇଛନ୍ତି ଏମ୍‌ସି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ର ଗ୍ରାଣ୍ଡ ଫିନାଲେରେ ବାଜି ମାରିନେଇଛନ୍ତି ଷ୍ଟାନ୍‌। ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ଙ୍କୁ ଓ୍ବିନର ଏବଂ ଶିବ ଠାକ୍‌ରେଙ୍କୁ ରନର-ଅପ୍‌ ଘୋଷଣା କରିଛନ୍ତି।
୨୦୨୨ ଅକ୍ଟୋବର ୧ରେ ୨୦ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିଲା ବିଗ୍‌ବସ୍‌ ସିଜନ୍‌-୧୬। ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରିୟଙ୍କା ଚହର ଚୌଧରୀ, ଏମ୍‌ସି ଷ୍ଟାନ୍‌, ଶାଲିନ୍‌ ଭନୋତ୍‌, ଅର୍ଚ୍ଚନା ଗୌତମ ଓ ଶିବ ଠାକ୍‌ରେ ରହିଥିଲେ। ଶାଲିନ୍‌, ଅର୍ଚ୍ଚନା ଓ ପ୍ରିୟଙ୍କା ଏଲିମିନେଟ୍‌ ହେବା ପରେ ବାକି ରହିଥିଲେ ଏମ୍‌ସି ଷ୍ଟାନ୍‌ ଏବଂ ଶିବ ଠାକ୍‌ରେ। ଦୁହିଁଙ୍କ ମଧ୍ୟରୁ କିଏ ବିଗ୍‌ବସ୍‌ ମୁକୁଟ ପିନ୍ଧିବେ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସୁକତା ଲାଗି ରହିଥିଲା। ସମସ୍ତେ ନିଜ ନିଜ ପସନ୍ଦର କଣ୍ଟେଷ୍ଟାଣ୍ଟଙ୍କୁ ଜିତାଇବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ। ବଲିଉଡ୍‌ ତଥା ଟିଭି ସେଲିବ୍ରିଟିମାନେ ନିଜ ପସନ୍ଦର ପ୍ରତିଯୋଗୀଙ୍କୁ ବିଜୟୀ କରାଇବାକୁ ସେମାନଙ୍କ ନାମ ଧରି ଅପିଲ୍‌ କରୁଥିଲେ। ପ୍ରତିଯୋଗୀମାନେ ମଧ୍ୟ ନିଜ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ୧୩୪ ଦିନର ଏହି ଅନ୍‌ଲାଇନ୍‌ କଣ୍ଟେଷ୍ଟରେ ବିଜୟୀ ହୋଇଥିଲେ ର଼୍ୟାପର୍‌ ଏମ୍‌ସି ଷ୍ଟାନ୍‌। ପୁରସ୍କାର ବାବଦକୁ ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କା ଓ ହୁଣ୍ଡାଇ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌ କାର୍‌ ପ୍ରଦାନ କରାଯିବ।
ଏହା ଥିଲା ବିଗ୍‌ବସ୍‌ରେ ଅଭିନେତା ସଲମାନ୍‌ ଖାନ୍‌ଙ୍କ ତ୍ରୟୋଦଶ ହୋଷ୍ଟିଂ। ଏହି ଅବସରରେ ସେ ନିଜ ଆଗାମୀ ଫିଲ୍ମ ‘କିସି କା ଭି କିସି କି ଜାନ୍‌’ର ପ୍ରଥମ ଗୀତ ରିଲିଜ୍‌ କରିଥିଲେ। ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମୀଷା ପଟେଲ ମଧ୍ୟ ‘ଗଦର ୨’ର ପ୍ରମୋଶନରେ ଲାଗିପଡ଼ିଥିଲେ। ମଞ୍ଚରେ ଫିଲ୍ମ ପ୍ରଯୋଜକ ରୋହିତ ସେଟ୍ଟିଙ୍କୁ ଦେଖିବାକୁ ମିଳିଥିଲା। ସେ ପ୍ରତିଯୋଗୀମାନଙ୍କୁ ଡେୟାରଡେଭିଲ୍‌ ଟାସ୍କ ଦେଇଥିଲେ। ଶାଲିନ୍‌ ଭନୋତ୍‌ ସବୁ ଟାସ୍କ କମ୍ପ୍ଲିଟ୍‌ କରି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ରୋହିତ୍‌ ତାଙ୍କୁ ଖତ୍‌ରେଁା କେ ଖିଲାଡି ପରଫର୍ମ କରିବାକୁ କହିବାରୁ ଶାଲିନ୍‌ ମନା କରିଦେଇଥିଲେ। ଅର୍ଚ୍ଚନା ଗୌତମ ତାଙ୍କୁ କେତେକ ଷ୍ଟଣ୍ଟ ଦେଇ କହିଥିଲେ, ଶାଲିନ୍‌ ଫିଲ୍ମମେକର ରୋହିତ୍‌ଙ୍କୁ ଅସମ୍ମାନ କରିଛନ୍ତି। ‘ବିଗ୍‌ବସ୍‌: ଗେମ୍‌ ବଦଲେଗା, କୁଁ୍ୟ କି ବିଗ୍‌ବସ୍‌ ଖୁଦ୍‌ ଖେଲେଗା’ ନାମରେ ଆଦୃତି ଲାଭ କରିଥିବା ଏହି ମନୋରଞ୍ଜନଧର୍ମୀ ରିଅଲିଟି ଶୋ’ରେ ଦର୍ଶକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ଇତିମଧ୍ୟରେ ଅନେକ ବିବାଦ ମଧ୍ୟ ଉଠିଥିଲା, ସମୟକ୍ରମେ ସେସବୁର ପରିସମାପ୍ତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri