ଏମସି ଷ୍ଟାନ ‘ବିଗ ବସ ୧୬’ର ବିଜେତା

୪ ମାସ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗ୍‌ବସ୍‌ ସିଜନ୍‌-୧୬ର ବିଜେତା ହୋଇଛନ୍ତି ଏମ୍‌ସି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ର ଗ୍ରାଣ୍ଡ ଫିନାଲେରେ ବାଜି ମାରିନେଇଛନ୍ତି ଷ୍ଟାନ୍‌। ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ଙ୍କୁ ଓ୍ବିନର ଏବଂ ଶିବ ଠାକ୍‌ରେଙ୍କୁ ରନର-ଅପ୍‌ ଘୋଷଣା କରିଛନ୍ତି।
୨୦୨୨ ଅକ୍ଟୋବର ୧ରେ ୨୦ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିଲା ବିଗ୍‌ବସ୍‌ ସିଜନ୍‌-୧୬। ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରିୟଙ୍କା ଚହର ଚୌଧରୀ, ଏମ୍‌ସି ଷ୍ଟାନ୍‌, ଶାଲିନ୍‌ ଭନୋତ୍‌, ଅର୍ଚ୍ଚନା ଗୌତମ ଓ ଶିବ ଠାକ୍‌ରେ ରହିଥିଲେ। ଶାଲିନ୍‌, ଅର୍ଚ୍ଚନା ଓ ପ୍ରିୟଙ୍କା ଏଲିମିନେଟ୍‌ ହେବା ପରେ ବାକି ରହିଥିଲେ ଏମ୍‌ସି ଷ୍ଟାନ୍‌ ଏବଂ ଶିବ ଠାକ୍‌ରେ। ଦୁହିଁଙ୍କ ମଧ୍ୟରୁ କିଏ ବିଗ୍‌ବସ୍‌ ମୁକୁଟ ପିନ୍ଧିବେ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସୁକତା ଲାଗି ରହିଥିଲା। ସମସ୍ତେ ନିଜ ନିଜ ପସନ୍ଦର କଣ୍ଟେଷ୍ଟାଣ୍ଟଙ୍କୁ ଜିତାଇବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ। ବଲିଉଡ୍‌ ତଥା ଟିଭି ସେଲିବ୍ରିଟିମାନେ ନିଜ ପସନ୍ଦର ପ୍ରତିଯୋଗୀଙ୍କୁ ବିଜୟୀ କରାଇବାକୁ ସେମାନଙ୍କ ନାମ ଧରି ଅପିଲ୍‌ କରୁଥିଲେ। ପ୍ରତିଯୋଗୀମାନେ ମଧ୍ୟ ନିଜ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ୧୩୪ ଦିନର ଏହି ଅନ୍‌ଲାଇନ୍‌ କଣ୍ଟେଷ୍ଟରେ ବିଜୟୀ ହୋଇଥିଲେ ର଼୍ୟାପର୍‌ ଏମ୍‌ସି ଷ୍ଟାନ୍‌। ପୁରସ୍କାର ବାବଦକୁ ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କା ଓ ହୁଣ୍ଡାଇ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌ କାର୍‌ ପ୍ରଦାନ କରାଯିବ।
ଏହା ଥିଲା ବିଗ୍‌ବସ୍‌ରେ ଅଭିନେତା ସଲମାନ୍‌ ଖାନ୍‌ଙ୍କ ତ୍ରୟୋଦଶ ହୋଷ୍ଟିଂ। ଏହି ଅବସରରେ ସେ ନିଜ ଆଗାମୀ ଫିଲ୍ମ ‘କିସି କା ଭି କିସି କି ଜାନ୍‌’ର ପ୍ରଥମ ଗୀତ ରିଲିଜ୍‌ କରିଥିଲେ। ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମୀଷା ପଟେଲ ମଧ୍ୟ ‘ଗଦର ୨’ର ପ୍ରମୋଶନରେ ଲାଗିପଡ଼ିଥିଲେ। ମଞ୍ଚରେ ଫିଲ୍ମ ପ୍ରଯୋଜକ ରୋହିତ ସେଟ୍ଟିଙ୍କୁ ଦେଖିବାକୁ ମିଳିଥିଲା। ସେ ପ୍ରତିଯୋଗୀମାନଙ୍କୁ ଡେୟାରଡେଭିଲ୍‌ ଟାସ୍କ ଦେଇଥିଲେ। ଶାଲିନ୍‌ ଭନୋତ୍‌ ସବୁ ଟାସ୍କ କମ୍ପ୍ଲିଟ୍‌ କରି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ରୋହିତ୍‌ ତାଙ୍କୁ ଖତ୍‌ରେଁା କେ ଖିଲାଡି ପରଫର୍ମ କରିବାକୁ କହିବାରୁ ଶାଲିନ୍‌ ମନା କରିଦେଇଥିଲେ। ଅର୍ଚ୍ଚନା ଗୌତମ ତାଙ୍କୁ କେତେକ ଷ୍ଟଣ୍ଟ ଦେଇ କହିଥିଲେ, ଶାଲିନ୍‌ ଫିଲ୍ମମେକର ରୋହିତ୍‌ଙ୍କୁ ଅସମ୍ମାନ କରିଛନ୍ତି। ‘ବିଗ୍‌ବସ୍‌: ଗେମ୍‌ ବଦଲେଗା, କୁଁ୍ୟ କି ବିଗ୍‌ବସ୍‌ ଖୁଦ୍‌ ଖେଲେଗା’ ନାମରେ ଆଦୃତି ଲାଭ କରିଥିବା ଏହି ମନୋରଞ୍ଜନଧର୍ମୀ ରିଅଲିଟି ଶୋ’ରେ ଦର୍ଶକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ଇତିମଧ୍ୟରେ ଅନେକ ବିବାଦ ମଧ୍ୟ ଉଠିଥିଲା, ସମୟକ୍ରମେ ସେସବୁର ପରିସମାପ୍ତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri