Posted inଖେଳ

୨୪ ବର୍ଷରେ ଏହି ମାଇଲଖୁଣ୍ଟ ହାସଲ କଲେ ଏମ୍‌ବାପେ: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ୍‌,୨୧ା୧୧: ଫୁଟବଲ ତାରକା କିଲିଆନ୍‌ ଏମ୍‌ବାପେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସୁପରଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସେ ପଛରେ ଛାଡିଛନ୍ତି। ବିଶ୍ୱର ଦ୍ରୁତତମ ଖେଳାଳି ଭାବେ ଏମ୍‌ବାପେ ୩୦୦ କ୍ୟାରିୟର ଗୋଲ ସ୍କୋର କରିଛନ୍ତି। ମାତ୍ର ୨୪ବର୍ଷ ୩୩ ଦିନରେ ଏମ୍‌ବାପେ ଏହି ମାଇଲଖୁଣ୍ଟ ହାସଲ କରିଥିବା ବେଳେ ଫୁଟବଲ୍‌ ଇତିହାସର ଦୁଇ କିମ୍ବଦନ୍ତୀ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି।

ସର୍ବକନିଷ୍ଠ ଖେଳାଳି ଭାବରେ ସେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହା ସହିତ ଫ୍ରାନ୍ସର ଥିଏରୀ ହେନରୀଙ୍କୁ ମଧ୍ୟ ଏମ୍‌ବାପେ ପଛରେ ଛାଡିଛନ୍ତି। ବର୍ତ୍ତମାନ ଫ୍ରାନ୍ସ ୨୧ ବର୍ଷରୁ କମ ଦଳର କୋଚ୍‌ ରହିଥିବା ହେନରୀ ମଧ୍ୟ ଏମ୍‌ବାପେଙ୍କୁ ପ୍ରଶଂସା କରିଛନ୍ତି। ଏମ୍‌ବାପ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ଅବିଶ୍ୱସନୀୟ ଏବଂ ସେ ଏକ ଭିନ୍ନ ଗ୍ରହରୁ ଆସିବା ଭଳି ଲାଗୁଛି ବୋଲି ହେନରୀ କହିଛନ୍ତି। ଉଭୟ ଏମବାପେ ଓ ହେନରୀ ମୋନାକୋରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଲେଫ୍ଟ ଓ୍ବିଙ୍ଗର ରହିଥିଲେ। ଉଭୟ ଖେଳାଳି ନିଜର ପଦାର୍ପଣରେ ବିଶ୍ୱକପ ଜିତିବାର ଗୌରବ ମଧ୍ୟ ହାସଲ କରିଥିଲେ। ହେନରୀ ୧୯୯୮ରେ ଓ ଏମ୍‌ବାପେ ୨୦୧୮ରେ ବିଶ୍ୱକପ ବିଜୟୀ ହୋଇଥିଲେ।

ରବିବାର ଫ୍ରାନ୍ସ ୧୪-୦ ଗୋଲରେ ଜିବ୍ରାଲେଟରକୁ ପରାସ୍ତ କରିଥିଲା। ଏଥିରେ ଏମ୍‌ବାପେ ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ତାଙ୍କର କ୍ୟାରିୟର ଗୋଲ ସଂଖ୍ୟା ୩୦୦ ଅତିକ୍ରମ କରିଥିଲା। ଏହା ତାଙ୍କର ୭୪ ମ୍ୟାଚ୍‌ରେ ୪୬ ତମ ଅନ୍ତର୍ଜାତୀୟ ଗୋଲ ହୋଇଥିବା ବେଳେ ଚଳିତ ସିଜନରେ ୧୯ତମ ମ୍ୟାଚ୍‌ରୁ ୨୧ ତମ ଗୋଲ୍‌। ଏହା ସହିତ ଆଉ ୧୦ ଗୋଲ୍‌ ସ୍କୋର କଲେ ଫ୍ରାନ୍ସ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍‌ର ରେକର୍ଡ ନିଜ ନାମରେ କରିବେ। ଜିରୁଡ୍‌ ୫୫ଟି ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିଛନ୍ତି। ୩୦୦ ଗୋଲ ସ୍କୋର କରିବାରେ ଏମ୍‌ବାପେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ମେସି ଓ ନେମାର ୨୫ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୭ ବର୍ଷ ବୟସରେ ୩୦୦ ଗୋଲ ସ୍କୋର କରିଥିଲେ। ସେହିପରି ଏମ୍‌ବାପେ ୧୦୦୦ କ୍ୟାରିୟର ଗୋଲ ସହିତ ପେଲେଙ୍କ ରେକର୍ଡ ଭାଙ୍ଗି ପାରିବେ ବୋଲି କହିଛନ୍ତି ଥିଏରୀ ହେନରୀ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri