ପଦା ହେଲାଣି ମୟୂରଝାଲିଆ କାଜୁ ଜଙ୍ଗଲ

ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ କାଜୁ ଜଙ୍ଗଲରୁ ପ୍ରାୟ୧୦ ହଜାର ଗଛ କଟା ସରିଲାଣି । ଅନ୍ୟପକ୍ଷେ ଚାରଣ ଭୂମି କମିବାରେ ଲାଗିଛି । ବେଆଇନ ଖଣି ନେଇ ବିଭିନ୍ନ ସମୟରେ ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ଚଢ଼ାଉ ନାହିଁ । ବରଂ ଖଣିଚୋରମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ ରହିଛି । ଏନେଇ ଜଙ୍କିଆ ବାସିନ୍ଦା କାଜୁ ନିଗମ ଖୋର୍ଦ୍ଧା ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ମୟୁରଝାଲିଆ ମୌଜାରେ ଖାତା ନଂ. ୪୯୫ ପ୍ଲଟ ନଂ. ୧୬୮୯ରେ ଗ୍ରାମ୍ୟ ଜଙ୍ଗଲ କିସମରେ ୧୪୪ ଏକରରେ ରହିଛି କାଜୁ ଜଙ୍ଗଲ । ୫୦ ବର୍ଷ ତଳେ ଉପରୋକ୍ତ ଜମିରେ କାଜୁ ନିଗମ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାଜୁ ଚାରା ରୋପଣ ହୋଇଥିଲା । ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କାଜୁ ଗଛ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜଙ୍କିଆ ଗ୍ରାମବାସୀ ଏହି କାଜୁ ଜଙ୍ଗଲକୁ ନିଲାମ ନେଉଥିଲେ । କାଜୁ ନିଗମ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ଗଁା ଲୋକ ମଧ୍ୟ ଭଲ ଦୁଇ ପଇସା ପାଇ ଗୁଜୁରାଣ ମେଣ୍ଟାଉଥିଲେ। ଏବେ ପ୍ରାୟ ଦେଢ଼ ବର୍ଷ ହେଲା କାଜୁ ଜଙ୍ଗଲ ନିଲାମ ହୋଇ ନାହିଁ । କେତେଜଣ ଖଣି ଚୋର କାଜୁ ଜଙ୍ଗଲକୁ ଅକ୍ତିଆରକୁ ନେଇ ବେଆଇନ ଭାବେ ମାଙ୍କଡା ପଥର ଖନନ କରୁଛନ୍ତି । ପୁଣି ମୋରମ ଖନନ କରୁଛନ୍ତି। ପ୍ରତ୍ୟହ ଖଣି ଖନନ ଚାଲିଛି । ଏନେଇ ଜଙ୍କିଆର ବସନ୍ତ ପରିଡ଼ା କୁହନ୍ତି, କାଜୁ ଜଙ୍ଗଲରେ ୨୫ରୁ ୩୦ ଫୁଟ ଗର୍ତ୍ତ ହୋଇ ସାରିଲାଣି । ଏଥିରେ ଗୃହପାଳିତ ପ୍ରାଣୀ ସହ ମଣିଷ ପଡି ପ୍ରାଣ ହରାଉଛନ୍ତି। ବାଲି ଫିଲିଂ କରାଯାଉ ନ ଥିବାରୁ ଭୂମିକମ୍ପର ଭୟ ରହିଛି । ସେହିପରି ଧିରେ ଧିରେ ଚାରଣ ଭୂମି କମୁଛି । ଗାଈଗୋରୁ ଚରିବା ପାଇଁ ଆଉ ଚାରଣ ଭୂଇଁ ନାହିଁ। ପ୍ର୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଦରକାର ବୋଲି ସେ ମତବ୍ୟକ୍ତ କିରଛନ୍ତି ।
୭ ହାଇୱା, ୧୪ପାୱାରଟିଲର ଜବତ
ଚାନ୍ଦପୁର ଥାନାଠାରୁ ୮ କି.ମି. ଦୂରରେ ଥିବା ମୟୁରଝାଲିଆ କାଜୁ ଜଙ୍ଗଲ ଉପରେ ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ରାତିରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୭ ହାଇୱା, ୧୪ ପାୱାଲଟିଲର, ୧ ହିତାଜି ମେଶିନ ଜବତ ହୋଇଛି । ଚଢ଼ାଉରେ ପୋଲିସ ସାମିଲ ଥିଲେ। ଗାଁ ଲୋକଙ୍କ ଅଭିଯୋଗ କ୍ରମେ ଚଢ଼ାଉ ହୋଇଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?