ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି । ଓଡ଼ିଶା ରେନଫଲ ମନିଟରିଂ ସିଷ୍ଟମ୍‌ର ତଥ୍ୟ ଅନୁଯାୟୀ, ଜିଲାର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ସାରସକଣାରେ ୨୯୭ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବିଶୋଇ ୧୯୭ ମି.ମି, ରାଇରଙ୍ଗପୁର ୧୬୩ ମି.ମି, ବିଜାତଳା ୧୪୦ ମି.ମି, ବାହଳଦା ୧୨୫ ମି.ମି, ଜାମଦା ୧୧୩ ମି.ମି, କୁସୁମୀ ୧୦୪ ମି.ମି, କୁଳିଅଣା ୯୪ ମି.ମି, ବାରିପଦା ୮୩.୮ ମି.ମି ଏବଂ ସମାଖୁଣ୍ଟା ୫୬.୪ ମି.ମି ବର୍ଷା ହୋଇଛି ।

ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବୃଷ୍ଟିପାତ ହୋଇଛି। ବଡଗାଁରେ ୧୭୨.୭୨ ମି.ମି ବର୍ଷା ସହ ଶିମିଳିପାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେହିପରି କାବାଟଘାଇରେ ୧୩୮.୯୩୮ମି.ମି ବର୍ଷା ହୋଇଥିବା ବେଳେ ବରେହିପାଣିରେ ୧୩୭.୪୧୪ମି.ମି, ପିଠାବଟାରେ ୧୨୯.୩୮ମି.ମି, ଚହଲାରେ ୧୦୨.୬ ମି.ମି ଏବଂ ନଅଁଣାରେ ୯୯.୮ ମି.ମି ବର୍ଷା ରେକର୍ଡ ହୋଇଛି । ତେବେ ଏହି ବୃଷ୍ଟିପାତ ତଥ୍ୟ ଅନୁସାରେ ମୟୂରଭଞ୍ଜ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ନେଇ ଆଶଙ୍କା କରାଯାଇଛି ।

Share