ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ

ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍‌ରେ ଜିଲା ପାଇଁ ଦିଆଯାଇଥିବା ଦାବି ଗୁଡ଼ିକ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ କ୍ୟାବିନେଟ ଅନୁମୋଦନ ପାଇଁ ପଠାଇ ଖୁବଶୀଘ୍ର ଅର୍ଥ ବ୍ୟୟବରାଦ, କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି। ରେଳ ବଜେଟରେ ଜିଲାକୁ ଏକ ହଜାର ଟଙ୍କା ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରେଜ ବଜେଟକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ନେଇ ଉତ୍ତରରେ ଜିଲାକୁ କୌଣସି ଅବହେଳା କରାଯାଇନାହିଁ ବୋଲି ରେଳମନ୍ତ୍ରୀ କହିଥିଲେ।
ଜିଲାର ପ୍ରମୁଖ ରେଳପଥ ବୁଢ଼ାମରା-ଚାକୁଳିଆ, ବାଙ୍ଗରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ଼-କେନ୍ଦୁଝରର ସର୍ଭେ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ ଚଳିତ ବଜେଟ୍‌ରେ କୌଣସି ଅନୁଦାନ ଦିଆ ନ ଯିବାରୁ ଜିଲାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ତେବେ ଏହାକୁ ନେଇ ଜଳଶକ୍ତି ମନ୍ତ୍ରୀ ଟୁଡୁଙ୍କ ସହ ଆଲୋଚନା ପରେ ବାଙ୍ଗରିପୋଷିଠାରୁ ଗୋରୁମହିଷାଣୀ ଏବଂ କେନ୍ଦୁଝରଠାରୁ ବାଦାମପାହାଡ଼ ନୂତନ ରେଳପଥ ନିର୍ମାଣ ପାଇଁ ଭାରତ ସରକାର ସହମତି ଦେଇସାରିଛନ୍ତି। କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଦ୍ୱାରା ୧୧ ନଭେମ୍ବର ୨୦୨୨ରେ ଜାରି ହୋଇଥିବା ପତ୍ର ସଂଖ୍ୟା ୩୩୯୬୯୮୨ ଅନୁଯାୟୀ ଜିଲାର ଏହି ଦୁଇଟି ନୂତନ ରେଳପଥର ନିର୍ମାଣ ଫାଇନାଲ ଲୋକେସନ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ମାସରୁ ଦୁଇ ମାସ ମଧ୍ୟରେ ସମାପ୍ତ ହେବା ପରେ ବଜେଟ ନିର୍ଦ୍ଧାରିତ କରାଯିବ। ପରେ ଅର୍ଥ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ। ସେହିପରି ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ବୁଢାମରା-ଚକୁଳିଆ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ନିମନ୍ତେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଶୀଘ୍ର ଏହାର ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ ଅର୍ଥ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ପ୍ରକଳ୍ପ ଗୁଡ଼ିକ ଚଳିତ ବଜେଟରେ ରଖାଯାଇ ନ ଥିଲା। ତେବେ ଏହି ତିନୋଟି ପ୍ରକଳ୍ପ ଆରମ୍ଭ କରିବାରେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ବିଭାଗଠାରେ ଥିବା କଣ୍ଟିଜେନ୍ସି ଫଣ୍ଡରୁ ଏହି କାର୍ଯ୍ୟକୁ ଆରମ୍ଭ କରାଯିବ ବୋଲି କହିଥିଲେ। ସେହିପରି ଅମୃତ ଭାରତ ଷ୍ଟେଶନ ଯୋଜନାରେ ରାଜ୍ୟର ୫୭ଟି ରେଳ ଷ୍ଟେଶନ ମଧ୍ୟରେ ଜିଲାର ବାରିପଦା, ବେତନଟୀ, ବାଙ୍ଗରିପୋଷି ଓ ରାଇରଙ୍ଗପୁର ଷ୍ଟେଶନର ଆଧୁନିକକରଣ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଛି। ନୂତନ ରେଳ ପ୍ରକଳ୍ପ ମଧ୍ୟରେ ନୀଳଗିରିରୁ ଟାଟା ଭାୟା କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ବାରିପଦା ଷ୍ଟେଶନର ସର୍ଭେ କାର୍ଯ୍ୟ ଜାରି ରହିଛି। କୌଣସି ରାଜନୀତି ନ କରି ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ବୈଷ୍ଣବ ଅନୁରୋଧ କହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri