‘କଳା,ସଂସ୍କୃତିର ପରିଚୟ ମୟୂରଭଞ୍ଜ ମହୋତ୍ସବ’

ବାରିପଦା ଅଫିସ,୧୯ା୧୧: ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ପ୍ରସିଦ୍ଧ। ଜିଲାର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଏହାର ବିକାଶ ପାଇଁ ୫ବର୍ଷ ଧରି ପ୍ରୟାସ ଚାଲି ଆସୁଛି। ଜିଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ପରମ୍ପରାର ଝଲକ ପରିବେଷଣ ହେବା ସହିତ ନାମିଦାମୀ କଳାକାରମାନଙ୍କୁ ନେଇ ସପ୍ତାହ ବ୍ୟାପୀ ବାରିପଦା ସ୍ଥିତ ଐତିହାସିକ ଛଉ ପଡ଼ିଆରେ ମୟୂରଭଞ୍ଜ ମହୋତ୍ସବ ଅନୁଷ୍ଠିତ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିବ। ଏ ନେଇ ସହର ଉତ୍ସବ ମୁଖରିତ ହୋଇ ପଡୁଥିବା ବେଳେ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି ।
ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିଛି ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀ। କାଚକେନ୍ଦୁ ପାଣିରେ ସୂର୍ଯ୍ୟଙ୍କ ସୁନେଲୀ କିରଣ ପଡ଼ି ଝଲମଲ କରୁଥିବା ମନଲୋଭା ଦୃଶ୍ୟକୁ ତୋରଣ ମାଧ୍ୟମରେ ସ୍ଥାନିତ କରାଯାଇଛି। ଏହି ମହୋତ୍ସବ ଆସନ୍ତା ୨୦ତାରିଖରୁ ଆରମ୍ଭ ହୋଇ ୨୭ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଦିବାସୀ ପରମ୍ପରାକୁ ନେଇ ଦୁଇ ଦିନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି। ଜିଲାର ସାନ୍ତାଳୀ କଳାକାରଙ୍କ ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ନିଜ କଳା ମାଧ୍ୟମରେ ଜିଲାବାସୀଙ୍କୁ ବିମୋହିତ କରିବେ। ସେହିଭଳି ଜିଲାର ଝୁମର କଳାକାରଙ୍କ ସମେତ ପ୍ରତିଷ୍ଠିତ ଗାୟିକା ଉର୍ମିଳା ମହାନ୍ତଙ୍କ ସ୍ବର ଓ ତାଳରେ ଦର୍ଶକମାନେ ଝୁମିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ସିନେ ତାରକା ଉତ୍ତମ ମହାନ୍ତି, ବାବୁସାନ, ଅସିତ ପତି, ପପୁ ପମପମ, ସ୍ବରାଜ ବାରିକ, ସନମିରା, ଅନିମେଶ ଘୋଷ, ଗାୟକ ମଣ୍ଟୁ ଛୁରିଆ, ସ୍ବୟଂ ପାଢୀ, ଅର୍ପିତା ଚୌଧୁରୀଙ୍କୁ ନେଇ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉସତ୍ବରେ ଜିଲାର ହସ୍ତଶିଳ୍ପଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଓ ଘରୋଇ ଉପକରଣ ଏବଂ ପାରମ୍ପରିକ ଖାଦ୍ୟ ସହ ମୁଢି ମାଂସର ମଜା ଉଠାଇ ପାରିବେ ଦର୍ଶକ। ୧୫୦ରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୟୂରଭଞ୍ଜ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ସଭାପତି ଅସିତ ପତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ୱିବେଦୀ, ସମ୍ପାଦକ କଳିଙ୍ଗ କେଶରୀ ଜେନା, ବିପ୍ଳବ ଭଞ୍ଜନ ବୁଗୁଡେଇ, ଉମେଶ ପଟ୍ଟନାୟକ, ପ୍ରସନ୍ନ ମହାପାତ୍ର, ଲଡୁ କିଶୋର ରଣା, ସୁଜିତ ମହାନ୍ତି, ସତ୍ୟଜିତ ସୋମ, ତାପସ କୁମାର ପାଢୀଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri