ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ମତଭେଦ

ଯାଜପୁର ରୋଡ,୩ା୯(ଡି.ଏନ.ଏ.): ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ଏହାବାଦ୍‌ ବିନା ଟେଣ୍ଡରରେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାକୁ ୧ ବର୍ଷ ପାଇଁ ସଂପ୍ରସାରଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ଉଚ୍ଚ ବଚସାରୁ ଏହା ସ୍ପଷ୍ଟ ହୋଇଛି। ତେବେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାଠାରୁ ମାସିକ ବଟି ଆଦାୟକୁ ନେଇ ଉପରୋକ୍ତ ବଚସା ହୋଇଥିବା ଚର୍ଚ୍ଚା ହେଉଛି।
୨୬ଟି ୱାର୍ଡକୁ ନେଇ ଗଠିତ ବ୍ୟାସନଗର ପୌରାଞ୍ଚଳରେ ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଜନସାଧାରଣ ବସବାସ କରୁଛନ୍ତି। ଏକାଧିକ ନୂତନ ବସ୍ତି ମଧ୍ୟ ଗଢ଼ି ଉଠିଛି। କେତେକ ୱାର୍ଡରେ ଏ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ହୋଇପାରିନାହିଁ। ସେହିପରି ଡ୍ରେନ୍‌ ରହିଥିବା ଅଧିକାଂଶ ୱାର୍ଡରେ ଜଳ ନିଷ୍କାସନର ସୁବିଧା ନ ଥିବାରୁ ବର୍ଷାଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷକରି କୋପଣ୍ଡ, ମୁଣ୍ଡୋମାଳ, ଲକ୍ଷ୍ମୀ ମାର୍କେଟ, କହ୍ନେଇପୁର, କାଳୀ ମେଲଣ ପଡିଆ, ଇନ୍ଦିରା ଗାନ୍ଧୀ ମହିଳା କଲେଜ, କାଚହୁଡି ସାହି, ମହତାବନଗର, ଗଣେଶ ବଜାର ପ୍ରଭୃତି ଅଞ୍ଚଳରେ ନର୍ଦ୍ଦମା ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସହରର ସଫେଇ କାର୍ଯ୍ୟ ନିମନ୍ତେ ୨୦୨୧ ମାର୍ଚ୍ଚରେ ସବ୍ୟସାଚୀ ମହାକୁଡ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ୨୦୨୨ ମାର୍ଚ୍ଚରେ ଏହାର ଅବଧି ସରି ଯିବା କଥା। କିନ୍ତୁ କୌଣସି ଟେଣ୍ଡର କରା ନ ଯାଇ ଏହି ଠିକାସଂସ୍ଥାର କାର୍ଯ୍ୟ ଅବଧି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣ କାର୍ଯ୍ୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଏବଂ ଠିକାସଂସ୍ଥାଙ୍କ ଭିତିରିଆ ବୁଝାମଣାରେ ହୋଇଛି ବୋଲି ଅଭିଯୋଗ ହୋଇଛି। ଚର୍ଚ୍ଚା ହେଉଛି ଯେ, ପୌରପରିଷଦ ନିିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ଠିକାସଂସ୍ଥା ମହାକୁଡ କୌଣସି ପ୍ରକାର ଗୁରୁତ୍ୱ ଦେଉ ନ ଥିବାରୁ ପରିମଳ କାର୍ଯ୍ୟରେ କଡାକଡି ତଦାରଖ କରୁଥିଲେ। ଏପରିକି ମାସିକ ବିଲ ପ୍ରଦାନରେ ବିଳମ୍ବ କରୁଥିଲେ। ଏହା ଜାଣିବା ପରେ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଭେଟି କାହିଁକି ପରିମଳ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି କହିଥିଲେ। ତେବେ ନିର୍ବାହୀ ଅଧିକାରୀ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି ବୋଲି କହିବାରୁ ଅଧ୍ୟକ୍ଷା ରାଗି ଯାଇ ଅଯଥା ହସ୍ତକ୍ଷେପରୁ ବିରତ ରହିବାକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଉଚ୍ଚ ବଚସା ହୋଇଥିବା ଦେଖଣାହାରୀଙ୍କଠାରୁ ପ୍ରକାଶ। ସରକାରୀ ଅଧିକାରୀ ଭାବେ ଦରମା ପାଉଛନ୍ତି, କିନ୍ତୁ ଆମେ କୁଆଡେ ଯିବୁ, କୋଉଠୁ ପାଇବୁ ବୋଲି କୁଆଡେ ଅଧ୍ୟକ୍ଷା କହିଥିବା ଚର୍ଚ୍ଚା ହେଉଛି। ଏଥିରୁ ପରିମଳ ବାବଦକୁ ବିଲ୍‌ ହେଉଥିବା ମାସିକ ଅର୍ଥରୁ ସିଂହଭାଗ ମିଳିମିଶି ଲୁଟ କରାଯାଉଥିବା ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ, ବର୍ଷା ଦିନ ପୂର୍ବରୁ ପ୍ରତ୍ୟେକ ୱାର୍ଡର ଡ୍ରେନେଜ ସଫେଇ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ଫଳରେ ସାମାନ୍ୟ ବର୍ଷା ହେଲେ ବି ଡ୍ରେନ ପାଣି ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଛି। ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସହରରେ ପାଣି ଜମି ରହୁଥିବା ସ୍ଥାନଗୁଡିକର ପରିଚାଳନା ଉପରେ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାରେ ଡ୍ରେନଗୁଡିକର ନିୟମିତ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ମରାମତି ଏବଂ ପୁରୁଣା ଢାଙ୍କୁଣି ବଦଳାଇବାକୁ ଦର୍ଶାଯାଇଥିଲା। କିନ୍ତୁ ଠିକାସଂସ୍ଥାର ମାସିକ ଚାନ୍ଦାରେ ପ୍ରଶାସନର ନିର୍ଦ୍ଦେଶ ଫାଇଲ ତଳେ ଚାପି ରହି ଯାଉଛି। ସହରରେ ୧୬୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି। ସହରର ସଫେଇ କାର୍ଯ୍ୟ ପାଇଁ ମାସିକ ପାଖାପାଖି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି। ଗତ ଜୁନରେ ସଫେଇ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିଲା। ତଥାପି କର୍ମଚାରୀମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ପାଥେୟ କରି ନିର୍ବାହୀ ଅଧିକାରୀ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ତେବେ ଶୁକ୍ରବାର ଘଟଣାକୁ ଅବଲୋକନ କଲେ ପରିମଳ କାର୍ଯ୍ୟରେ ଏକ ବଡ଼ ର଼୍ୟାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ପରିମଳ ବ୍ୟବସ୍ଥାକୁ ନେଇ ସେ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। କୌଣସି ଚାପରେ ସେ ଅନିୟମିତତା କରିବେ ନାହିଁ। ଅଧ୍ୟକ୍ଷା ପିଙ୍ଗୁଆଙ୍କୁ ପଚାରିବାରେ ସେ କହିଛନ୍ତି, ପରିମଳ ବ୍ୟବସ୍ଥାରେ କୌଣସି ପ୍ରକାର ଅନିୟମିତତା ହେଉନାହିଁ। ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନରେ ଅବହେଳା ତଥା ବିଭିନ୍ନ କାର୍ଯ୍ୟରେ ଅବହେଳା କରାଯାଉଥିବାରୁ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri