ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ମତଭେଦ

ଯାଜପୁର ରୋଡ,୩ା୯(ଡି.ଏନ.ଏ.): ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ଏହାବାଦ୍‌ ବିନା ଟେଣ୍ଡରରେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାକୁ ୧ ବର୍ଷ ପାଇଁ ସଂପ୍ରସାରଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ଉଚ୍ଚ ବଚସାରୁ ଏହା ସ୍ପଷ୍ଟ ହୋଇଛି। ତେବେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାଠାରୁ ମାସିକ ବଟି ଆଦାୟକୁ ନେଇ ଉପରୋକ୍ତ ବଚସା ହୋଇଥିବା ଚର୍ଚ୍ଚା ହେଉଛି।
୨୬ଟି ୱାର୍ଡକୁ ନେଇ ଗଠିତ ବ୍ୟାସନଗର ପୌରାଞ୍ଚଳରେ ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଜନସାଧାରଣ ବସବାସ କରୁଛନ୍ତି। ଏକାଧିକ ନୂତନ ବସ୍ତି ମଧ୍ୟ ଗଢ଼ି ଉଠିଛି। କେତେକ ୱାର୍ଡରେ ଏ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ହୋଇପାରିନାହିଁ। ସେହିପରି ଡ୍ରେନ୍‌ ରହିଥିବା ଅଧିକାଂଶ ୱାର୍ଡରେ ଜଳ ନିଷ୍କାସନର ସୁବିଧା ନ ଥିବାରୁ ବର୍ଷାଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷକରି କୋପଣ୍ଡ, ମୁଣ୍ଡୋମାଳ, ଲକ୍ଷ୍ମୀ ମାର୍କେଟ, କହ୍ନେଇପୁର, କାଳୀ ମେଲଣ ପଡିଆ, ଇନ୍ଦିରା ଗାନ୍ଧୀ ମହିଳା କଲେଜ, କାଚହୁଡି ସାହି, ମହତାବନଗର, ଗଣେଶ ବଜାର ପ୍ରଭୃତି ଅଞ୍ଚଳରେ ନର୍ଦ୍ଦମା ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସହରର ସଫେଇ କାର୍ଯ୍ୟ ନିମନ୍ତେ ୨୦୨୧ ମାର୍ଚ୍ଚରେ ସବ୍ୟସାଚୀ ମହାକୁଡ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ୨୦୨୨ ମାର୍ଚ୍ଚରେ ଏହାର ଅବଧି ସରି ଯିବା କଥା। କିନ୍ତୁ କୌଣସି ଟେଣ୍ଡର କରା ନ ଯାଇ ଏହି ଠିକାସଂସ୍ଥାର କାର୍ଯ୍ୟ ଅବଧି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣ କାର୍ଯ୍ୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଏବଂ ଠିକାସଂସ୍ଥାଙ୍କ ଭିତିରିଆ ବୁଝାମଣାରେ ହୋଇଛି ବୋଲି ଅଭିଯୋଗ ହୋଇଛି। ଚର୍ଚ୍ଚା ହେଉଛି ଯେ, ପୌରପରିଷଦ ନିିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ଠିକାସଂସ୍ଥା ମହାକୁଡ କୌଣସି ପ୍ରକାର ଗୁରୁତ୍ୱ ଦେଉ ନ ଥିବାରୁ ପରିମଳ କାର୍ଯ୍ୟରେ କଡାକଡି ତଦାରଖ କରୁଥିଲେ। ଏପରିକି ମାସିକ ବିଲ ପ୍ରଦାନରେ ବିଳମ୍ବ କରୁଥିଲେ। ଏହା ଜାଣିବା ପରେ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଭେଟି କାହିଁକି ପରିମଳ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି କହିଥିଲେ। ତେବେ ନିର୍ବାହୀ ଅଧିକାରୀ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି ବୋଲି କହିବାରୁ ଅଧ୍ୟକ୍ଷା ରାଗି ଯାଇ ଅଯଥା ହସ୍ତକ୍ଷେପରୁ ବିରତ ରହିବାକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଉଚ୍ଚ ବଚସା ହୋଇଥିବା ଦେଖଣାହାରୀଙ୍କଠାରୁ ପ୍ରକାଶ। ସରକାରୀ ଅଧିକାରୀ ଭାବେ ଦରମା ପାଉଛନ୍ତି, କିନ୍ତୁ ଆମେ କୁଆଡେ ଯିବୁ, କୋଉଠୁ ପାଇବୁ ବୋଲି କୁଆଡେ ଅଧ୍ୟକ୍ଷା କହିଥିବା ଚର୍ଚ୍ଚା ହେଉଛି। ଏଥିରୁ ପରିମଳ ବାବଦକୁ ବିଲ୍‌ ହେଉଥିବା ମାସିକ ଅର୍ଥରୁ ସିଂହଭାଗ ମିଳିମିଶି ଲୁଟ କରାଯାଉଥିବା ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ, ବର୍ଷା ଦିନ ପୂର୍ବରୁ ପ୍ରତ୍ୟେକ ୱାର୍ଡର ଡ୍ରେନେଜ ସଫେଇ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ଫଳରେ ସାମାନ୍ୟ ବର୍ଷା ହେଲେ ବି ଡ୍ରେନ ପାଣି ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଛି। ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସହରରେ ପାଣି ଜମି ରହୁଥିବା ସ୍ଥାନଗୁଡିକର ପରିଚାଳନା ଉପରେ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାରେ ଡ୍ରେନଗୁଡିକର ନିୟମିତ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ମରାମତି ଏବଂ ପୁରୁଣା ଢାଙ୍କୁଣି ବଦଳାଇବାକୁ ଦର୍ଶାଯାଇଥିଲା। କିନ୍ତୁ ଠିକାସଂସ୍ଥାର ମାସିକ ଚାନ୍ଦାରେ ପ୍ରଶାସନର ନିର୍ଦ୍ଦେଶ ଫାଇଲ ତଳେ ଚାପି ରହି ଯାଉଛି। ସହରରେ ୧୬୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି। ସହରର ସଫେଇ କାର୍ଯ୍ୟ ପାଇଁ ମାସିକ ପାଖାପାଖି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି। ଗତ ଜୁନରେ ସଫେଇ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିଲା। ତଥାପି କର୍ମଚାରୀମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ପାଥେୟ କରି ନିର୍ବାହୀ ଅଧିକାରୀ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ତେବେ ଶୁକ୍ରବାର ଘଟଣାକୁ ଅବଲୋକନ କଲେ ପରିମଳ କାର୍ଯ୍ୟରେ ଏକ ବଡ଼ ର଼୍ୟାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ପରିମଳ ବ୍ୟବସ୍ଥାକୁ ନେଇ ସେ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। କୌଣସି ଚାପରେ ସେ ଅନିୟମିତତା କରିବେ ନାହିଁ। ଅଧ୍ୟକ୍ଷା ପିଙ୍ଗୁଆଙ୍କୁ ପଚାରିବାରେ ସେ କହିଛନ୍ତି, ପରିମଳ ବ୍ୟବସ୍ଥାରେ କୌଣସି ପ୍ରକାର ଅନିୟମିତତା ହେଉନାହିଁ। ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନରେ ଅବହେଳା ତଥା ବିଭିନ୍ନ କାର୍ଯ୍ୟରେ ଅବହେଳା କରାଯାଉଥିବାରୁ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri