ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ ଦଳ ଶୋକ ପ୍ରକାଶ କରିଛନ୍ତି। ରାଜନୀତି କ୍ୟାରିୟର କଥା କହିବାକୁ ଗଲେ ଉତ୍ତରପ୍ରଦେଶ ରାଜନୀତିରେ ଲାଲଜୀଙ୍କୁ ଜଣେ ଭେଟେରାନ ଭାଜପା ନେତା ଭାବେ ବିବେଚନା କରାଯାଉଥିଲା। ତାଙ୍କର କାର୍ଯ୍ୟକଳାପ ଓ ବ୍ୟକ୍ତିଗତ ଗୁଣ ପାଇଁ ସମେସ୍ତ ତାଙ୍କୁ ପ୍ରଶଂସା କରୁଥିଲେ। କେବଳ ଭାଜପା ନୁହେଁ ଅନ୍ୟ ଦଳର ନେତାମନ୍ତ୍ରୀ ମଧ୍ୟ ତାଙ୍କୁ ବେଶ୍‌ ସମ୍ମାନ କରୁଥିଲେ। ଏହିକ୍ରମରେ ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ରହିଛନ୍ତି। ୯୦ ଦଶକରେ ସେ ଉତ୍ତରପ୍ରଦେଶରେ ଭାଜପା ଏବଂ ବିଏସ୍‌ପିର ମିଳିତ ସରକାର ଗଠନ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଥିଲେ। ମାୟାବତୀଙ୍କୁ କେବଳ ବିଏସ୍‌ପି ନୁହେଁ ବରଂ ଅନ୍ୟ ଦଳର ନେତାମାନେ ଭଉଣୀ ବୋଲି ସମ୍ବୋଧିତ କରିଥାନ୍ତି। ସେଥିମଧ୍ୟରେ ଲାଲଜୀ ହେଉଛନ୍ତି ଅନ୍ୟତମ। ସେ ତାଙ୍କୁ ଭଉଣୀ ବୋଲି ସମ୍ବୋଧିତ କରୁଥିଲେ। ଦିନ ଥିଲା ମାୟାବତୀ ଲାଲଜୀଙ୍କୁ ଭାଇର ମାନ୍ୟତା ଦେଇଥିଲେ।

ଏହି ହିସାବରେ ଛକର ପୁରୁଣା ରାସ୍ତାରେ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨ଥର ରାକ୍ଷୀ ବାନ୍ଧିବାକୁ ତାଙ୍କ ଘରକୁ ଯାଇଥିଲେ। ୨୦୦୨ଅଗଷ୍ଟ ୨୨ରେ ମାୟାବତୀ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ଲାଲଜୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ସେହି ରାକ୍ଷୀ ମଧ୍ୟ କୌଣସି ସାଧାରଣ ନୁହେଁ ବରଂ ଏକ ରୂପାର ରାକ୍ଷୀ। ସୂଚନାଯୋଗ୍ୟ, ୧୯୯୫ରେ ଲକ୍ଷ୍ନୌରେ ଗେଷ୍ଟ ହାଉସ ଘଟଣା ସମୟରେ ମାୟାବତୀଙ୍କ ଜୀବନ ବିପଦରେ ଥିଲା। ସେତେବେଳେ ଭାଜପା ନେତା ବ୍ରହ୍ମାଦତ୍ତ ଦ୍ୱିବେଦୀ ଓ ଲାଲଜୀ ଘଟଣାସ୍ଥଳରେ ପହଞ୍ଚି ଭାଜପା କର୍ମକର୍ତ୍ତାଙ୍କ ସାହାଯ୍ୟରେ ମାୟାବତୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମାୟାବତୀ ଭାଜପା ସହ ମେଣ୍ଟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିଦିନଠାରୁ ମାୟାବତୀ ଓ ଲାଲଜୀଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri