ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ ଦଳ ଶୋକ ପ୍ରକାଶ କରିଛନ୍ତି। ରାଜନୀତି କ୍ୟାରିୟର କଥା କହିବାକୁ ଗଲେ ଉତ୍ତରପ୍ରଦେଶ ରାଜନୀତିରେ ଲାଲଜୀଙ୍କୁ ଜଣେ ଭେଟେରାନ ଭାଜପା ନେତା ଭାବେ ବିବେଚନା କରାଯାଉଥିଲା। ତାଙ୍କର କାର୍ଯ୍ୟକଳାପ ଓ ବ୍ୟକ୍ତିଗତ ଗୁଣ ପାଇଁ ସମେସ୍ତ ତାଙ୍କୁ ପ୍ରଶଂସା କରୁଥିଲେ। କେବଳ ଭାଜପା ନୁହେଁ ଅନ୍ୟ ଦଳର ନେତାମନ୍ତ୍ରୀ ମଧ୍ୟ ତାଙ୍କୁ ବେଶ୍‌ ସମ୍ମାନ କରୁଥିଲେ। ଏହିକ୍ରମରେ ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ରହିଛନ୍ତି। ୯୦ ଦଶକରେ ସେ ଉତ୍ତରପ୍ରଦେଶରେ ଭାଜପା ଏବଂ ବିଏସ୍‌ପିର ମିଳିତ ସରକାର ଗଠନ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଥିଲେ। ମାୟାବତୀଙ୍କୁ କେବଳ ବିଏସ୍‌ପି ନୁହେଁ ବରଂ ଅନ୍ୟ ଦଳର ନେତାମାନେ ଭଉଣୀ ବୋଲି ସମ୍ବୋଧିତ କରିଥାନ୍ତି। ସେଥିମଧ୍ୟରେ ଲାଲଜୀ ହେଉଛନ୍ତି ଅନ୍ୟତମ। ସେ ତାଙ୍କୁ ଭଉଣୀ ବୋଲି ସମ୍ବୋଧିତ କରୁଥିଲେ। ଦିନ ଥିଲା ମାୟାବତୀ ଲାଲଜୀଙ୍କୁ ଭାଇର ମାନ୍ୟତା ଦେଇଥିଲେ।

ଏହି ହିସାବରେ ଛକର ପୁରୁଣା ରାସ୍ତାରେ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨ଥର ରାକ୍ଷୀ ବାନ୍ଧିବାକୁ ତାଙ୍କ ଘରକୁ ଯାଇଥିଲେ। ୨୦୦୨ଅଗଷ୍ଟ ୨୨ରେ ମାୟାବତୀ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ଲାଲଜୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ସେହି ରାକ୍ଷୀ ମଧ୍ୟ କୌଣସି ସାଧାରଣ ନୁହେଁ ବରଂ ଏକ ରୂପାର ରାକ୍ଷୀ। ସୂଚନାଯୋଗ୍ୟ, ୧୯୯୫ରେ ଲକ୍ଷ୍ନୌରେ ଗେଷ୍ଟ ହାଉସ ଘଟଣା ସମୟରେ ମାୟାବତୀଙ୍କ ଜୀବନ ବିପଦରେ ଥିଲା। ସେତେବେଳେ ଭାଜପା ନେତା ବ୍ରହ୍ମାଦତ୍ତ ଦ୍ୱିବେଦୀ ଓ ଲାଲଜୀ ଘଟଣାସ୍ଥଳରେ ପହଞ୍ଚି ଭାଜପା କର୍ମକର୍ତ୍ତାଙ୍କ ସାହାଯ୍ୟରେ ମାୟାବତୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମାୟାବତୀ ଭାଜପା ସହ ମେଣ୍ଟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିଦିନଠାରୁ ମାୟାବତୀ ଓ ଲାଲଜୀଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୨୦।୫: ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ...

କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍‌ ଦେବୁନି: କେସିଆର୍‌

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ...

ଯୋଗୀଙ୍କ ବିରୋଧରେ ୪୪୦ ଭୋଲ୍ଟ କରେଣ୍ଟ ପ୍ରବାହିତ ହେଉଛି: ଅଖିଳେଶ

ହାର୍ଦୋଇ,୨୨।୨: ଉତ୍ତରପ୍ରଦେଶରେ ଶାସକ ଭାଜପା ବିରୋଧରେ ୪୪୦ ଭୋଲ୍ଟର କରେଣ୍ଟ ପ୍ରବାହିତ ହେଉଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ...

ଇଭିଏମ୍‌ରେ ଜନାଦେଶ, ୨୩କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ପଶ୍ଚିମବଙ୍ଗ ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡକୁ ବାଦ୍‌ ଦେଲେ ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।...

୨୦୧୯ରେ ଭାରତର ୧୦ ଧନୀ ରାଜ୍ୟ

ଭାରତ ସର୍ବଦା ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥା ସହିତ ଯୋଡ଼ି ହୋଇରହିଛି। ଭାରତର କିଛି ରାଜ୍ୟ ସମୃଦ୍ଧିଶାଳୀ ଭାବେ ପରିଗଣିତ। ଯେଉଁ ରାଜ୍ୟର ବାର୍ଷିକ ଆୟ ଯେତେ...

୨ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୩.୫୭ ଲକ୍ଷ ସଂକ୍ରମିତ, ୩,୪୪୯ ମୃତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

କେନ୍ଦ୍ରକୁ ମିଳିବ ଖଣି ନିଲାମ କ୍ଷମତା

ନୂଆଦିଲ୍ଲୀ,୨୦।୩: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୧ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହା ଆଇନରେ ପରିଣତ ହେଲେ...

ପୁଣି ରାଗିକି ନିଆଁବାଣ ହେଲେ ସିଦ୍ଧୁ

ଚଣ୍ଡିଗଡ,୩।୧୦: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରବିବାର ପଞ୍ଜାବ ଡିଜିପି ଏବଂ ଏଜିଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ଯଦି ଏମାନଙ୍କୁ...

Advertisement
Archives

Model This Week