Posted inଫୁରସତ

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି କରିଛି। ଆଧୁନିକତାର ବଶବର୍ତ୍ତୀ ହୋଇ କେତେକ ଦେଶ ନିଜନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଜାରି ରଖିଛନ୍ତି। ଅସ୍ତ୍ରଶସ୍ତ୍ର ନିର୍ମାଣ ତୁଳନାରେ ଏସବୁର ପରୀକ୍ଷଣ ପୃଥିବୀ ଲାଗି ମହାବିପଦ ସୃଷ୍ଟି କରୁଛି। ୧୯୪୫ ରୁ ୧୯୯୬ ମଧ୍ୟରେ ସମଗ୍ର ପୃଥିବୀରେ ୨ହଜାରରୁ ଉର୍ଦ୍ଧ୍ୱ ପରମାଣୁ ପରୀକ୍ଷଣ କରାଯାଇଛି। ପରମାଣୁ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ନେଇ ସ୍ବୀକୃତି ପରେ ଏଥିରେ ସୁଧାର ଆସିଛି।
ସଚେତନତା ସୃଷ୍ଟି ପାଇଁ ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନର ସେମିପାଲାଟିନ୍ସ ଆଣବିକ ପରୀକ୍ଷଣ ସ୍ଥାନକୁ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୯ ଡିସେମ୍ବର ୨ରେ ଜାତିସଂଘ ସାଧାରଣ ସଭାର ୬୪ ତମ ଅଧିବେଶନରେ ଆଣବିକ ନିରସ୍ତ୍ରୀକରଣ ନିମନ୍ତେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗ୍ରହଣ ହୋଇଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୨୯କୁ ପରମାଣୁ ପରୀକ୍ଷଣ ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ଆଣବିକ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ପରେ ଅର୍ଥାତ ମେ ୨୦୧୦ ରେ ଆଣବିକ ଅସ୍ତ୍ର ନିର୍ମାଣ ନ କରିବା ଲାଗି ଉଦ୍ଦିଷ୍ଟ ଥିବା ଚୁକ୍ତିରେ ସମସ୍ତ ଦେଶ ଆଣବିକ ଅସ୍ତ୍ର ବିନା ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଭବିଷ୍ୟତ ବଂଶଧରଙ୍କ ପାଇଁ କିଭଳି ପୃଥିବୀକୁ ଜୀବିତ ରଖିବା ଅପରିହାର୍ଯ୍ୟ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ସହିତ ଅଦୂରଦର୍ଶୀ ମନୋଭାବକୁ ଦୂର କରାଯିବା ଲାଗି ଉଦ୍ୟମ ମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri