Posted inଖେଳ

ମ୍ୟାକ୍ସଓ୍ବେଲ ହେବେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର: ହେସନ

ନୂଆଦିଲ୍ଲୀ,୧।୪(ପି.ଟି.): ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆରସିବି ଡାଇରେକ୍ଟର ଅଫ୍‌ କ୍ରିକେଟ ମାଇକ ହେସନ କହିଛନ୍ତି। ପଞ୍ଜାବ କିଙ୍ଗ୍ସ ମ୍ୟାକ୍ସଓ୍ବେଲଙ୍କୁ ରିଲିଜ କରିବା ପରେ ତାଙ୍କୁ ୧୪.୨୫ କୋଟି ଟଙ୍କା ବିନିମୟରେ ବାଙ୍ଗାଲୋର ଏଥର କ୍ରୟ କରିଛି। ମିଡ୍‌ଲ ଅର୍ଡରରେ ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର କ୍ଷମତା ରଖନ୍ତି ଓ ସେ ଜଣେ ମ୍ୟାଚ୍‌ ଓ୍ବିନର ବୋଲି ହେସନ କହିଛନ୍ତି। ଗତ ସଂସ୍କରଣରେ ଆରସିବିର ମିଡ୍‌ଲ ଅର୍ଡର ସେତେଟା ଦୃଢ଼ ନ ଥିଲା। ତେବେ ନିଜର ଭୂମିକା ବା ରୋଲକୁ ମ୍ୟାକ୍ସଓ୍ବେଲ ହୃଦୟଙ୍ଗମ କରିବା ଉଚିତ। ସେ ଜଣେ ଅଭିଜ୍ଞ ଓ ପ୍ରତିଭା ସମ୍ପନ୍ନ ଖେଳାଳି। ତେଣୁ ଦଳ ତାଙ୍କଠାରୁ ବହୁତ କିଛି ଆଶା କରୁଛି ବୋଲି ସେ କହିଛନ୍ତି। ସେହିପରି ୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିସନ ମଧ୍ୟ ଆରସିବି ପାଇଁ ସଫଳତ ଆଣିଦେବେ। ତାଙ୍କ ଉଚ୍ଚତାରୁ ସେ ଅତିରିକ୍ତ ବାଉନ୍ସ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରିବେ। ସେହିପରି ନବଦୀପ ସଇନି ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣକୁ ଦଳ ଗୁରୁତ୍ୱ ଦେବ। ନୂଆ ବଲ୍‌ରେ ସିରାଜ ବିପଜ୍ଜନକ ମନେ ହୁଅନ୍ତି। ସେହିପରି ଅଧିନାୟକ ଓ ବ୍ୟାଟ୍ସମ୍ୟାନ ଭାବେ ବିରାଟ କୋହଲି ପୁଣି ଥରେ ନିଜର ଦକ୍ଷତା ପ୍ରମାଣ କରିବେ। ସେ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ମଧ୍ୟ ପ୍ରଦେଶର ରଜତ ପଟିଦାର ଓ କେରଳର ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ବୋଲି ହେସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri