୨ ଚକିଆ ଇ-ଯାନକୁ ସର୍ବାଧିକ ୨୦ ହଜାର ଟଙ୍କାର ରିହାତି

ଭୁବନେଶ୍ବର, ୨୭ା୪(ବ୍ୟୁରୋ): ସବୁ ପ୍ରକାର ଇ-ଯାନ କିଣିଲେ ଏଣିକି ପୂର୍ବ ଅପେକ୍ଷା ଅଧିକ ଟଙ୍କାର ରିହାତି ମିଳିବ। ଦୁଇ ଚକିଆ ଇ-ଯାନ ଲାଗି ପ୍ରତି କେଡବ୍ଲ୍ୟଏଚ୍‌ (କିଲୋଓ୍ବାଟ୍‌ ଆଓ୍ବାର) ପାଇଁ ୫ ହଜାର ଟଙ୍କା ରିହାତି ଦର ସ୍ଥିର ହୋଇଥିବା ବେଳେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ତିନି ଚକିଆ ଯାନ ଲାଗି ୩୦ ହଜାର ଟଙ୍କା ଏବଂ ୪ ଚକିଆ ଯାନ ଲାଗି ୧୦ ହଜାରରୁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ। ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ସହିତ ଅନ୍ୟ କେତେକ ଏ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଇଲେକ୍ଟ୍ରିକ୍‌ ଭେହିକିଲ ୨୦୨୧ ପିଲିସି ଆରମ୍ଭ କରିଥିଲେ। ହେଲେ ତାହା ସଫଳ ହେଲା ନାହିଁ। ତେଣୁ ରାଜ୍ୟ ସରକାର ଏନେଇ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଇ-ଯାନ ଉପରେ ଅଧିକ ରିହାତି ଦେବା ନିମନ୍ତେ ବୁଧବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମେ ଗତ ସୋମବାର ଇ-ଯାନ ଉପରେ ରିହାତି ଦର ବଢାଇବା ନେଇ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ପରେ ଏହାକୁ ଲାଗୁ କରିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଇ-ଯାନ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ସକାଶେ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ୨ ସେପ୍ଟେମ୍ବର ୨୦୨୧ରେ ଓଡ଼ିଶା ଇଲେକ୍ଟ୍ରିକ ଭେହିକିଲ ପଲିସି ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୫ ସୁଦ୍ଧା ରାଜ୍ୟରେ ଶତକଡା ୨୦ ପ୍ରତିଶତ ଇଲେକ୍ଟ୍ରିକ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଉକ୍ତ ପିଲିସି କାର୍ଯ୍ୟକାରୀ କରାଯାଇଥିଲା। ହେଲେ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୪.୪୮% ଇ-ଯାନ ନେଇ ଗ୍ରାହକଙ୍କ ପକ୍ଷରୁ ପଞ୍ଜୀକରଣ କରାଯାଇଥିଲା। ପଲିସି ଲକ୍ଷ୍ୟ ଅନୁଯାୟୀ ଏହା ଆଦୌ ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ସରକାର ତାଙ୍କ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବ ବିଜ୍ଞପ୍ତି ଅନୁୟାୟୀ ଏହି ନୀତିରେ ବିଭିନ୍ନ ବର୍ଗର ଇ-ଯାନ ଲାଗି ଉଭୟ ଉପଭୋକ୍ତା ଏବଂ ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଥିଲା। ଇ-ଯାନରେ ରାଜ୍ୟ ସରକାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିଲେ। ଦୁଇ ଚକିଆ ଯାନ ଲାଗି ସର୍ବାଧିକ ୫ ହଜାର, ୩ ଚକିଆ ପାଇଁ ୧୦ ହଜାର ଏବଂ ୪ ଚକିଆ ପାଇଁ ୫୦ ହଜାର ଟଙ୍କା ରିହାତି ଦେବାର ବ୍ୟବସ୍ଥା ଥିଲା। ସେହିପରି ଇଲେକ୍ଟ୍ରିକ ବସ୍‌ ଲାଗି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା ଥିଲା। ସରକାରୀ କର୍ମଚାରୀଙ୍କ ଲାଗି ମଧ୍ୟ ସରକାର ଅଗ୍ରିମଦେବାକୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri