Posted inଖେଳ

ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ

ବାମ୍ବୋଲିମ୍‌, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ଏଠାରେ ୯ମ ମ୍ୟାଚ ଖେଳିଥିବା ଓଡ଼ିଶା ଏଫ୍‌ସିର ଏହା ଥିଲା ପ୍ରଥମ ବିଜୟ। ପୂର୍ବରୁ ୮ ମ୍ୟାଚରୁ ଦଳ ୬ଟିରେ ପରାଜିତ ହୋଇଥିବାବେଳେ ୨ଟି ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ କେରଳ ୯ ମ୍ୟାଚରୁ ୫ମ ପରାଜୟ ବରଣ କରିଛି। ଦଳ ୧ ବିଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲରେ ୧୦ମ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ଏଫ୍‌ସି ୧ ବିଜୟ, ୨ ଡ୍ର ଓ ୬ ପରାଜୟ ସହ ୫ ପଏଣ୍ଟରେ ପହଞ୍ଚତ୍ ଏକାଦଶ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ମ୍ୟାଚଟି ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୭ମ ମିନିଟରେ ଜୋର୍ଡାନ ମୁରେ ଏକ ଗୋଲ ଦେଇ କେରଳକୁ ଅଗ୍ରଣୀ କରାଇଥିଲେ। କାଖୁଣ୍ଡୋ ପେରେରା ପଡ଼ିଆ ମଝିରୁ ମାରିଥିବା ଫ୍ରି କିକ୍‌ ଓଏଫସି ପୋଷ୍ଟରେ ପଡ଼ିଥିଲା। ରାହୁଲ କେ.ପି. ହେଡ୍‌ କରି ଗୋଲକିପରଙ୍କ ଡାହାଣ ପଟରେ ଗୋଲ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ଅର୍ଶଦୀପ ସିଂ ତାହା ହେବାକୁ ଦେଇ ନ ଥିଲେ। ବଲଟି ଫେରି ଆସୁଥିବାବେଳେ ଜୋର୍ଡାନ ଚତୁରତାର ସହ ତାହାକୁ ପୋଷ୍ଟ ମଧ୍ୟକୁ ପଠାଇବାରେ ସକ୍ଷମ ହୋଇଥିଲେ। ଓଏଫ୍‌ସି ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୨୨ତମ ମିନିଟରେ ଭାଗ୍ୟ ସାଥ୍‌ ଦେଇଥିଲା। କେରଳ ପୋଷ୍ଟ ମଧ୍ୟରେ ଡିଏଗୋ ମୌରିସିଓଙ୍କୁ ଦେଖି ଜେରୀ ମାଓ୍ବିମିଙ୍ଗଥଙ୍ଗା ବଲ୍‌ ପାସ୍‌ କରିଥିଲେ। ମୌରିସିଓ ଲୋ କ୍ରସ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରୁଥିବାବେଳେ କେରଳର ଜ୍ୟାକସନ ସିଂ ତ୍ରୁଟିପୂର୍ଣ୍ଣଭାବେ ଡିଫ୍ଲେକସନ କରି ନିଜ ପୋଷ୍ଟ ମଧ୍ୟକୁ ବଲ ପଠାଇ ଦେଇଥିଲେ। ତାଙ୍କ ଆତ୍ମଘାତୀ ଗୋଲ ଯୋଗୁ ମ୍ୟାଚ ୧-୧ ସ୍ଥିତିରେ ପହଞ୍ଚତ୍ଥିଲା ଏବଂ ଓଡ଼ିଶା ଏଫ୍‌ସି ପ୍ରତ୍ୟାବର୍ତ୍ତନ କରିଥିଲା। ୪୨ତମ ମିନିଟରେ ମାଓ୍ବିମିଙ୍ଗଥଙ୍ଗାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଷ୍ଟିଭେନ୍‌ ଟେଲର ପ୍ରଥମାର୍ଦ୍ଧ ଶେଷ ବେଳକୁ ଓଡ଼ିଶା ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଓଡ଼ିଶା ଏଫ୍‌ସି ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଥିଲା। ୫୦ତମ ମିନିଟରେ ମାଓ୍ବିମିଙ୍ଗଥଙ୍ଗାଙ୍କ ପାସ୍‌କୁ ଗୋଲ କରି ଡିଏଗୋ ମୌରିସିଓ ଓଡ଼ିଶା ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। କେବଳ ସେତିକି ନୁହେଁ ଏହାର ୧୦ ମିନିଟ ପରେ ଅର୍ଥାତ୍‌ ୬୦ତମ ମିନିଟରେ ନନ୍ଦକୁମାର ସେକର ଦେଇଥିବା ପାସ୍‌କୁ ଗୋଲରେ ରୂପାନ୍ତରିତ କରି ମୌରିସିଓ ଦଳର ବିଜୟ ଆଶାକୁ ମଜଭୂତ କରିଥିଲେ। ମାତ୍ର ଖେଳ ଏତିକିରେ ଶେଷ ହୋଇ ନ ଥିଲା। ୭୯ତମ ମିନିଟରେ ଗ୍ୟାରୀ ହୁପର ଏକ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ତେବେ ଅବଶିଷ୍ଟ ସମୟରେ ଓଡ଼ିଶା ଏଫ୍‌ସି ଖେଳାଳିମାନେ ସତର୍କତା ଅବଲମ୍ବନ କରି କେରଳ ଖେଳାଳିଙ୍କୁ ପ୍ରଭାବ ବିସ୍ତାର କରିବାକୁ ଦେଇ ନ ଥିଲେ। ରେଫରିଙ୍କ ହ୍ବିସିଲ ବାଜିବାକ୍ଷଣି ଓଡ଼ିଶା ଏଫ୍‌ସି ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ୩ ପଏଣ୍ଟ ପାଇଥିବାବେଳେ ମାଓ୍ବିମିଙ୍ଗଥଙ୍ଗା ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ମୌରିସିଓ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri