Posted inଖେଳ

ମୌରିସିଓଙ୍କ ଚୁକ୍ତି ମିଆଦ ବଢ଼ାଇଲା ଓଏଫ୍‌ସି

ଭୁବନେଶ୍ୱର, ୪।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ବ୍ରାଜିଲିଆନ ଫୁଟ୍‌ବଲର ଡିଏଗୋ ମୌରିସିଓଙ୍କ ଚୁକ୍ତି ମିଆଦ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ମୌରିସିଓ ଗତ ସିଜନରେ ୧୨ଟି ଗୋଲ ସ୍କୋର ସହ ୪ ଗୋଲ ଦେବାରେ ସହାୟତା କରି ହିରୋ ଗୋଲ୍ଡେନ ବୁଟ୍‌ ହାସଲ କରିଥିଲେ। ୨୦୨୦-୨୧ ସିଜନରେ ଓଡ଼ିଶା ଏଫ୍‌ସି ସହ ଯୋଗଦେଇଥିବା ମୌରିସିଓ ଏବେ ଟପ୍‌ ସ୍କୋରର ହୋଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ୩୧ ବର୍ଷୀୟ ଏହି ଖେଳାଳିଙ୍କର ଅନେକ ପ୍ରଶଂସକ ହୋଇଯାଇଛନ୍ତି। ତାଙ୍କ ପ୍ରଦର୍ଶନ ବଳରେ ଓଡ଼ିଶା ଏଫ୍‌ସି ଗତ ସଂସ୍କରଣରେ ପ୍ରଥମଥର ପାଇଁ ଟପ୍‌-୬ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିଥିଲା। ଚୁକ୍ତି ମିଆଦ ବୃଦ୍ଧି ସମ୍ପର୍କରେ ମତ ଦେବାକୁ ଯାଇ ମୌରିସିଓ କହିଛନ୍ତି, ”ମୁଁ ଓଡ଼ିଶା ଲୋକ ଓ ଏହି ସହରକୁ ଭଲପାଏ। ଲୋକମାନେ ମଧ୍ୟ ମୋତେ ଅନେକ ଭଲପାଇବା ଦେଇଛନ୍ତି। ମୁଁ ଏହି କ୍ଲବ ସହ ରହିବାକୁ ନିଷ୍ପତ୍ତି ନେଇଥିବାରୁ ମୋ ପରିବାରବର୍ଗ ବହୁତ ଖୁସି। ମୋ ଯାତ୍ରା ଏପର୍ଯ୍ୟନ୍ତ ବହୁତ ଭଲ ରହିଆସିଛି ଏବଂ ଆଗାମୀ ଦିନରେ ଏହାକୁ ଆଗକୁ ବଢ଼ାଇବା ଉପରେ ଫୋକସ କରୁଛି।“ ପ୍ରକାଶଯୋଗ୍ୟ, ଏହି ବ୍ରାଜିଲିଆନ ଖେଳାଳି ଓଏଫ୍‌ସି ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ତାଙ୍କୁ ନେଇ ଆଗାମୀ ସିଜନରେ ମଧ୍ୟ ଦଳ ସଫଳତା ପାଇବା ନେଇ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri