କଟକ,୧୯।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ(୨ୟ) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆସନ୍ତା ମେ’ ୨୫ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ପରୀକ୍ଷାର୍ଥୀମାନେ ୨୫ ତାରିଖ ମଧ୍ୟରାତ୍ର ଯାଏ ଫର୍ମ ପୂରଣ ଓ ଦେୟ ଦାଖଲ କରିପାରିବେ। ହାଇସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କ ଅନୁରୋଧକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାପରେ ଆଉ ସମୟସୀମାକୁ ବଢ଼ାଯିବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୋମବାର ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସପ୍ଲିମେଣ୍ଟାରି ପରୀକ୍ଷା ନିମନ୍ତେ ଗତ ୮ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଅନ୍ଲାଇନ ଜରିଆରେ ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ଲିଙ୍କ୍ରେ ଫର୍ମ ପୂରଣ ଓ ଦେୟ ଦାଖଲ କରାଯାଉଛି। ଅନ୍ଲାଇନ ଫର୍ମ ପୂରଣର ସମସ୍ତ ତଥ୍ୟ ବୋର୍ଡ ଓ୍ବେବ୍ସାଇଟ୍ରେ ଉପଲବ୍ଧ ରହିଛି। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ନିଜ ହାଇସ୍କୁଲର ମୁଖ୍ୟମାନଙ୍କ ଦ୍ୱାରା ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀମାନେ ବୋର୍ଡର ଶାଖା କାର୍ଯ୍ୟାଳୟରେ ସହସମ୍ପାଦକଙ୍କ ଦ୍ୱାରା ଫର୍ମ ପୂରଣ କରିବେ। ଫର୍ମ ପୂରଣ ଓ ଦେୟ ଦାଖଲର ଅନ୍ତିମ ସମୟ ୧୮ ତାରିଖ ରାତ୍ର ୧୧.୪୫ ଯାଏ ରହିଥିବା ବେଳେ ଏବେ ଏହାକୁ ବର୍ଦ୍ଧିତ କରାଯାଇଛି।