ଆଜି ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଅପରାହ୍ନ ସାଢ଼େ ୧୧ଟାରୁ ବୋର୍ଡର ୨ଟି ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସ୍‌ଏମ୍‌ଏସ୍‌ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ। ଏହି ପରୀକ୍ଷା ଫଳ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଜିଜ୍ଞାସା ପୂର୍ତ୍ତି ପାଇଁ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଫଳ ପ୍ରକାଶନଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ (ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ) ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ରହିବ। ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଟେଲିଫୋନ ନମ୍ବରରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ।