ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି। ୩୦ ଜିଲା ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ପାସ୍‌ ହାର ୯୭.୯୮% ରହିଥିବା ବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍‌ ହାର ୯୩.୯୧% ରହିଛି। ଛାତ୍ରୀଛାତ୍ର ବୋର୍ଡ ଓ୍ବେବ୍‌ସାଇଟ୍‌, ମୋବାଇଲ ଏସ୍‌ଏମ୍‌ଏସ୍‌ ସହ ପ୍ରଥମଥର ପାଇଁ ହ୍ବାଟ୍‌ସଆପ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଯୁକ୍ତ୨ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରେ ଘୋଷଣା କରାଯିବ। ଛାତ୍ରୀଛାତ୍ରମାନେ www.orissaresults.nic.in ଓ୍ବେବ୍‌ସାଇଟରେ ରେଜଲ୍ଟ ଦେଖିପାରିବେ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୪୫୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୬୪୨୦ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ମୋଟ୍‌ ପାସ୍‌ ହାର ୫୯.୮୮ % ରହିଛି।

ମଧ୍ୟମାରେ ୩୨୫୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍‌ କରିଛନ୍ତି ୩୧୯୧ ଜଣ। ପାସ୍‌ ହାର ୯୮.୧୨% ରହିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ୫,୪୧,୦୬୧ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୩୦,୧୫୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଗାଧୋଇବାକୁ ଯାଇ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ଘଟଣା ଏତଲା ପରେ ଗିରଫ ହେଲେ ଶିକ୍ଷକ

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଜଣେ ମାନସିକ ବିକୃତ ଯୁବତୀ ୬ ମାସ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri