ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍‌କୋଡ୍‌ ରହିବ, ଯଦ୍ଦ୍ବାରା ପ୍ରଶ୍ନପତ୍ର ଭାଇରାଲ ହେଲେ ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସହଜରେ ବୋର୍ଡ ମୁଖ୍ୟାଳୟରେ ଜାଣିହେବ। ଫଳରେ ଅତି ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସୂଚନାନୁସାରେ, ଗତ ବର୍ଷରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବୋର୍ଡକୁ ଦୁର୍ନାମ ମୁଣ୍ଡେଇବାକୁ ପଡ଼ିଛି। କେଉଁ ପରୀକ୍ଷାକେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଜାଣିବା କଷ୍ଟସାଧ୍ୟ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନୂତନ ବ୍ୟବସ୍ଥାରେ ପ୍ରତି ପ୍ରଶ୍ନପତ୍ରରେ ବାର୍‌କୋଡ୍‌ ସହ ଏକ ସିକ୍ୟୁରିଟି କୋଡ୍‌ ମଧ୍ୟ ରହିବ। ସେହିପରି ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଏକ ୱାଟର ମାର୍କ ରହିବ, ଯଦ୍ଦ୍ବାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ତାହା ଜାଣିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, କହିଲେ କେନ୍ଦ୍ର ଗୋଟେ ହୁଇସିଲ ମାରିଲେ…

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି,...

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ,୧୩ା୨(ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁରେ ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜିତ କୁମାର ପାଢୀ

ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ...

ଅନୁସୂଚିତ ଜାତି-ଜନଜାତି ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ, ଉନ୍ନତମାନର ଶିକ୍ଷା ଦିଆଯିବା ଆବଶ୍ୟକ

ବାଲିଗୁଡା,୧୩।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦାରା ପରିଚାଳିତ...

ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର ...

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା...

ଭାଜପାରେ ମିଶିବା ଚର୍ଚ୍ଚା ମଧ୍ୟରେ ସନାଙ୍କ ବିସ୍ଫୋରକ ବୟାନ: ଖୋଲାଖୋଲି କହିଦେଲେ ଏମିତି, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ...

କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri