ଲିକ୍‌ ହୋଇନାହିଁ ମାଟ୍ରିକ ପ୍ରଶ୍ନପତ୍ର,ଏମିତି କହିଲେ…

ଭୁବନେଶ୍ୱର,୨୪।୨: ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସେ କହିଛନ୍ତି ‘ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ଚାଲିଛି। କୌଣସି ପ୍ରଶ୍ନପତ୍ର ଲିକ ହୋଇ ନାହିଁ। ବିଭ୍ରାନ୍ତ କରିବାକୁ କେହି ଏଭଳି କରିଛି।’ ଇଂରାଜୀ ପରୀକ୍ଷାକୁ ୨୪ ଘଣ୍ଟା ବିତି ସାରିଥିଲେ ମଧ୍ୟ କୌଣସି ଅଭିଯୋଗ ଆସି ନ ଥିବା ସେ କହିଛନ୍ତି।
ସେ କହିଛନ୍ତି, କିଛି ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଏଆଇରୁ ଧରାପଡ଼ିଛି । ଧରାପଡ଼ିଥିବା ତ୍ରୁଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ ହୋଇଛି। ଏନେଇ ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯିବାରୁ ସେମାନେ ଭୁଲ ଜାଣିପାରି ନ ଥିବା କହିଛନ୍ତି । ସେମାନଙ୍କୁ ଅଧିକ ସଚେତନ କରାଯିବ, ଅଣ୍ଡରଟେକିଂ ରଖାଯିବ । ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷାରେ ନିୟୋଜିତ କରାଯିବ ।