୭୦% ସିଲାବସ୍‌ରୁ ହେବ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ଅସନ୍ତୁଷ୍ଟମାନେ ଦେଇପାରିବେ: ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୩୦ ତାରିଖରୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ ହେବ। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପାଇଁ ଚେଷ୍ଟା କରାଯିବ। ୩% ସିଲାବସ୍‌ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ ବୋଲି ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମର ଦାସ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଚଳିତବର୍ଷ ବିନା ପରୀକ୍ଷାରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ପିଲାମାନେ ଧାରଣାରେ ବସିଥିଲେ। ଏଥିନେଇ ଅଫ୍‌ଲାଇନ ପରୀକ୍ଷା ନେଇ କାର୍ଯ୍ୟସୂଚି ଘୋଷଣା କରାଯାଇଥିଲା। ପରୀକ୍ଷା ସମୟରେ ସମସ୍ତ କୋଭିଡ ଗାଇଡ୍‌ଲାଇନ୍‌ ପାଳନ କରାଯିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫି’ ଛାଡ଼ କରାଯାଇଥିବା କୁହାଯାଇଥିଲା।