ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ବାଡ ଅଚାନକ ଗସ୍ତ କରିବେ। ଏଥିସହ ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଜିଲା ପ୍ରଶାସନ ଏନେଇ ସହଯୋଗ କରିବା ପାଇଁ ଆଲୋଚନା ହୋଇଛି। ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିବା ସହ ଛାତ୍ରୀଛାତ୍ର ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Share