ମାଟ୍ରିକ ପରୀକ୍ଷା ଫଳ: ସଚ୍ଚିନ୍ଦ୍ର ପାଢ଼ୀ ଭଞ୍ଜନଗର ବ୍ଲକ ଟପ୍ପର

ଭଞ୍ଜନଗର,୨।୫(ବାବୁଲା ପ୍ରଧାନ)- ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀ ଛାତ୍ର ପାସ୍ ହୋଇଥିବା ବେଳେ ଭଞ୍ଜନଗର ବ୍ଲକରେ ମଧ୍ୟ ପରୀକ୍ଷା ଫଳ ଭଲ ହୋଇଛି। ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସଚ୍ଚିନ୍ଦ୍ର ପାଢ଼ୀ ଭଞ୍ଜନଗର ବ୍ଲକ ଟପ୍ପର ହୋଇଛନ୍ତି । ସେ ୫୭୬ ମାର୍କ ରଖିଛନ୍ତି। ଏଥିସହ ଉକ୍ତ ବିଦ୍ୟାଳୟର ଆଶୁତୋଷ ଖାଡେଙ୍ଗା ଏ-୧ ଗ୍ରେଡ ସହ ୫୬୯ମାର୍କ ରଖିଛନ୍ତି। ରାଧା ଗୋବିନ୍ଦା ସାହୁ ୫୬୮,ଆନନ୍ଦ କୁମାର ସେଠୀ ୫୬୬, ରାଜ କିଶୋର ପଟ୍ଟନାୟକ ୫୬୩, ଚିନ୍ମୟୀ ଫ୍ରିୟାଦର୍ଶିନୀ ନାୟକ ୫୬୦, ଈଶ୍ୱର ସାହୁ ୫୫୯, ଅଭିଷେକ ପଣ୍ଡା ୫୫୧, ଗାୟତ୍ରୀ ଦେବୀ ୫୫୦,ଅଭିଷେକ ନାୟକ ୫୪୭,ଆୟୁଷ ଆରୁଖ ୫୪୬,ତନ୍ମୟା ପଣ୍ଡା ୫୪୨, ନିଖିଲ୍ ବେହେରା ୫୪୦, ଶ୍ରାବଣୀ ପ୍ରଧାନ ୫୪୦, ଓ ଦେବାଶିଷ ମିଶ୍ର ଗ୍ରେଡ ଏ ୧ ସହ ୫୪୦ ମାର୍କ ରଖିଛନ୍ତି। ସରସ୍ୱତୀ ଶିଶୁ ମନ୍ଦିରର ୧୫ ଜଣ ଛାତ୍ରୀ ଛାତ୍ର ଗ୍ରେଡ ଏ ୧ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ସେହିଭଳି ଭଞ୍ଜନଗର ସତ୍ୟ ସାଇ ବିଦ୍ୟାବିହାରର ଛାତ୍ରୀ ଶୁଭଶ୍ରୀ ସ୍ଵାଇଁ ଗ୍ରେଡ ଏ ୧ ସହ ୫୫୨ ମାର୍କ ରଖି ଥିବା ବେଳେ ଛାତ୍ରୀ ନନ୍ଦିନୀ ସେଠୀ ଗ୍ରେଡ ଏ ୧ ସହ ୫୪୦ ମାର୍କ ରଖିଛନ୍ତି। ଗ୍ରେଡ ଏ ୨ ରେ କଲ୍ୟାଣୀ ଶିବ ପ୍ରସାଦ ୫୧୦ ମାର୍କ ରଖିଥିବା ବେଳେ ଆଲେଶା ମହାରଣା ଗ୍ରେଡ ଏ ୨ ସହ ୪୯୮ ମାର୍କ ରଖିଛନ୍ତି। ସତ୍ୟ ସାଇ ବିଦ୍ୟାଳୟର ସମସ୍ତ ୨୮ ଜଣ ଛାତ୍ରୀ ଛାତ୍ର ପାସ୍ ହୋଇଛନ୍ତି । ଯାହା ବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ ଏଠାରେ ସୂଚନା ଦେଇଛନ୍ତି। ସହରର ସର୍ବ ପୁରାତନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଆଶୁତୋଷ ପ୍ରଧାନ ବିଦ୍ୟାଳୟ ଟପ୍ପର ସହ ଏ ୨ ଗ୍ରେଡ ସହ ୪୯୩ ମାର୍କ ରଖିଛନ୍ତି। ବିଦ୍ୟାଳୟର ୨୨୭ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୨୨୧ ଜଣ ପାସ୍ ହୋଇଛନ୍ତି। ସେହିଭଳି ଭଞ୍ଜନଗର ବ୍ଲକ ଲାଲସିଂ କେ ଆର ଉଚ୍ଚ ବିଦ୍ୟାଳୟର ୬୨ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରୀ ଛାତ୍ର ପାସ୍ ହୋଇଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗୌରବର ବିଷୟ। ଏ ୨ ରେ ଶୁଭମ୍ ଆପଟ୍ଟ ୪୮୫ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏଥିସହ ବି ୧ ରେ ୫ ଜଣ, ବି ୨ ରେ ୯ ଜଣ, ସି ରେ ୨୧ ଜଣ, ଡି ରେ ୧୪ ଏବଂ ଇ ଗ୍ରେଡ ରେ ୧୨ ଜଣ ଉତ୍ତୀର୍ଣ ହୋଇଛନ୍ତି ।

ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ର ୩୮ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରୀ ଛାତ୍ର ପାସ୍ ହୋଇଛନ୍ତି ବୋଲି ଚେୟାରମ୍ୟାନ ଅଜିତ ଶତପଥି ସୂଚନା ଦେଇଛନ୍ତି । କୁଲାଡ କବି ସମ୍ରାଟ ବିଦ୍ୟାପୀଠର ଆଶୁତୋଷ ତ୍ରିପାଠୀ ଗ୍ରେଡ ଏ ୧ ସହ ୫୪୩ ମାର୍କ ରଖିଛନ୍ତି। ଏଥିସହ ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସନ୍ଧ୍ୟାରାଣୀ ସ୍ଵାଇଁ ୫୪୦ ମାର୍କ ରଖିଥିବା ବେଳେ ରାଇପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ଜଣେ ଏ ୧ ଗ୍ରେଡ଼ ରେ ପାସ୍ ହୋଇଛନ୍ତି।

Dharitri – Odisha’s No.1 Odia Daily

Share