୨୦ ତାରିଖରେ ମାଟ୍ରିକ୍‌ ପରୀକ୍ଷା: ତା ପୂର୍ବରୁ ଏହି ୱେବ୍‌ସାଇଟ ଅପ୍‌ଲୋଡ କରାଯାଇଛି ସମସ୍ତ ତଥ୍ୟ, ଅଧିକ ଜାଣିବା ପାଇଁ….

ଭୁବନେଶ୍ବର,୧୦।୯: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ୨୦ ତାରିଖଠାରୁ ଆରମ୍ଭ ହେବ। ଏ ନେଇ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ସମସ୍ତ ତଥ୍ୟ ବୋର୍ଡର ୱେବସାଇଟ www.bseodisha.ac.inରେ ଅପ୍ଲୋଡ କରାଯାଇଛି । ଏହି ୱ୍ସୋଇଟରେ କେଉଁ ସ୍କୁଲକୁ ପରୀକ୍ଷା କେନ୍ଦ୍ର, ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସ୍କୁଲର ସେଣ୍ଟର ପଡ଼ିଛି ସେଠାରେ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେନ୍ଦ୍ର ପାଇଁ କେଉଁ ବିଷୟରେ କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, କେନ୍ଦ୍ରରେ କେତେଜେଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ତାର ତଥ୍ୟ ରହିଛି।