ଏଆଇ ସର୍ଭିଲାନ୍ସରେ ମାଟ୍ରିକ ପରୀକ୍ଷା ଅବ୍ୟବସ୍ଥା: ୫ ଜିଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

କଟକ,୨୧ା୨(କାର୍ତ୍ତିକ ସାହୁ): ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି। ପରୀକ୍ଷା ଡ୍ୟୁଟିରେ ଥିବା ଏଥିରେ ସମ୍ପୃକ୍ତ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟର କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି କ୍ୟାମେରା ଦ୍ୱାରା ଅବ୍ୟବସ୍ଥା ସୂଚିତ ହେବା ପରେ ବୋର୍ଡ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୫ଟି ଜିଲାର ୮ଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଅବ୍ୟବସ୍ଥା ଓ ଅନିୟମିତତାକୁ ବୋର୍ଡ ରେକର୍ଡ କରିଛି। ତନ୍ମଧ୍ୟରେ କଟକ ଜିଲାର ନରସିଂହପୁରସ୍ଥିତ ଏ.ଏନ୍‌. ହାଇସ୍କୁଲ, କାନପୁର ବାଳିକା ହାଇସ୍କୁଲ, ଜନାର୍ଦ୍ଦନପୁରସ୍ଥିତ ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲ, ପ୍ରାଚୀ ଏକାଡେମୀ, କଳାହାଣ୍ଡି ଜିଲା କୋକସରାସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ, ଢେଙ୍କାନାଳ ଜିଲା ମେରାମୁଣ୍ଡଳିସ୍ଥିତ ଅରୋବିନ୍ଦ ବିଦ୍ୟାମନ୍ଦିର, ପୁରୀ ଜିଲା ପିପିଲି ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲା ରଣପୁରସ୍ଥିତ ବି. ସି. ହାଇସ୍କୁଲ ଅନିୟମିତତା ତାଲିକାଭୁକ୍ତ ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଓ କଟକ ଜିଲା ପୋଲିସ ଏସ୍‌ପିଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୋର୍ଡ ଲିଖିତ ଭାବେ ଅବଗତ କରାଯାଇଛି।
ବୋର୍ଡ ପକ୍ଷରୁ ପ୍ରାପ୍ତ ସୂଚନାନୁସାରେ, ଏ. ଏନ୍‌. ହାଇସ୍କୁଲରେ ନିରୀକ୍ଷକ ଅନୁସୂୟା ମହାରଣା ପରୀକ୍ଷା ପରିଚାଳନା କ୍ଷେତ୍ରରେ ସକ୍ରିୟ ନାହାନ୍ତି। ଏପରିକି ପରୀକ୍ଷାର୍ଥୀମାନେ ପରସ୍ପର ମଧ୍ୟରେ କଥା ହେଉଥିଲେ ବି ସେ କାହାରିକୁ ବାରଣ କରୁନାହାନ୍ତି। ପୁଣି ଜଣେ ମହିଳା ପୋଲିସ କର୍ମଚାରୀ କୌଣସି କାରଣ ନଥାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି। କାନପୁର ବାଳିକା ହାଇସ୍କୁଲରେ ଦେଖାଯାଇଛି ପରୀକ୍ଷା ଚାଲିଥିବା ଏକ କୋଠରୀର ଝରକା ବାହାର ପଟରେ ଅନଧିକୃତ ଭାବେ ଜଣେ ବ୍ୟକ୍ତି ଅଛନ୍ତି। ଜନାର୍ଦ୍ଦନପୁରସ୍ଥିତ ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲରେ ପରୀକ୍ଷାର୍ଥୀମାନଙ୍କୁ ପରସ୍ପର ମଧ୍ୟରେ କଥା ହେବାରୁ ନିବୃତ୍ତ ରଖିବାକୁ ବାରଣ କରିବା ନିମନ୍ତେ ସେତେ ସକ୍ରିୟ ନାହାନ୍ତି। ଅଡ଼ଶପୁରସ୍ଥିତ ପ୍ରାଚୀ ଏକାଡେମୀରେ ବୋର୍ଡ ଗାଇଡ୍‌ ଲାଇନ ଅନୁସାରେ ପରୀକ୍ଷା ପରିଚାଳନା ହେଉନାହିଁ। ବିଶେଷ କରି ବୋର୍ଡ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ କରାଯାଇନାହିଁ। କୋକସରାସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠରେ ଜଣେ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯.୧୭ ବେଳେ ତାଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଧରାପଡ଼ିଛି। ଢେଙ୍କାନାଳ ଜିଲା ମେରାମୁଣ୍ଡଳିସ୍ଥିତ ଅରୋବିନ୍ଦ ବିଦ୍ୟାମନ୍ଦିରର ୨ ନମ୍ବର କୋଠରୀ ମଧ୍ୟରେ ପୂର୍ବାହ୍ଣ ୧୦.୦୪ ବେଳେ କେହି ନିରୀକ୍ଷକ ନାହାନ୍ତି। ପୁରୀ ଜିଲା ପିପିଲି ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲା ରଣପୁରସ୍ଥିତ ବି. ସି. ହାଇସ୍କୁଲରେ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ସମୟାନୁସାରେ କରାଯାଇନାହିଁ। ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀମାନେ ସମ୍ପୃକ୍ତ ପରୀକ୍ଷା ନିରୀକ୍ଷକ ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri