Posted inଭଦ୍ରକ

ଅମଳ ସମୟରେ ଦାଉ ସାଧୁଛି ‘ମାଟିଆଗୁଣ୍ଡି’

ବନ୍ତ,୨୧।୧୧(ସ୍ବ.ପ୍ର.)-ଖରିଫ୍‌ ଧାନ ଅମଳ ସମୟରେ ବିଲରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ। ପୋକ ଲାଗି ଧାନ ଫସଲ ନଷ୍ଟ କରି ଦେଉଛନ୍ତି। ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକରେ ଧାନ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା। ସାର ଅଭାବୀ ବିକ୍ରି ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀମାନେ ଚାଷ କାମ ଆଗେଇ ନେଇଥିବା ବେଳେ ଅମଳ ସମୟରେ ଏହି ପୋକ ଦାଉ ସାଧୁଛି।
ବନ୍ତ ବ୍ଲକର କାଦବରାଙ୍ଗ, ଗୋପିନାଥପୁର, ଆଡ଼ିଆ, ପୁରୁଷଣ୍ଢ, ରାମଚନ୍ଦ୍ରପୁର, ଟିଲୋ, ଓଡ଼ଙ୍ଗ ଆଦି ପଞ୍ଚାୟତରେ ପୋକ ଯୋଗୁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ମାଟିଆଗୁଣ୍ଡି ପୋକ ଧାନ ଗଛର ମୂଳରେ ବସା ବାନ୍ଧି ଦିନକୁ ଅଣ୍ଡା ଦେଇ ଲକ୍ଷ ଲକ୍ଷ ଛୁଆ ଜନ୍ମ କରିଥାନ୍ତି। ପାଚିଲା ଧାନ ସମୟରେ ମୂଳକୁ ବିଷ ସିଞ୍ଚନ ହୋଇ ନ ପାରିବା ଯୋଗୁ ପୋକ ଦମନ ସହଜ ହୋଇପାରୁ ନାହିଁ। ଫଳରେ ପୋକ ସହଜେରେ ବଂଶ ବିସ୍ତାର କରୁଛନ୍ତି। ପ୍ରଥମରୁ ଗୋଟିଏ ଜାଗାରେ ପୋକ ଲାଗିବା ପରେ ତାହା ସମ୍ପୂର୍ଣ୍ଣ ଧାନ କ୍ଷେତକୁ ମାଡ଼ି ଯାଉଥିବା ଚାଷୀମାନେ କହିଛନ୍ତି। ମୂଳକୁ ଶୋଷି ନେଉଥିବାରୁ ଧାନ ଗଛ ପ୍ରଥମେ ନାଲି ପଡ଼ି ପରେ ସଂପୂର୍ଣ୍ଣ ମରିଯାଉଥିବା ଦେଖାଯାଉଛି। ପୋକ ଦମନ ନ ହେଲେ ଅମଳ ବାଧାପ୍ରାପ୍ତ ହେବ। ଧାର କରଜ କରି ଚାଷୀମାନେ ଚାଷ କରିଥିବା ବେଳେ ଆଶାତୀତ ଅମଳ ନ ହେଲେ ଶୁଝିବା ଅସମ୍ଭବ ହୋଇପଡ଼ିବ। ଏହା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି। ଏ ସମ୍ପର୍କରେ ଆଗରପଡ଼ା କୃଷି ଅଧିକାରୀ ତୁଷାରକାନ୍ତ ପତି କହିଛନ୍ତି, ଯେଉଁ ଅଞ୍ଚଳରେ ପୋକ ଲାଗିଛନ୍ତି ଖବର ପାଇବା ପରେ ବିଭାଗୀୟ ଟିମ୍‌ ଯାଇ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ସବ୍‌ସିଡିରେ ଚାଷୀଙ୍କୁ କୀଟନାଶକ ଯୋଗାଇ ଦିଆଯାଉଛି। ପ୍ରତି ପଞ୍ଚାୟତ ସ୍ତରରେ ଚାଷୀମାନଙ୍କୁ ନେଇ ହ୍ବାଟସଅପ୍‌ ଗ୍ରୁପ କରାଯାଇ ପ୍ରତିକାର ପାଇଁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri