ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହେଉଛି ‘ମାଷ୍ଟର ସମେଲିଅର ଡିପ୍ଲୋମା’। ଏହି ପରୀକ୍ଷାରେ ମଦର ସ୍ବାଦ ନ ବାରି କେବଳ ଶୁଙ୍ଘିକରି ଏହା ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ ପଡ଼ିଥାଏ। ତେଣୁ ଏଭଳି କଠିନ ପରୀକ୍ଷାରେ ଅଧିକାଂଶ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇପାରନ୍ତି ନାହିଁ।

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ପରୀକ୍ଷା ଆୟୋଜନ କରିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଦେଶର କେତେକ ରାଜ୍ୟର ସରକାର ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଚଳିତବର୍ଷ ସାମୂହିକ ପାସ୍‌ କରାଇଦେଇଛନ୍ତି। ଏ ତ ଗଲା ଭାରତର କଥା। ପୃଥିବୀରେ ଏମିତି ଅନେକ ପରୀକ୍ଷା ରହିଛି, ଯାହାର ସମ୍ମୁଖୀନ ହେବା ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରିବାକୁ ପଡ଼େ। ତେବେ ‘ମାଷ୍ଟର ସମେଲିଅର ଡିପ୍ଲୋମା’ ପରୀକ୍ଷାକୁ ସବୁଠାରୁ କଷ୍ଟକର ପରୀକ୍ଷାର ଶୀର୍ଷରେ ରଖାଯାଇଛି। ଚାରି ପର୍ଯ୍ୟାୟରେ ଏହି ପରୀକ୍ଷା ହୋଇଥାଏ। ଅନ୍ତିମ ରାଉଣ୍ଡରେ ପରୀକ୍ଷାର୍ଥୀଙ୍କୁ ମଦକୁ ଶୁଙ୍ଘିକରି କହିବାକୁ ପଡ଼ିଥାଏ, ଏହା କେଉଁ ଦେଶର ଏବଂ କେତେ ବର୍ଷ ପୁରୁଣା। ଏଭଳି ଜଟିଳ ପରୀକ୍ଷାରେ ଉତ୍ତୀନ୍ନ ହେବା ସହଜ ନୁହେଁ, ତେଣୁ ଅଧିକାଂଶ ପରୀକ୍ଷାର୍ଥୀ ଫେଲ ହୋଇଯାଇଥାନ୍ତି।
ଏମିତି ହୋଇଥିଲା ଆରମ୍ଭ
ମଦକୁ ସର୍ବାଧିକ ପସନ୍ଦ କରୁଥିବା କେତେଜଣ ବ୍ୟକ୍ତି ମିଳିତ ଭାବେ ୧୯୭୭ରେ ଏକ ସଂସ୍ଥା ସ୍ଥାପନ କରିଥିଲେ। ସେମାନେ ଏହାର ନାମ ଦେଇଥିଲେ କୋର୍ଟ ଅଫ୍‌ ମାଷ୍ଟର ସମେଲିଅର (ସିଏମ୍‌ଏସ୍‌)। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ଚାହିଦା ଏବଂ ଉତ୍କୃଷ୍ଟ ଧରଣର ମଦ ପ୍ରସ୍ତୁତ କରି ପରିବେଷଣ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା। ଫଳରେ ସଂସ୍ଥା ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଲ୍‌କହଲ ସହିତ କେଉଁ ଖାଦ୍ୟ ଭଲ ସେ ସମ୍ପର୍କରେ ମଦ ପରିବେଷଣ କରୁଥିବା ବ୍ୟକ୍ତିଙ୍କୁ ଟ୍ରେନିଂ ଦିଆଯାଉଥିଲା। ୧୯୬୯ରେ ମାଷ୍ଟର ସମେଲିଅର ପରୀକ୍ଷା ହୋଇସାରିଥିଲା। ତେବେ ପରବର୍ତ୍ତୀ ସମୟରେ ସଂସ୍ଥାକୁ ନୂଆ ରୂପ ଦିଆଯାଇଥିଲା ଏବଂ ସୁବ୍ୟବସ୍ଥିତ ଢାଞ୍ଚାରେ ପରୀକ୍ଷା ଆରମ୍ଭ ହୋଇଥିଲା।
ବଡ଼ ବଡ଼ ରେଷ୍ଟୁରାଣ୍ଟ ଏବଂ ବାର୍‌ରେ ଗ୍ରାହକଙ୍କୁ ସେମାନଙ୍କ ମନପସନ୍ଦର ମଦ ପରିବେଷଣ କରିବାକୁ ପ୍ରଫେଶନାଲ ନିୟୋଜିତ ହୋଇଥାନ୍ତି। ସେମାନଙ୍କ ମୁଖ୍ୟକାମ ହୋଟଲକୁ ଆସୁଥିବା ବ୍ୟକ୍ତିଙ୍କୁ ଠିକ୍‌ ମିଶ୍ରଣଯୁକ୍ତ ମଦ ପରିବେଷଣ କରିବା। ମାଷ୍ଟର ସମେଲିଅର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଏହି କାର୍ଯ୍ୟ କରିଥାନ୍ତି। ପଞ୍ଚତାରକା ହୋଟେଲରେ ସେମାନଙ୍କ ପଦ ମର୍ଯ୍ୟାଦା ମାଷ୍ଟର ଶେଫ୍‌ଙ୍କ ସହ ସମକକ୍ଷ ବୋଲି ବିବେଚନା କରାଯାଏ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ବିଭିନ୍ନ ବ୍ରାଣ୍ଡର ମଦ, ଏହାର ପ୍ରସ୍ତୁତି ପ୍ରଣାଳୀ, ମଦ୍ୟପାନ କରୁଥିବା ବ୍ୟକ୍ତି ପସନ୍ଦର ଅନୁମାନ କରିବା, ପ୍ରଚଳିତ ପାର୍ଟି ଫଙ୍କ୍‌ସନ୍‌ ଆଦି ବିଷୟରେ ଜ୍ଞାନ ରହିବା ଜରୁରୀ। ପରୀକ୍ଷାରେ ମଦକୁ ନେଇ ରହିଥିବା ଦର୍ଶନ ସମ୍ପର୍କିତ ଅନେକ ପ୍ରଶ୍ନ ପଚରାଯାଇଥାଏ। ଏହି ପରୀକ୍ଷା ଏତେ କଠିନ ଯେ, ଥରକରେ ପୂର୍ଣ୍ଣାଙ୍ଗ ହୁଏନାହିଁ। ୩ବର୍ଷ ଯାଏ କିଛି କିଛି ପରୀକ୍ଷା ଜାରି ରହିଥାଏ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ହାରାହାରି ୯ଜଣ ଥରକରେ ପାସ୍‌ ହେଉଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri