ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟି ଟଙ୍କା ଠକେଇ କରିଥିବା ମାଷ୍ଟରମାଇଣ୍ଡଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିହାର ଗୋପାଳଗଞ୍ଜ ଜିଲାର ଧରମପାଲ ସିଂ। ଗିରଫ ପରେ ଇଓଡବ୍ଲ୍ୟୁ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣୁଛି। ତେବେ ଏହି ଠକେଇ ରାକେଟ୍‌ ଦିଲ୍ଲୀରୁ ଅପରେଟ୍‌ ହେଉଥିବାବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଇଓଡବ୍ଲ୍ୟୁ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଅଭିଯୁକ୍ତ ଧରମପାଲ ଉକ୍ତ ଠକେଇ ଟଙ୍କାକୁ ୬ଟି କମ୍ପାନୀରେ ବିନିଯୋଗ କରିବା ସହ ମୁମ୍ବାଇର ଏକ ଚଳଚ୍ଚିତ୍ର ପ୍ରଡକ୍ସନ କମ୍ପାନୀ ସୁମିତ୍ରା ପ୍ରଡକ୍ସନରେ ମଧ୍ୟ ଲଗାଇଥିବା ତଦନ୍ତବେଳେ ଜଣାପଡ଼ିଛି ବୋଲି ଆଇଜି ସୂଚନା ଦେଇଛନ୍ତି।
ତାଙ୍କ ସୂଚନାନୁସାରେ, ଅଭିଯୁକ୍ତ ଧରମପାଲ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ www.grks.org ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଥିବାବେଳେ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଧରମପାଲ ଏହି ସଂସ୍ଥାନର ସମ୍ପାଦକ ରହିଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ତେଲଙ୍ଗାନା, ଆସାମ, ହିମାଚଳପ୍ରଦେଶ, ପଞ୍ଜାବ ଆଦି ୧୭ଟି ରାଜ୍ୟରେ ନିଜର ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ବେକାର ଯୁବତୀଯୁବକ ଓ ଚାକିରି ଆଶାୟୀଙ୍କୁ ଫସାଇବାକୁ ଜାଲ ବିଛାଇଥିଲେ। ଏପରି କି ବିଶ୍ୱାସ ଜନ୍ମାଇବା ଲାଗି କିଛି ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ଏଥିରେ ଜିଲା ଓ ବ୍ଲକ୍‌ କୋଅର୍ଡିନେଟର, କମ୍ପ୍ୟୁଟର ଅପରେଟର ଆଦି ବହୁ ପଦବୀ ପାଇଁ ନିଯୁକ୍ତି ବାହାର କରୁଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି ସେଥିରେ ଉଲ୍ଲେଖ ଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଯେଉଁ ଆଶାୟୀମାନେ ଅନ୍‌ଲାଇନରେ ଫି’ ଦାଖଲ ସହ ଆବେଦନ କରୁଥିଲେ ସେମାନଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେବା ସହ କୌଣସି ଚାକିରି ଦେଉ ନ ଥିଲେ। ତେବେ ଆବେଦନ ଫି’ ବାବଦକୁ ଏପରି ଭାବେ ସେ ବହୁ କୋଟି ଟଙ୍କା ଠକି ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri