ସମ୍ୱଲପୁରରେ କୃଷକଙ୍କ ବିଶାଳ ବିକ୍ଷୋଭ ସମାବେଶ

ସମ୍ୱଲପୁର,୧୨ା୧୧(ପ୍ରମୋଦ ବହିଦାର): ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଗଁା ଗଁାରେ ହେବ ଆନ୍ଦୋଳନ। ମଣ୍ଡିରେ ପଡ଼ିବ ତାଲା ଏବଂ କୌଣସି ଜନ ପ୍ରତିନିଧିଙ୍କୁ ଗଁାକୁ ପୂରାଇ ଦିଆଯିବନାହିଁ ବୋଲି ଚାଷୀ ନେତାମାନେ ସମ୍ୱଲପୁରରେ ବୁଧବାର ଆୟୋଜିତ କୃଷକଙ୍କ ବିଶାଳ ବିକ୍ଷୋଭ ସମାବେଶରେ ଚେତାବନୀ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ଏହି ଚେତାବନୀ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଛି। ଏଥିରେ ଜିଲା ଚାଷୀ ସୁରକ୍ଷା ସଙ୍ଗଠନର ଜିଲା ସଭପତି ବ୍ୟମୋକେଶ ଠାକୁରଙ୍କ ଅଧ୍ୟକ୍ଷତା କରିଥିବାବେଳେ ଧାନ କିଣା ଅବ୍ୟବସ୍ଥା, ଏଗ୍ରିଷ୍ଟାକ୍‌କୁ ଦୃଢ଼ ବିରୋଧ କରାଯାଇଛି।

ସ୍ଥାନୀୟ ସତ୍ୟନାରାୟଣ ସମ୍ୱଲପୁରୀ ଡେରାରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ସଙ୍ଗଠନର ଆବାହକ ଅଶୋକ ପ୍ରଧାନ, ଲିଙ୍ଗରାଜ, ପ୍ରବକ୍ତା ସରୋଜ ପ୍ରମୁଖ ଚାଷୀ ନେତାମାନେ କହିଛନ୍ତି, ମଣ୍ଡି ଖୋଲିବା ପୂର୍ୱରୁ ସରକାରଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ଏହା ପ୍ରଥମ ଓ ଶେଷ ସୁଯୋଗ ଦିଆଯାଇଛି। ଚାଷୀ ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟାକ୍‌ ବ୍ୟବସ୍ଥା ଏବଂ କଲମ୍‌-୨ ନଁାରେ ଚାଷୀଙ୍କୁ ହଇରାଣ କରାଯାଉଛି। ଜମି ବନ୍ଦୋବସ୍ତ ନ କରି ଏବଂ ଅସଲ ଜମି ମାଲିକଙ୍କୁ ପଟ୍ଟା ଓ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ନ ଦେଇ ଏଗ୍ରିଷ୍ଟାକ୍‌ ଲାଗୁ କରିବା ଦ୍ୱାରା ଚାଷୀ ଧାନ ବିକ୍ରିରୁ ବଞ୍ଚତ୍ତ ହେବାର ଆଶଙ୍କା ରହିଛି। ଏହାଛଡ଼ା ଭୁବନେଶ୍ୱରରେ ବସି ନୀତି ନିର୍ଦ୍ଧାରଣ କରିବା ବଦଳରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲ୍‌ପିସି) ଓ ଜିଲାପାଳଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି। ସେହିପରି ଆଗକୁ ଜଳସେଚିତ ଜମିରୁ ଏକର ପ୍ରତି ୨୫ କୁଇଣ୍ଟାଲ ଏବଂ ଅଣଜଳସେଚିତ ଜମିରୁ ୨୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ପ୍ରତ୍ୟେକ ଚାଷୀଙ୍କୁ ଏକକାଳୀନ ଟୋକନ୍‌ ବ୍ୟବସ୍ଥା ଯୋଗାଇ ଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।
ଚାଷୀ ନେତାମାନେ କହିଛନ୍ତି, ଛତିଶଗଡ଼ ଭଳି ଛୋଟ ରାଜ୍ୟ ବର୍ଷକୁ ୧୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣୁଥିବାବେଳେ ଓଡ଼ିଶା ଭଳି ଏକ ଧାନବହୁଳ ରାଜ୍ୟରେ ସରକାର ମାତ୍ର ୯୨ ଲକ୍ଷ ଟନ୍‌
ସମ୍ୱଲପୁରରେ କୃଷକଙ୍କ …
ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଫ୍‌ସିଆଇ ଚାଉଳ ଉଠାଉ ନ ଥିବା ବାହାନା ଛାଡ଼ି ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପୂରଣ କରନ୍ତୁ, ନଚେତ୍‌ ଆଗାମୀଦିନରେ ଗଁା ଗଁାରେ ଏପରିକି ମଣ୍ଡିସ୍ତରରେ ଆନ୍ଦୋଳନ ହେବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ। ଏହି ଅବସରରେ ଫସଲ ବିବିଧୀକରଣ ପାଇଁ ଡାଲି, ତୈଳବୀଜ, କପା ଓ ଆଖୁ ଆଦି ଫସଲର ଏମ୍‌ଏସ୍‌ପି ଦର ଧାର୍ଯ୍ୟ ସହିତ ଏଥିପାଇଁ ମଣ୍ଡି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରାଯାଇଛି। ସମାବେଶ ପୂର୍ୱରୁ ସକାଳେ ସର୍ୱପ୍ରଥମେ ସଙ୍ଗଠନ ପକ୍ଷରୁ ଜମାଦାରପାଲି ଏୟାରଷ୍ଟ୍ରିପ୍‌ ନିକଟ ‘ଚାଷୀର ରେଖା’ଠାରୁ ଏକ ବାଇକ୍‌ ରାଲି ବାହାରି ଅଇଁଠାପାଲି, ଲକ୍ଷ୍ମୀ ଟକିଜ୍‌ ଓ ଭୁତା ଛକ ଦେଇ ଜେଲଖାନା ଛକରେ ପହଞ୍ଚତ୍ଥିଲା। ଏହାସହ ଏକ ଟ୍ରାକ୍ଟର ରାଲି ମଧ୍ୟ ସହର ପରିକ୍ରମା କରି ଜେଲଖାନା ଛକରେ ପହଞ୍ଚତ୍ଥିଲା। ଏଥିରେ ତାଲବ, ବରେଇପାଲି, ଶାସନ ଓ ବିଶାଳଖିଣ୍ଡାର ଚାରୋଟି ସ୍ଥାନୀୟ କୃଷକ ସଙ୍ଗଠନ ସମେତ ଝାରସୁଗୁଡ଼ାର ଚାଷୀମାନେ ସାମିଲ ହୋଇଥିଲେ। ସେହିପରି ଶେରସୁଅଁାତଲଠାରୁ ଅନ୍ୟ ଏକ ବାଇକ୍‌ ରାଲି ସିନ୍ଦୂରପଙ୍କ ଓ ଧନୁପାଲି ଦେଇ ଜେଲ ଛକରେ ପହଞ୍ଚତ୍ଥିଲା। ପରେ ପୂର୍ୱାହ୍ନ ୧୦ଟାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପୂର୍ୱାହ୍ନ ୧୧ଟାରେ ସତ୍ୟନାରାୟଣ ସମ୍ୱଲପୁରୀ ଡେରାରେ ପ୍ରାୟ ୫ ହଜାର ଚାଷୀଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବି ସମ୍ୱଳିତ ଏକ ସ୍ମାରକପତ୍ର ଆର୍‌ଡିସିଙ୍କୁ ପ୍ରଦାନ କରାଯାଇଛି। ଆର୍‌ଡିସିଙ୍କ ଅନୁପସ୍ଥିତିରେ ତାଙ୍କର ସଚିବ ଉପମା କୋଲୋ ଦାବିପତ୍ର ଗ୍ରହଣ କରିଥିଲେ। ସମାବେଶରେ ଦିଲୀପ ବଢ଼େଇ, ବିରଞ୍ଚତ୍ ସାହୁ, ବୈକୁଣ୍ଠ ଶତପଥୀ, ବାଳକୃଷ୍ଣ ଷଣ୍ଢ, ହୃଷୀକେଶ ପ୍ରଧାନ, ଜଗଦୀଶ ଯାଦବ, ସୁରଥ କିଷାନ, ଦେବୀ ପୃଷ୍ଟି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏଥିରେ ସମ୍ୱଲପୁର ସହ କଳାହଣ୍ଡି, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଆଦି ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳାପୁରୁଷ ଚାଷୀ ସାମିଲ ହୋଇଥିଲେ।

Share