ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା ହସ୍ପିଟାଲର ନବଜାତ ୱାର୍ଡରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ପୋଡ଼ି ଯାଇ ୩ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।
ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର-ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭୋର ୩ଟା ୩୦ ସମୟରେ ନବଜାତ ଇଣ୍ଟେନ୍ସିଭ କେୟାର ୟୁନିଟ (NICU) ରେ ଥିବା ଏକ ଭେଣ୍ଟିଲେଟର ହଠାତ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା, ଯେଉଁଥିରେ ୩୯ ଜଣ ଶିଶୁ ରହୁଥିବା ତିନୋଟି କୋଠରୀ ଅଛି। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଏବଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିଲେ।

Dharitri – Odisha’s No.1 Odia Daily

Share
Tags: Firehospital