ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ମାସିଡୋନିଆର ସରକାରୀ ସମାଚାର ଏଜେନ୍ସି ଗୃହ ମନ୍ତ୍ରଣାଳୟକୁ ଉଦ୍ଧୃତ କରି ଏହି ସୂଚନା ଦେଇଛି।
ରବିବାର ପ୍ରତ୍ୟୁଷରେ ଉତ୍ତର ମାସିଡୋନିଆର ରାଜଧାନୀ ସ୍କୋପଜେରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଏଥିରେ ଦେଖାଯାଉଛି ଯେ ନାଇଟ କ୍ଲବରେ ନିଆଁ ଲାଗିଛି ଏବଂ ଆକାଶରେ ଘନ ଧୂଆଁ ଦୃଶ୍ୟମାନ ହେଉଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଘଟଣାରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତଥାପି, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ନିଶ୍ଚିତ କରିନାହାଁନ୍ତି।


