ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ ଏହା ଯନ୍ତ୍ରଣା
କମାଇବାରେ ସାହାଯ୍ୟ କରି ଶରୀରକୁ ଆରାମ ଦେଇଥାଏ। ତେବେ ଏହି ମାଲିସ୍‌ ସବୁଠୁ ଅଧିକ ଆରାମଦାୟକ ଓ ଉପକାରୀ ହୋଇଥାଏ ଶିଶୁଙ୍କ ପାଇଁ…

ଜନ୍ମହେଲା ପରେ ପରେ ମା’ ଶିଶୁକୁ ନିଜ ଦେହରେ ଜଡ଼ାଇ, କୋଳକୁ ନେଇ ମମତାର ଉଷ୍ଣ ସ୍ପର୍ଶ ଦେବାସହ ନିଜର ସ୍ତନ୍ୟପାନ କରାଇଥାଏ । ଏହା ଶିଶୁ ପାଇଁ ଏକ ସୁରକ୍ଷା କବଚ ଭଳି କାମ କରିଥାଏ। ଏହା ସହ ଶିଶୁର ଉଭୟ ମାନସିକ ତଥା ଶାରୀରିକ ବିକାଶ ଭଲ ଭାବେ ହେବା ଲାଗି ଆବଶ୍ୟକ ହୋଇଥାଏ ନିୟମିତ ତେଲ ମାଲିସ, ଯାହାକି ଶିଶୁର ଶରୀର ବିଶେଷଭାବରେ ମୁହଁ, ଦେହ, ପାଦ ଓ ତାଳୁ, ନରମ ଓ କୋମଳ ହୋଇଥାଏ ।
ମା’ର କୋମଳ ସ୍ପର୍ଶ ଦ୍ୱାରା ଶିଶୁ ଖୁସି ହୁଏ ଓ ତା’ର ମାନସିକ ବିକାଶ ଭଲଭାବରେ ହୋଇଥାଏ। ନିୟମିତ ମାଲିସ୍‌ ଦ୍ୱାରା ମା’ ଓ ଶିଶୁର ବନ୍ଧନ ଦୃଢ଼ରୁ ଦୃଢ଼ତର ହୋଇଥାଏ ଏବଂ ଶିଶୁ ସେଇ ମାଲିସ୍‌ ସମୟକୁ ସବୁଦିନ ଅନେଇ ରହିଥାଏ ।
ମାଲିସ୍‌ କରିବାର ପ୍ରଣାଳୀ- ଶିଶୁକୁ ମାଲିସ୍‌ କରିବା ବେଳେ ମା’ ଦୁଇ ହାତକୁ ସାବୁନ୍‌ରେ ପରିଷ୍କାର କରି ଧୋଇବା ଦରକାର । ନ ହେଲେ ମା’ର ହାତରୁ ବା’ ତେଲମାଲିସ କରୁଥିବା ମହିଳାଙ୍କ ପାଖରୁ ଶିଶୁକୁ ନାନାଦି ରୋଗ ସଂକ୍ରମଣ ହୋଇପାରେ। ରୁମ୍‌ ଭିତରକୁ ଯେପରି ଥଣ୍ଡା ପବନ ପଶି ନ ଆସେ, ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକ।
ରୁମ୍‌ ଯେମିତି ବେଶି ଥଣ୍ଡା ବା’ ବେଶି ଗରମ ନ ହେବ ସେଥି ପାଇଁ ଦୃଷ୍ଟିଦେବା ଦରକାର। ଶିଶୁକୁ ଖୁଆଇସାରିବା ପରେ ମାଲିସ୍‌ ନ କରି, ଖାଲିପେଟରେ ମାଲିସ୍‌ କରିବା ଭଲ । ଏହାଛଡ଼ା ଥଣ୍ଡା ତେଲ ନୁହେଁ ସାମାନ୍ୟ ଉଷୁମ ତେଲରେ ମାଲିସ୍‌ କଲେ ଶିଶୁକୁ ଆରାମ ଲାଗିଥାଏ ।
ସାଧାରଣତଃ ଦିନକୁ ୨ଥର ଶିଶୁକୁ ମାଲିସ୍‌କଲେ ତା’ର ମାଂସପେଶୀ ଓ ହାଡ଼ ଶକ୍ତ ହୁଏ ଏବଂ ଶିଶୁଟି ଚଳ ଚଞ୍ଚଳ ଓ ସକ୍ରିୟ ହୋଇଯାଏ ।
କେମିତି କରିବେ ମାଲିସ- ପ୍ରଥମେ ଶିଶୁର ପାଦପଟୁ ମାଲିସ୍‌ ଆରମ୍ଭ କରିବା ଦରକାର। ଶିଶୁର ଗୋଟିଏ ଗୋଡ଼ର ଗୋଇଠି ହାତରେ ଧରି ଆର ହାତରେ ଶିଶୁର ନିତମ୍ବଠାରୁ ଗୋଇଠି ଯାଏ ମାଂସପେଶୀକୁ ଚିପିଚିପି ତେଲ ମାଲିସ୍‌ କରିବେ । ଗୋଡ଼କୁ ଚିପୁଡ଼ିଲା ଭଳି ଜୋର୍‌ରେ ମୋଡ଼ାମୋଡ଼ି କରି ମାଲିସ୍‌ ନ କରି ଧୀରେ ଧୀରେ ମୃଦୁ ଚାପ ଦେଇ ମାଲିସ୍‌ କରିବା ଭଲ। ଶିଶୁର ଗୋଡ଼ ଗୋଟିଏ ହାତରେ ଧରି, ଆରହାତରେ ପାଦରେ ତେଲ ମାଲିସ୍‌ କରିଦିଅନ୍ତୁ, ଗୋଡ଼ର ଆଙ୍ଗୁଠି ଫୁଟାଇଲା ଭଳି ଖୁବ୍‌ ଧୀରେ ଧୀରେ ମୋଡ଼ି ଦିଅନ୍ତୁ ଏବଂ ହାତରେ ବୁଢ଼ା ଆଙ୍ଗୁଠିରେ ଓ ପାଦ ଉପରେ ଧୀରେ ଧୀରେ ଚାପ ଦେଇ ପାଦକୁ ଭାଙ୍ଗି ମାଲିସ୍‌ କରନ୍ତୁ । ୩-୪ ଥର ଏପରି କରନ୍ତୁ ଓ ପରେ ଆର ପାଦକୁ ମଧ୍ୟ ଉପରୋକ୍ତ ଭାବରେ ମାଲିସ୍‌ କରନ୍ତୁ । ଶିଶୁର ପାଦକୁ ଆଣ୍ଠୁ ପାଖରୁ ଗୋଇଠି ପର୍ଯ୍ୟନ୍ତ ଭାଙ୍ଗି, ହାତରେ ଅଟାକୁ ବେଲିଲା ଭଳି ଧୀରେ ଧୀରେ ବେଲି ଦିଅନ୍ତୁ ।
ଛାତି ମାଲିସ୍‌ – ଦୁଇହାତକୁ ଶିଶୁର ଛାତି ଓ ପଞ୍ଜରାହାଡ଼ ଉପରେ ରଖି ହୃତ୍‌ପିଣ୍ଡକୁ ମାଲିସ୍‌ କଲାଭଳି ହାଲ୍‌କା ଚାପ ଦେଇ ଛାତି ଉପରେ ମାଲିସ୍‌ କରନ୍ତୁ । ମନେରଖନ୍ତୁ ଛାତି ଉପରେ ଅଧିକ ଦାବି ଦାବି ବା ଚାପ ଦେଇ ମାଲିସ୍‌ କରିବା ଅନୁଚିତ।
ପେଟ – ଶିଶୁର ତଳି ପେଟ ଉପରେ ହାତଦେଇ ଧୀରେ ଧୀରେ ହାତକୁ ପେଟ ଉପର ଯାଏ ମାଲିସ୍‌ କଲାଭଳି ନେଇଆସନ୍ତୁ । ଏବେ ଦୁଇ ହାତରେ ଶିଶୁର ପେଟ ମାଲିସ୍‌ କରନ୍ତୁ। ପେଟକୁ ମଧ୍ୟ ଅଧିକ ଚାପନ୍ତୁ ନାହିଁ।
କାନ୍ଧ ଓ ହାତ – ଶିଶୁର ଛାତି ଉପରେ ଦୁଇପଟରେ ଦୁଇ ହାତରଖି ତାକୁ ଧୀରେ ଧୀରେ ଛାତିଉପର ଯାଏ ଉଠାଇ ମାଲିସ୍‌ କରନ୍ତୁ । ଆସ୍ତେ ଦୁଇହାତକୁ ଛାତିରୁ କାନ ଓ ହାତର ଉପର ଭାଗ ଯାଏ ଟାଣିନିଅନ୍ତୁ ।
ମୁହଁ ମାଲିସ୍‌- ଦୁଇ ହାତକୁ ଘଷି ଘଷି ଉଷୁମ କରି ଶିଶୁର କପାଳର ଦୁଇପଟେ ମାଲିସ୍‌ କରନ୍ତୁ, ଆସ୍ତେ ଆସ୍ତେ ଦୁଇହାତକୁ ମୁହଁ ଉପରକୁ ଖସାଇ ଆଣି ମୁହଁକୁ ମାଲିସ୍‌ କରି ଦୁଇ ବୁଢ଼ା ଆଙ୍ଗୁଠିକୁ ନାକର ଦୁଇ ପଟେ ରଖି ମାଲିସ୍‌ କରନ୍ତୁ । ତା’ ପରେ ଧୀରେ ଧୀରେ ଦୁଇହାତକୁ ଦୁଇ ପଟେ ଗାଲ ତଳକୁ ଖସାଇ ଦିଅନ୍ତୁ ।
ଗାଲ ମାଲିସ୍‌ – ଦୁଇ ହାତରେ ଶିଶୁର ଗାଲ ଉପରେ ମାଲିସ କଲାବେଳେ ଗୋଟିଏ ଗୋଟିଏ ଗୋଲ ସୃଷ୍ଟି କରନ୍ତୁ ବା ତଳୁ ଉପର ପର୍ଯ୍ୟନ୍ତ ସାର୍କୁଲାର ମୋଶନରେ ମାଲିସ କରନ୍ତୁ। ତା’ ପରେ କାନ୍ଧମୂଳକୁ ସୁନ୍ଦର ଭାବରେ ଦୁଇ ହାତରେ ମାଲିସ କରନ୍ତୁ । ଏଥର ଧୀରେ ଧୀରେ ହାତ ଖସାଇ ତା’ର ଚିବୁକ ପାଖକୁ ଆଣନ୍ତୁ ।
ଓଠ ତଳ ମାଲିସ କରି ସାରିଲାପରେ, ଧୀର ସ୍ବରରେ ସ୍ମିତହସି, ଶିଶୁଟିର ମାଲିସ୍‌ ପରର ସ୍ମିତହାସ୍ୟଟିକୁ ମଧ୍ୟ ସାଦରେ ସ୍ବାଗତ ଜଣାନ୍ତୁ ଏବଂ ଅତି କୋମଳ ସ୍ବରରେ ତା’ ନାଁକୁ ଉଚ୍ଚାରଣ କରନ୍ତୁ ଏବଂ ତା’ ମୁହଁକୁ ଚାହିଁ ତା’ ନାଁ ଧରି ଡାକନ୍ତୁ । ଦେଖିବେ ପ୍ରତ୍ୟେକ ଦିନ ମାଲିସ୍‌ ହେବା ସମୟଟି ହେଲେ, ଶିଶୁ ବ୍ୟତିବ୍ୟସ୍ତ ହୋଇ ମାଲିସ୍‌ ହେବା ପାଇଁ ଚାହିଁବ ଏବଂ ମାଲିସ୍‌ କରିବା ପରେ ଆରାମରେ ନିଦରେ ଶୋଇପଡ଼ିବ ।

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ଼, କଟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri